ଭିଜିଲାନ୍ସ ଜାଲରେ ମୃତ୍ତିକା ସଂରକ୍ଷଣ ଯୁଗ୍ମ ନିର୍ଦ୍ଦେଶକ
ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ଆୟାବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ମୃର୍ତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି । ଦୟାନିଧିଙ୍କର ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ । ରାୟଗଡ଼ା ଜଳ ବିଭିସିକା ନିଶନର ପ୍ରକଳ୍ପ ନିର୍ଦ୍ଦେଶକ ଥିବା ବେଳେ ଠକେଇ କରିଥିବା ଅଭିଯୋଗ ହୋଇଥିଲା । ଆଜି ସକାଳେ ଭୁବନେଶ୍ୱର ସମେତ ଦୟାନିଧି ବାଗଙ୍କର ୮ ଟି ଠିକଣାରେ ଏକକାଳୀନ […]
ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ଆୟାବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ମୃର୍ତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି । ଦୟାନିଧିଙ୍କର ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ । ରାୟଗଡ଼ା ଜଳ ବିଭିସିକା ନିଶନର ପ୍ରକଳ୍ପ ନିର୍ଦ୍ଦେଶକ ଥିବା ବେଳେ ଠକେଇ କରିଥିବା ଅଭିଯୋଗ ହୋଇଥିଲା ।
ଆଜି ସକାଳେ ଭୁବନେଶ୍ୱର ସମେତ ଦୟାନିଧି ବାଗଙ୍କର ୮ ଟି ଠିକଣାରେ ଏକକାଳୀନ ଚଢ଼ଉ କରାଯାଉଛି । କଳାହାଣ୍ତି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ କୁପଗାଁ ଗ୍ରାମରେ ଥିବା ପୈତୃକ ବାସଭବନ ଓ ଧର୍ମଗଡ଼ ଥାନା ବିକ୍ରମଗୁଡ଼ା ଗ୍ରାମରେ ଥିବା ଶ୍ୱଶୁର ଘର, ରାଜଧାନୀ ଭୁବନେଶ୍ୱରର ଗୋଠପାଟଣାସ୍ଥିତ ମହାନଦୀ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ୍, ଚନ୍ଦ୍ରଶେଖରପୁରରେ ଥିବା ଘର ଓ କାର୍ଯ୍ୟାଳୟ ଏବଂ ନବରଙ୍ଗପୁର ଜିଲ୍ଲାର ମଝିଗୁଡ଼ା ଛକ ନିକଟସ୍ଥ ପଦଲଗୁଡ଼ାରେ ଥିବା ଏକ କୋଠା ଓ ଛୁଟିଆଗୁଡ଼ାରେ ସ୍ତ୍ରୀଙ୍କ ନାମରେ ଥିବା ୨ଟି ଘରେ ଚଢ଼ଉ ଜାରି ରହିଛି ।
ଏହି ଚଢ଼ଉରେ ଭିଜିଲାନ୍ସ ବିଭାଗର ୧୦ ଜଣ ଡିଏସପି, ୮ ଇନସ୍ପେକ୍ଟର୍, ୧୦ ଆସିଷ୍ଟାଣ୍ଟ ଏସ୍ଆଇ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଅଛନ୍ତି । ପୂର୍ବ ମାସରେ ଭିଜିଲାନ୍ସ ଦ୍ୱାରା ରୁଜୁ ହୋଇଥିବା ଦୁର୍ନୀତି ମାମଲା ସହିତ ଜଡ଼ିତ ଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଥିବାବେଳେ ସମସ୍ତ ଜବତ ସମ୍ପତ୍ତିର ଆକଳନ କରାଯାଇ ପାରିନାହିଁ I




