ଝାରପଡା ଜେଲ ଗୋଷ୍ଠୀ ସଂଘର୍ଷ,୨ କର୍ମଚାରୀ ନିଲମ୍ବିତ
ଭୁବନେଶ୍ୱର : ଝାରପଡା ଜେଲ ଗୋଷ୍ଠୀ ସଂଘର୍ଷ ଘଟଣାରେ କଡା ପଦକ୍ଷେପ ନେଇଛି କମିଶନରେଟ ପୋଲିସ I ଏହି ଘଟଣାରେ ୨ ୱାର୍ଡରଙ୍କୁ ନିଲମ୍ବିତ କରାଯାଇଛି I ୱାର୍ଡର ପ୍ରଭାତ କୁମାର ମହାରଣା ଓ ମଙ୍ଗୁଳି ସେଠୀଙ୍କୁ ନିଲମ୍ବିତ କରାଯାଇଛି I ଜେଲ ଡ଼ିଜିଙ୍କ ରିପୋର୍ଟ ଆଧାରରେ ଦୁଇଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି I ଜେଲ ଡ଼ିଆଇଜି ଆନୁଶୁୟା ଜେନା ଏବଂ ଅଧିକ୍ଷକ ଡ଼ିଏନ ବାରିକ ରିପୋର୍ଟ ଦେଇଥିଲେ I ସୂଚନାନୁସାରେ,ଗତ ୧୭ ତାରିକ ରବିବାର […]
ଭୁବନେଶ୍ୱର : ଝାରପଡା ଜେଲ ଗୋଷ୍ଠୀ ସଂଘର୍ଷ ଘଟଣାରେ କଡା ପଦକ୍ଷେପ ନେଇଛି କମିଶନରେଟ ପୋଲିସ I ଏହି ଘଟଣାରେ ୨ ୱାର୍ଡରଙ୍କୁ ନିଲମ୍ବିତ କରାଯାଇଛି I ୱାର୍ଡର ପ୍ରଭାତ କୁମାର ମହାରଣା ଓ ମଙ୍ଗୁଳି ସେଠୀଙ୍କୁ ନିଲମ୍ବିତ କରାଯାଇଛି I ଜେଲ ଡ଼ିଜିଙ୍କ ରିପୋର୍ଟ ଆଧାରରେ ଦୁଇଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି I ଜେଲ ଡ଼ିଆଇଜି ଆନୁଶୁୟା ଜେନା ଏବଂ ଅଧିକ୍ଷକ ଡ଼ିଏନ ବାରିକ ରିପୋର୍ଟ ଦେଇଥିଲେ I
ସୂଚନାନୁସାରେ,ଗତ ୧୭ ତାରିକ ରବିବାର ଦିନ ଝାରପଡା ଜେଲ ଭିତରେ ନିଶା କାରବାରକୁ ନେଇ ୨ ଗୋଷ୍ଠୀ କଏଦୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା I ଚକରା ଓ ଶମ୍ଭୁ ଗ୍ୟାଙ୍ଗ ମଧ୍ୟରେ ତୀବ୍ର ଗଣ୍ଡଗୋଳରୁ ରକ୍ତପାତ ହୋଇଥିଲା। ଏଥିରେ ଜଣେ କଏଦୀଙ୍କର ଗୋଟିଏ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା I ଏହା ସହିତ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତି ହୋଇଥିଲେ I ଏହି ଘଟଣାକୁ ନେଇ ଜେଲ କର୍ତ୍ତୃପକ୍ଷ ଲକ୍ଷ୍ମୀସାଗର ଥାନାରେ ମାମଲା ରୁଜୁ କରିଥିଲେ । ଏହାପରେ ଗତକାଲି କମିଶନରେଟ ପୋଲିସ ଝାରପଡା ଜେଲରେ ଚଢ଼ାଉ କରି ବିପୁଳ ପରିମାଣରେ ନିଶା ଦ୍ରବ୍ୟ ଜବତ କରିଥିଲା I




