ଭିଜିଲାନ୍ସ ରେଡ୍‌ ବେଳେ ଛାତ ଡେଇଁ ଫେରାର ହେଲେ ଜେଇ

ଭୁବନେଶ୍ୱର :ଭିଜିଲାନ୍ସ ଜାଲରେ ପଡିଲେ ପୁଣି ଜଣେ ବାପା-ପୁଅ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅବସରପ୍ରାପ୍ତ ବନ ବିଭାଗ ରେଞ୍ଜର ଜଗବନ୍ଧୁ ପାଢ଼ୀ ଓ ପୁଅ ଭୁବନେଶ୍ବର RWSSର ଜୁନିଅର ଇଞ୍ଜିନିୟର ସୁନୀଲ ପାଢ଼ୀଙ୍କ ଘରେ ଭିଜିଲାନ୍ସ ରେଡ୍ । ସୁନୀଲଙ୍କ ଆସିକାରେ ଥିବା ପୈତୃକ ଘର ସମେତ ବସଷ୍ଟାଣ୍ଡରେ ଥିବା ମାର୍କେଟ କମ୍ପ୍ଲେସ,ଭଞ୍ଜନଗରରେ ଥିବା ସମ୍ପର୍କୀୟ ଘର,ଭୁବନେଶ୍ୱରରେ ଥିବା ଘର ଏବଂ ଅଫିସରେ ଏକ କାଳୀନ ୫ଟି ସ୍ଥାନରେ ଚଢାଉ କରାଯାଇଛି। ଆଜି […]

Samaya Live Picture
Published On

ଭୁବନେଶ୍ୱର :ଭିଜିଲାନ୍ସ ଜାଲରେ ପଡିଲେ ପୁଣି ଜଣେ ବାପା-ପୁଅ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅବସରପ୍ରାପ୍ତ ବନ ବିଭାଗ ରେଞ୍ଜର ଜଗବନ୍ଧୁ ପାଢ଼ୀ ଓ ପୁଅ ଭୁବନେଶ୍ବର RWSSର ଜୁନିଅର ଇଞ୍ଜିନିୟର ସୁନୀଲ ପାଢ଼ୀଙ୍କ ଘରେ ଭିଜିଲାନ୍ସ ରେଡ୍ । ସୁନୀଲଙ୍କ ଆସିକାରେ ଥିବା ପୈତୃକ ଘର ସମେତ ବସଷ୍ଟାଣ୍ଡରେ ଥିବା ମାର୍କେଟ କମ୍ପ୍ଲେସ,ଭଞ୍ଜନଗରରେ ଥିବା ସମ୍ପର୍କୀୟ ଘର,ଭୁବନେଶ୍ୱରରେ ଥିବା ଘର ଏବଂ ଅଫିସରେ ଏକ କାଳୀନ ୫ଟି ସ୍ଥାନରେ ଚଢାଉ କରାଯାଇଛି।

ଆଜି ସକାଳେ ଭିଜିଲାନ୍ସ ଟିମ୍‌ ସୁନୀଲଙ୍କ ଘର କବାଟ ନକ୍‌ କଲାବେଳେ ସେ ବାଲକୋନିକୁ ଯାଇ ସାଇଡ୍ ବିଲଡିଂକୁ ଡେଇଁ ପଳାଇଥିଲେ । ସୁନୀଲ କୁମାର ପାଢ଼ୀଙ୍କ ଯାଗମରାରେ ଥିବା ପାଢ଼ୀ ଭିଲା ସମେତ ଭୁବନେଶ୍ବର RWSS ଅଫିସ, ଆସ୍କାର ପୈତୃକ ଘରେ ଚାଲିଛି ରେଡ୍ । ସେପଟେ ସୁନାମସାହି ଓ ଆସିକା ବସ୍‌ଷ୍ଟାଣ୍ଡ ନିକଟରେ ଭିଜିଲାନ୍ସର ଦୁଇଟି ଟିମର ଚଢ଼ାଉ କରିଛି । ଜଣେ ଡିଏସପିଙ୍କ ନେତୃତ୍ୱରେ ଭିଜିଲାନ୍ସର ପାଞ୍ଚ ଜଣିଆ ଟିମ୍ ଚଢ଼ାଉରେ ସାମିଲ ଅଛନ୍ତି। ବହୁ ପୂର୍ବରୁ ସୁନୀଲ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ତାଙ୍କ ଘରେ ଚଢ଼ାଉ କରିଛି।

ସୁନୀଲଙ୍କ ବାପା ରେଞ୍ଜର ଭାବେ କାର୍ଯ୍ୟ କରୁଥିଲେ। ସେ ୮ବର୍ଷ ହେଲା ଚାକିରିରୁ ଅବସର ନେଇ ଘରେ ଅଛନ୍ତି। ହୋଇଥିବା ବେଳେ କଟକ ଓ ବ୍ରହ୍ମପୁର ଭିଜିଲାନ୍ସର ଗୋଟିଏ ୧୦ ଜଣିଆ ଟିମ ଦୁଇଟି ଭାଗରେ ବିଭକ୍ତ ହୋଇ ମିଳିତ ଚଢ଼ାଉ କରୁଥିବା ଜଣା ପଡ଼ିଛି । ଚଢାଉରେ 6 ଜଣ DSP,୩ ଜଣ ଇନସପେକ୍ଟର,୭ଜଣ ASI ସାମିଲ ହୋଇଛନ୍ତି ।

Tags: