ସାମ୍ବାଦିକଙ୍କୁ ହତ୍ୟା ଘଟଣା,ବ୍ୟବଚ୍ଛେଦ ରିପୋର୍ଟରେ ସାଙ୍ଘାତିକ ଖୁଲାସା

ମାଲକାନାଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ମୁକେଶ ଚନ୍ଦ୍ରକାରଙ୍କ ହତ୍ୟା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ବ୍ୟବଚ୍ଛେଦ ରିପୋର୍ଟରେ ହୋଇଛି ସାଙ୍ଘାତିକ ଖୁଲାସା । ମୁକେଶ ଚନ୍ଦ୍ରକାରଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଥିଲା । ତାଙ୍କର ଶରୀରରେ ୫ଟି ଫ୍ରାକ୍ଚରରହିଛି। ତାଙ୍କ ଲିଭର୍୪ ଖଣ୍ଡ ହୋଇଥିବାବେଳେ ହୃଦୟ ମଧ୍ୟ ଫାଟିଯାଇଥିଲା । ବେକ ମଧ୍ୟ ମୋଡ଼ି ଭାଙ୍ଗି ଦେଇଥିଲେ ହତ୍ୟାକାରୀ। ଏପରି ନୃଶଂସ ହତ୍ୟା କେବେ […]

Samaya Live Picture
Published On

ମାଲକାନାଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ମୁକେଶ ଚନ୍ଦ୍ରକାରଙ୍କ ହତ୍ୟା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ବ୍ୟବଚ୍ଛେଦ ରିପୋର୍ଟରେ ହୋଇଛି ସାଙ୍ଘାତିକ ଖୁଲାସା । ମୁକେଶ ଚନ୍ଦ୍ରକାରଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଥିଲା । ତାଙ୍କର ଶରୀରରେ ୫ଟି ଫ୍ରାକ୍ଚରରହିଛି। ତାଙ୍କ ଲିଭର୍୪ ଖଣ୍ଡ ହୋଇଥିବାବେଳେ ହୃଦୟ ମଧ୍ୟ ଫାଟିଯାଇଥିଲା । ବେକ ମଧ୍ୟ ମୋଡ଼ି ଭାଙ୍ଗି ଦେଇଥିଲେ ହତ୍ୟାକାରୀ। ଏପରି ନୃଶଂସ ହତ୍ୟା କେବେ ଦେଖି ନ ଥିବା କହିଛନ୍ତି ପୋଷ୍ଟମାର୍ଟମ କରିଥିବା ଡାକ୍ତର । ଦୁର୍ନୀତି ଘଟଣାର ପର୍ଦାଫାଶ କରିବାରୁ ସମ୍ପର୍କୀୟ ଭାଇ ଏବଂ ସାଙ୍ଗ ମିଶି ମୁକେଶଙ୍କୁ ହତ୍ୟା କରିଥିବା ସୂଚନା ମିଳିଥିଲା । ଏକ ପାଇଖାନା ଟାଙ୍କିରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି ।

ସୂଚନାନୁସାରେ,ମୁକେଶ ଚନ୍ଦ୍ରାକର ବସ୍ତର ଜଙ୍କସନ ନାମକ ନିଜର ଏକ ୟୁଟ୍ୟୁବ ଚ୍ୟାନେଲ ଚଳାଉଥିବାବେଳେ ଏକ ଜାତୀୟ ଗଣମାଧ୍ୟମରେ ବି ସାମ୍ବାଦିକତା କରୁଥିଲେ । ଜାନୁଆରି ୧ରେ ଅଚାନକ ଗାଏବ ହୋଇଯାଇଥିଲେ ମୁକେଶ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳି ନଥିଲା। ଫୋନ୍ ସୁଇଚ୍ ଅଫ୍ ଥିବାରୁ ମୁକେଶଙ୍କ ବଡ଼ ଭାଇ ୟୁକେଶ ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଠିକାଦାରମାନେ ନକ୍ସଲଙ୍କୁ ବ୍ୟବହାର କରି ଅପହରଣ କରିଥାଇପାରନ୍ତି ବୋଲି ମୁକେଶଙ୍କ ଭାଇ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବିଜାପୁର ପୁଲିସ ତଦନ୍ତ ଆରମ୍ଭ କରିଥିଲା। ୨୦୦ ସିସି ଟିଭି ଏବଂ ୩୦୦ ମୋବାଇଲ ନମ୍ବର ଟ୍ରାକିଂ କରି ତଦନ୍ତ ଜାରି ରଖିଥିଲା । ବହୁ ଖୋଜାଖୋଜି ପରେ ଜାନୁୟାରୀ ୩ରେ ତାଙ୍କ ମୃତଦେହ ବିଜାପୁର ସହରର ଚୈତନ୍ୟ କଲୋନୀରେ ଥିବା କଣ୍ଟ୍ରାକ୍ଟର ସୁରେଶ ଚନ୍ଦ୍ରକରଙ୍କ ସେପ୍ଟିକ୍ ଟ୍ୟାଙ୍କରୁ ମିଳିଥିଲା। ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସୁରେଶ ଚନ୍ଦ୍ରକାରଙ୍କୁ ରବିବାର ବିଳମ୍ବିତ ରାତିରେ ହାଇଦ୍ରାବାଦରୁ ଏସ୍‌ଆଇଟି ତାଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ସମ୍ପର୍କରେ ବସ୍ତର ପୁଲିସ ସୂଚନା ଦେଇଛି। ଗିରଫ ପରେ ପୁଲିସ ସୁରେଶ ଚନ୍ଦ୍ରକାରଙ୍କୁ ବିଜାପୁରକୁ ନେଇଛି। ଏଠାରେ ତାଙ୍କୁ ପଚରାଉଚରା କରାଯିବ। ସାମ୍ବାଦିକଙ୍କ ହତ୍ୟା ଘଟଣା ପରଠାରୁ ମୁଖ୍ୟ ଅଭିଯୁକ୍ତ ଫେରାର ଥିଲା। ଏହି ମାମଲାରେ ପୂର୍ବରୁ ସୁରେଶ ଚନ୍ଦ୍ରକରଙ୍କ ସମ୍ପର୍କୀୟ ଭାଇ ରିତେଶ ଚନ୍ଦ୍ରକର ଏବଂ ଦୀନେଶ ଚନ୍ଦ୍ରକର ଏବଂ ସୁପରଭାଇଜର ମହେନ୍ଦ୍ର ରାମଟେକଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା।

ଘଟଣାନୁସାରେ, ବିଜାପୁର ଅଞ୍ଚଳରେ କୋଟି କୋଟି ଟଙ୍କାର ରାସ୍ତା ନିର୍ମାଣ କାମ ଚାଲିଛି। ପୂର୍ତ୍ତ ବିଭାଗ ଦ୍ବାରା ଶହେ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ରାସ୍ତା କାମ ଅତ୍ୟନ୍ତ ନିମ୍ନମାନର ହୋଇଥିବା ନେଇ ମୁକେଶ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଖବର ପ୍ରସାରଣ କରିଥିଲେ। ଏହା ପରେ ପୂର୍ତ୍ତ ବିଭାଗ ମନ୍ତ୍ରୀ କମିଟି ଗଠନ କରି ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ସମୟରେ ରାସ୍ତାର ଅବସ୍ଥା ଅତ୍ୟନ୍ତ ନିମ୍ନମାନର ଥିବା ଟିମ୍ ଅନୁଧ୍ୟାନ କରି ରିପୋର୍ଟ ଦେଇଥିଲା। ଯାହାକୁ ନେଇ ଠିକାଦାର ରକ୍ତମୁଖା ହୋଇ ଉଠିଥିଲେ। ଜାନୁଆରି ୧ରେ ମୁକେଶଙ୍କୁ ଠିକାଦାର ଅପହରଣ କରିବା ପରେ ହତ୍ୟା କରିଥିଲେ।

ମୁକେଶଙ୍କ ପୋଷ୍ଟ ମର୍ଟମ ରିପୋର୍ଟରୁ ଜଣାପଡିଛି ଯେ ତାଙ୍କ ମୁଣ୍ଡରେ ଲାଗିଥିବା ୧୫ ଆଘାତ ଚିହ୍ନ। ଫାଟିଥିଲା ଛାତି, ୪ ଖଣ୍ଡ ହୋଇଥିଲା କଲିଜା। କେବଳ ସେତିକି ନୁହେଁ ବେକ ହାଡ଼ ବି ଭାଙ୍ଗି ଚୁରମାର କରିଦେଇଥିଲେ ହତ୍ୟାକରୀ। ଆଉ ଏପରି ନୃଶଂସ ହତ୍ୟା କେବେ ଦେଖି ନ ଥିବା କହିଛନ୍ତି ସାମ୍ବାଦିକ ମୁକେଶ ଚନ୍ଦ୍ରକାରଙ୍କ ଶବବ୍ୟବଚ୍ଛେଦ କରିଥିବା ଡାକ୍ତର। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୁକେଶ ଚନ୍ଦ୍ରକରଙ୍କ ଶରୀରର ପୋଷ୍ଟମର୍ଟମ କରିଥିବା ଡାକ୍ତର କହିଛନ୍ତି ଯେ ତାଙ୍କ ୧୨ ବର୍ଷର କ୍ୟାରିଅରରେ ସେ ଏପରି ଘଟଣା କେବେ ଦେଖି ନାହାଁନ୍ତି। ମୁକେଶଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।

Tags: