JEE ମେନ୍ ପରୀକ୍ଷା ପରିଚାଳନା ବିଭ୍ରାଟ ଘଟଣା, CBI ତଦନ୍ତ ନିର୍ଦ୍ଦେଶ
କଟକ : ୨୦୨୨ JEE ମେନ୍ ପରୀକ୍ଷା ପରିଚାଳନା ଘଟଣାରେ ତଦନ୍ତ କରିବ ସିବିଆଇ I ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହାସହ ୪ ମାସ ଭିତରେ ତଦନ୍ତ ସାରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଓଡିଆ ଛାତ୍ର ଅଂଶୁମାନ କାନୁନଗୋଙ୍କ ପକ୍ଷରୁ ଏନେଇ ଏକ ମାମଲା ଦାଖଲ କରାଯାଇଥିଲା । ମାର୍କସିଟ ଓ ରାଙ୍କ ପ୍ରଦାନରେ ବ୍ୟାପକ ଘୋଟଲା ହୋଇଥିବା ଅଂଶୁମାନ ଅଭିଯୋଗ କରିଥିଲେ। ପରୀକ୍ଷାର୍ଥୀ ଅଂଶୁମାନ କାନୁନଗୋଙ୍କ ଆବେଦନ ଗ୍ରହଣ […]
କଟକ : ୨୦୨୨ JEE ମେନ୍ ପରୀକ୍ଷା ପରିଚାଳନା ଘଟଣାରେ ତଦନ୍ତ କରିବ ସିବିଆଇ I ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହାସହ ୪ ମାସ ଭିତରେ ତଦନ୍ତ ସାରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଓଡିଆ ଛାତ୍ର ଅଂଶୁମାନ କାନୁନଗୋଙ୍କ ପକ୍ଷରୁ ଏନେଇ ଏକ ମାମଲା ଦାଖଲ କରାଯାଇଥିଲା । ମାର୍କସିଟ ଓ ରାଙ୍କ ପ୍ରଦାନରେ ବ୍ୟାପକ ଘୋଟଲା ହୋଇଥିବା ଅଂଶୁମାନ ଅଭିଯୋଗ କରିଥିଲେ। ପରୀକ୍ଷାର୍ଥୀ ଅଂଶୁମାନ କାନୁନଗୋଙ୍କ ଆବେଦନ ଗ୍ରହଣ କରି ମାର୍କସିଟ୍ ଉପରେ ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଛି । ଏହି ମାମଲା ପରିଚାଳନା କରୁଥିଲେ ଆଇନଜୀବୀ ଅକ୍ଷୟ ପାଣ୍ଡେ ।
ସୂଚନାନୁସାରେ,ପରୀକ୍ଷାର୍ଥୀ ଅଂଶୁମାନ କାନୁନଗୋଙ୍କ ଅଭିଯୋଗ ଥିଲା କି, ୨୦୨୨ ଜେଇଇ ମେନ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ସତ୍ତ୍ୱେ ତାଙ୍କୁ ମିଳିଲା ନାହିଁ ରାଉଲକେଲା ଏନଆଇଟିରେ ଆଡ଼ମିଶନ । ନକଲି ମାର୍କସିଟ୍ ଦର୍ଶାଇ ଛାତ୍ରଙ୍କୁ ଆଡ଼ମିଶନରୁ ବଞ୍ଚିତ କରାଯାଇଥିଲା ।
ପରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଛାତ୍ର ଅଂଶୁମାନ କାନୁନଗୋ। ଆବେଦନକାରୀ ଛାତ୍ର ମାମଲାରେ ୟୁନିୟନ୍ ଅଫ୍ ଇଣ୍ଡିଆ ଜେଇଇ କର୍ତ୍ତୃପକ୍ଷଙ୍କ ସହ ୫ ଜଣଙ୍କୁ କରିଥିଲେ ପକ୍ଷଭୁକ୍ତ । ଏବେ ଆବେଦନର ଶୁଣାଣି କରି ରାୟ ଶୁଣାଇଛନ୍ତି ହାଇକୋର୍ଟ ।




