ଝାରସୁଗୁଡା : ସସ୍ପେଣ୍ଡ ହେଲେ ପିଏସଓ ବଦଳିଲେ ବହୁ ପୋଲିସ ଅଧିକାରୀ
ଝାରସୁଗୁଡା : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ସସ୍ପେଣ୍ଡ ହେଇଛନ୍ତି ତାଙ୍କ ପିଏସଓ ପିଏସଓ ମିତ୍ରଭାନୁ ଦେଓ । ଏଥିସହିତ ଅନେକ ବଡ଼ ପଦବୀ ଧାରୀ ପୋଲିସ ଅଧିକାରୀଙ୍କୁ ଚାକୀରିରୁ ବହିସ୍କାର ଏବଂ ବଦଳି କରାଯାଇଛି । ତେବେ ଗତକାଲି ବ୍ରଜରାଜନଗର ଏସଡିପିଓ ଏବଂ ଝାରସୁଗୁଡା ଏସପିଙ୍କ ବଦଳି କରାଯାଇଥିବା ବେଳେ ଆଜି ମନ୍ତ୍ରୀଙ୍କ ପିଏସଓକୁ ସସପେଣ୍ଡ କରାଯାଇଛି । ଏହି ଘଟଣାରେ ବ୍ରଜରାଜନଗର ଆଇଆଇସି ଓ ସବ୍ଇନ୍ସପେକ୍ଟରଙ୍କୁ ବଦଳି କରାଯାଇଛି । ଆଇଆଇସି ପ୍ରଦ୍ୟୁମ୍ନ […]
ଝାରସୁଗୁଡା : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ସସ୍ପେଣ୍ଡ ହେଇଛନ୍ତି ତାଙ୍କ ପିଏସଓ ପିଏସଓ ମିତ୍ରଭାନୁ ଦେଓ । ଏଥିସହିତ ଅନେକ ବଡ଼ ପଦବୀ ଧାରୀ ପୋଲିସ ଅଧିକାରୀଙ୍କୁ ଚାକୀରିରୁ ବହିସ୍କାର ଏବଂ ବଦଳି କରାଯାଇଛି । ତେବେ ଗତକାଲି ବ୍ରଜରାଜନଗର ଏସଡିପିଓ ଏବଂ ଝାରସୁଗୁଡା ଏସପିଙ୍କ ବଦଳି କରାଯାଇଥିବା ବେଳେ ଆଜି ମନ୍ତ୍ରୀଙ୍କ ପିଏସଓକୁ ସସପେଣ୍ଡ କରାଯାଇଛି ।
ଏହି ଘଟଣାରେ ବ୍ରଜରାଜନଗର ଆଇଆଇସି ଓ ସବ୍ଇନ୍ସପେକ୍ଟରଙ୍କୁ ବଦଳି କରାଯାଇଛି । ଆଇଆଇସି ପ୍ରଦ୍ୟୁମ୍ନ କୁମାର ସ୍ୱାଇଁଙ୍କୁ ସମ୍ବଲପୁର ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିବା ବେଳେ, ଏସଆଇ ଶଶିଭୂଷଣ ପୋଢ଼ଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ତେଣେ ସମ୍ବଲପୁରରେ ଥିବା ଇନ୍ସପେକ୍ଟର ଧବଳେଶ୍ୱର ସାହୁ ବ୍ରଜରାଜନଗରର ନୂଆ ଆଇଆଇସି ଭାବେ ନିଯୁକ୍ତି ଦିଆଯାଇଛି।
ପୂର୍ବରୁ ଝାରସୁଗୁଡ଼ା ଏସ୍ପି ଓ ବ୍ରଜରାଜନଗର ଏସ୍ଡିପିଓଙ୍କୁ ବଦଳି କରାଯାଇଛି। ଝାରସୁଗୁଡ଼ା ଏସ୍ପି ରାହୁଲ ଜୈନଙ୍କ ବଦଳି ହୋଇଛି। ରାହୁଲ ଜୈନଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଅବସ୍ଥାପିତ କରାଯାଇଛି। ତାଙ୍କ ସ୍ଥାନରେ ବରଗଡ଼ ଏସ୍ପି ପରମାର ସ୍ମିତ୍ଙ୍କୁ ଝାରସୁଗୁଡ଼ାରେ ଅବସ୍ଥାପିତ କରାଯାଇଛି। ସେହିଭଳି ବୌଦ୍ଧର ଏସ୍ପି ପ୍ରହଲ୍ଲାଦ ସହାୟଙ୍କୁ ବରଗଡ଼ ବଦଳି ହୋଇଥିବା ବେଳେ ରାୟଗଡ଼ାର ଅତିରିକ୍ତ ଏସ୍ପିଙ୍କୁ ବୌଦ୍ଧରେ ନୂଆ ନିଯୁକ୍ତି ମିଳିଛି।
ସେହିପରି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଏସ୍ଡିପିଓ ଗୁପ୍ତେଶ୍ବର ଭୋଇଙ୍କୁ ମଧ୍ୟ ବଦଳି ହୋଇଛି। ଶ୍ରୀ ଭୋଇଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ବଦଳି ହୋଇଥିଲା ବେଳେ ତାଙ୍କ ସ୍ଥାନରେ ଚିନ୍ତାମଣି ପ୍ରଧାନଙ୍କୁ ନୂତନ ଦାୟିତ୍ବ ମିଳିଛି। ଚିନ୍ତାମଣୀ ଏବେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଏସ୍ଡିପିଓ ଭାବେ କାର୍ଯ୍ୟରତ ଅଛନ୍ତି।
ତେବେ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପୋଲିସ ଏଏସଆଇ ଗୁଳି କରି ହତ୍ୟା କରିବା ପରେ ସରକାର ଅନେକ କଠୋର କାର୍ଯ୍ୟାନୁଷ୍ଠା ଗ୍ରହନ କରୁଛନ୍ତି । ଫଳରେ ସେଦିନ ଦାଇତ୍ୱରେ ଥିବା ସମସ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏମାନଙ୍କୁ ଡ୍ୟୁଟିରେ ଅବହେଳା କାରଣରୁ ତାଙ୍କୁ ସସପେଣ୍ଡ କରାଯାଇଥିବା ସୂଚନା ମିଳିଛି ।




