ପୁଣି ଅଶାନ୍ତ ଜେଏନୟୁ କ୍ୟାମ୍ପସ୍

ଜେଏନୟୁ: ଅପ୍ରେଲ ୧୧: ସାଧାରଣ ଆମିଷ ଖିଆକୁ ନେଇ ରକ୍ତାକ୍ତ ସଂଘର୍ଷ । ଗତକାଲି ରାମନବମୀରେ କାବେରୀ ହଷ୍ଟେଲ୍ କ୍ୟାଣ୍ଟିନରେ ଆମିଷ ପରଷାଯିବାକୁ ନେଇ ଗଣ୍ଡଗୋଳ ଘଟିଥିବା ସୂଚନା ମିଳିଛି। ଏଥିରେ ୬ ଜଣ ଛାତ୍ର ଆହତ ହୋଇଛନ୍ତି। ଅଭିଯୋଗ ଅନୁସାରେ, ରାମନବମୀରେ ହଷ୍ଟେଲରେ ଆମିଷ ଖିଆକୁ ବିରୋଧ କରି ଏବିଭିପି ସଦସ୍ୟ, ମେସ୍ ସେକ୍ରେଟାରୀଙ୍କୁ ଆକ୍ରମଣ କରିବା ସହ ମାଂସ ପରଷାକୁ ନେଇ ଷ୍ଟାଫ୍ଙ୍କୁ ଅଟକାଇ ଥିଲେ।ଅଭିଯୋଗର ପ୍ରତିକ୍ରିୟା ରଖି ଏବିଭିପି ଦାବି କରିଛି ଯେ, […]

Samaya Live Picture
Published On

ଜେଏନୟୁ: ଅପ୍ରେଲ ୧୧: ସାଧାରଣ ଆମିଷ ଖିଆକୁ ନେଇ ରକ୍ତାକ୍ତ ସଂଘର୍ଷ । ଗତକାଲି ରାମନବମୀରେ କାବେରୀ ହଷ୍ଟେଲ୍ କ୍ୟାଣ୍ଟିନରେ ଆମିଷ ପରଷାଯିବାକୁ ନେଇ ଗଣ୍ଡଗୋଳ ଘଟିଥିବା ସୂଚନା ମିଳିଛି। ଏଥିରେ ୬ ଜଣ ଛାତ୍ର ଆହତ ହୋଇଛନ୍ତି। ଅଭିଯୋଗ ଅନୁସାରେ, ରାମନବମୀରେ ହଷ୍ଟେଲରେ ଆମିଷ ଖିଆକୁ ବିରୋଧ କରି ଏବିଭିପି ସଦସ୍ୟ, ମେସ୍ ସେକ୍ରେଟାରୀଙ୍କୁ ଆକ୍ରମଣ କରିବା ସହ ମାଂସ ପରଷାକୁ ନେଇ ଷ୍ଟାଫ୍ଙ୍କୁ ଅଟକାଇ ଥିଲେ।ଅଭିଯୋଗର ପ୍ରତିକ୍ରିୟା ରଖି ଏବିଭିପି ଦାବି କରିଛି ଯେ, ବାମ ସମର୍ଥିତ ଛାତ୍ରଗୋଷ୍ଠୀର ସଦସ୍ୟ ହଷ୍ଟେଲରେ ଆୟୋଜିତ ପୂଜାପାଠକୁ ଅଟକାଇବା ପାଇଁ ପ୍ରୟାସ କରିଥିଲେ। ରାମନବମୀରେ ହଷ୍ଟେଲରେ ଆମିଷ ଖିଆକୁ ବିରୋଧ କରାଯିବାରୁ ବିବାଦ ଉଗ୍ର ରୂପ ନେଇଥିବା କୁହାଯାଉଛି। ହେଲେ ଏଥିରେ କିଛି ଆମିଷ-ନିରାମିଷ କଥା ନାହିଁ ବୋଲି ଏବିଭିପିର ଜେଏନ୍ୟୁ ଓ୍ୱିଙ୍ଗ୍ ପ୍ରେସିଡେଣ୍ଟ କହିଛନ୍ତି। ଘଟଣାକୁ ନେଇ ସାଉଥ୍ ୱେଷ୍ଟ୍ ଦିଲ୍ଲୀ ଡିସିପି ମନୋଜ ସି. କହିଛନ୍ତି ଯେ, ଘଟଣାକୁ ନେଇ ଆନ୍ଦୋଳନ କରାଯାଇଥିଲା, ହେଲେ ଏବେ ସ୍ଥିତି ଶାନ୍ତ ରହିଛି।