ଜାଲ ସାର୍ଟିଫିକେଟରେ ଚାକିରି ପ୍ରସଙ୍ଗ: ସିବିଆଇ ତଦନ୍ତ କରିବାକୁ ଚିଠି ଲେଖିଲା ଡାକ ବିଭାଗ
ଭୁବନେଶ୍ୱର : ଜାଲ ସାର୍ଟିଫିକେଟର ଖୋଲୁଛି ଗୁମର I ଅକ୍ଟୋପାସ ପରି ଏହାର ଚେର ଚାରି ଆଡକୁ ଲମ୍ବି ଚାଲିଛି I ଡାକ ବିଭାଗ ନିଜର ସ୍ୱଚ୍ଛତା ପରୀକ୍ଷଣ ପାଇଁ ଜାଲ ସାର୍ଟିଫିକେଟ ଜରିଆରେ ଚାକିରି ମାମଲାରେ ସିବିଆଇର ହସ୍ତକ୍ଷେପ ଲୋଡ଼ିଛି ଡାକ ବିଭାଗ। ମାମଲାର ତଦନ୍ତ ପାଇଁ ଆଜି ମହାଡ଼ାକପାଳଙ୍କ ପକ୍ଷରୁ ସିବିଆଇକୁ ଚିଠି ଲେଖିଥିବା ସୂଚନା ମିଳିଛି। ବଲାଙ୍ଗିର, ସମ୍ବଲପୁର, କଳାହାଣ୍ଡି ସମେତ ଅନେକ ଜିଲ୍ଲାରେ ମାଳ ମାଳ ନକଲି ସାର୍ଟିଫିକେଟ ମାମଲା ସାମ୍ନାକୁ […]
ଭୁବନେଶ୍ୱର : ଜାଲ ସାର୍ଟିଫିକେଟର ଖୋଲୁଛି ଗୁମର I ଅକ୍ଟୋପାସ ପରି ଏହାର ଚେର ଚାରି ଆଡକୁ ଲମ୍ବି ଚାଲିଛି I ଡାକ ବିଭାଗ ନିଜର ସ୍ୱଚ୍ଛତା ପରୀକ୍ଷଣ ପାଇଁ ଜାଲ ସାର୍ଟିଫିକେଟ ଜରିଆରେ ଚାକିରି ମାମଲାରେ ସିବିଆଇର ହସ୍ତକ୍ଷେପ ଲୋଡ଼ିଛି ଡାକ ବିଭାଗ। ମାମଲାର ତଦନ୍ତ ପାଇଁ ଆଜି ମହାଡ଼ାକପାଳଙ୍କ ପକ୍ଷରୁ ସିବିଆଇକୁ ଚିଠି ଲେଖିଥିବା ସୂଚନା ମିଳିଛି। ବଲାଙ୍ଗିର, ସମ୍ବଲପୁର, କଳାହାଣ୍ଡି ସମେତ ଅନେକ ଜିଲ୍ଲାରେ ମାଳ ମାଳ ନକଲି ସାର୍ଟିଫିକେଟ ମାମଲା ସାମ୍ନାକୁ ଆସିଛି। ଏହି ମାମଲାରେ ଏକାଧିକ ରାଜ୍ୟର ସଂପୃକ୍ତି ରହିଥିବାରୁ ସିବିଆଇ ତଦନ୍ତ ପାଇଁ ଚିଠି ଲେଖିଥିବା କହିଛନ୍ତି ମହାଡାକପାଳ ।
କିଛିଦିନ ତଳେ ବଲାଙ୍ଗିର ଜିଲ୍ଲାରେ ଏହି ଘଟଣା ସାମ୍ନାକୁ ଆସିଥିଲା । ପରେ ଘଟଣାର ତଦନ୍ତ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ ।ଓଡ଼ିଆ ସମେତ ବିଭିନ୍ନ ବିଷୟରେ ୯୫ ପ୍ରତିଶତରୁ ଅଧିକ ମାର୍କ ରଖି ବିଭିନ୍ନ ସ୍ଥାନରେ କିଏ ପୋଷ୍ଟମାଷ୍ଟର ତ କିଏ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ବନିଛନ୍ତି। ପ୍ରଥମେ ବଲାଙ୍ଗିର ଜିଲ୍ଲାରୁ ସାମ୍ନାକୁ ଆସିଥିଲା ଏହି କେଳେଙ୍କାରୀ। ଏ ସଂପର୍କରେ ଖବର ପ୍ରସାରଣ ପରେ ପୋଲିସ ତତ୍ପରତା ପ୍ରକାଶ କରିବା ସହ ମାମଲାର ତଦନ୍ତ ଭାର ନିଜ ହାତକୁ ନେଇଥିଲା କ୍ରାଇମବ୍ରାଞ୍ଚ।
ସୂଚନାନୁସାରେ,ଓଡ଼ିଶା ପୋଷ୍ଟାଲ ସର୍କଲରେ ୧୩୮୨ଟି ଗ୍ରାମୀଣ ଡାକ ସେବକ-GDS ପଦବୀ ପୂରଣ ପାଇଁ ପୋଷ୍ଟାଲ ବିଭାଗ ପକ୍ଷରୁ ଗତ ଜାନୁଆରୀ ୨୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିପାଇଁ ଆବେଦନର ଶେଷ ତାରିଖ ଥିଲା ଫେବ୍ରୁଆରୀ ୧୬ ତାରିଖ । ଗ୍ରାମୀଣ ଡାକ ସେବକ ପଦବୀରେ ନିଯୁକ୍ତି ପାଇଁ ସର୍ବନିମ୍ନ ଯୋଗ୍ୟତା ମାନ୍ୟତାପ୍ରାପ୍ତ ବୋର୍ଡରୁ ଦଶମ ପାସ୍ ରଖାଯାଇଥିଲା । ତେବେ ବିଭାଗ ପକ୍ଷରୁ ସର୍ଟଲିଷ୍ଟେଟ ପ୍ରାର୍ଥୀଙ୍କ ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟା ବେଳେ ବିଭିନ୍ନ ସ୍ଥାନରେ ଜାଲ ପ୍ରମାଣପତ୍ର ନଜରକୁ ଆସିଥିଲା ।
ରାଜ୍ୟରେ ୨୫ଟି ପୋଷ୍ଟଲ ଡିଭିଜନ ରହିଛି । ବଲାଙ୍ଗୀରରେ ୩୮ ଜଣ ସନ୍ଦିଗ୍ଧ ଜାଲ ସାର୍ଟିଫିକେଟରେ ଚାକିରି ପାଇଁ ଆବେଦନ କରିଥିବା ବେଳେ ଉତ୍ତରପ୍ରଦେଶର ବୋର୍ଡ ଅଫ୍ ହାଇସ୍କୁଲ ଓ ସେକେଣ୍ଡାରୀ ଏଜୁକେସନର କିଛି ପ୍ରାର୍ଥୀ ଜାଲ୍ ସାର୍ଟିଫିକେଟ ଦେଇ ଆବେଦନ କରିଛନ୍ତି I ଏଭଳି ଅନେକ ଘଟଣା ସାମ୍ନାକୁ ଆସିବା ପରେ ଡାକ ବିଭାଗ ପକ୍ଷରୁ ୨୦୧୮ ପରଠୁ ନିଯୁକ୍ତ ପୋଷ୍ଟ ମାଷ୍ଟର ଏବଂ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟରଙ୍କ ସାର୍ଟିଫିକେଟର ତଦନ୍ତ ପାଇଁ ବିଭାଗ ନିଷ୍ପତ୍ତି ନେଇଛି। ଏହାବ୍ୟତୀତ ସମସ୍ତ ମାମଲାର ସିବିଆଇ ତଦନ୍ତ ପାଇଁ ମହାଡାକପାଳଙ୍କ ପକ୍ଷରୁ ଚିଠି ଲେଖାଯାଇଥିବା ସୂଚନା ମିଳିଛି।




