ଭିଜିଲାନ୍ସ ଜାଲରେ ଜେଇ

ଫୁଲବାଣୀ : ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଲେ ଜେଇ । ଫୁଲବାଣୀ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଜେଇ ଅଶୋକ ପାଢ଼ୀଙ୍କୁ ଧରିଛି ଭିଜିଲାନ୍ସ । ଜଣେ ଠିକାଦାରଙ୍କ ବିଲ ପାସ କରାଇଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ସୂଚନାନୁସାରେ, ଗୋଚ୍ଛାପଡା ପଞ୍ଚାୟତ ବ୍ରୁଡିଗୁଡା ଠାରେ ଏକ ବିଶ୍ରାମାଗାର ନିର୍ମାଣ କରାଯାଇଥିଲା। ଏହି କାମର ବିଲ୍ କରାଇ ଦେବା ପାଇଁ ଜେଇ ଅଶୋକ ପାଢ଼ୀ ଠିକାଦାର ରଘୁନାଥ ମହାକୁଡ଼ଙ୍କ […]

Samaya Live Picture
Published On

ଫୁଲବାଣୀ : ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଲେ ଜେଇ । ଫୁଲବାଣୀ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଜେଇ ଅଶୋକ ପାଢ଼ୀଙ୍କୁ ଧରିଛି ଭିଜିଲାନ୍ସ । ଜଣେ ଠିକାଦାରଙ୍କ ବିଲ ପାସ କରାଇଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।

ସୂଚନାନୁସାରେ, ଗୋଚ୍ଛାପଡା ପଞ୍ଚାୟତ ବ୍ରୁଡିଗୁଡା ଠାରେ ଏକ ବିଶ୍ରାମାଗାର ନିର୍ମାଣ କରାଯାଇଥିଲା। ଏହି କାମର ବିଲ୍ କରାଇ ଦେବା ପାଇଁ ଜେଇ ଅଶୋକ ପାଢ଼ୀ ଠିକାଦାର ରଘୁନାଥ ମହାକୁଡ଼ଙ୍କ ଠାରୁ ୧୦ ହଜାର ଟଙ୍କା ଦାବି କରିଥିଲେ। ରଘୁନାଥ ଏନେଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଆଜି ସକାଳେ ଅଶୋକ ପାଢ଼ୀ ଫିରିଙ୍ଗିଆ ସ୍ଥିତ ନିଜ ସରକାରୀ ବାସଭବନରେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ତାଙ୍କୁ ଧରିଥିଲେ ଭିଜିଲାନ୍ସ ଟିମ । ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଜେଇଙ୍କର ପିରିଙ୍ଗିଆ ସରକାରୀ ବାସଭବନ ସହିତ କାର୍ଯ୍ୟାଳୟ,ବ୍ରହ୍ମପୁର ସ୍ଥିତ ପୈତୃକ ଘର ଏବଂ ଶ୍ୱଶୁର ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି ।

Tags: