ଭିଜିଲାନ୍ସ ଜାଲରେ ଜଟଣୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଖୋର୍ଦ୍ଧା ଜିଲା ଜଟଣୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ଏକକାଳୀନ ୧୦ଟି ସ୍ଥାନରେ ଚାଲିଛି ଚଢାଉ । ଏହି ଚଢାଉରେ ୯ ଜଣ ଡିଏସ୍‌ଏସ୍‌ପି, ୪ ଜଣ ଇନ୍ସପେକ୍ଟର, ୧୩ ଜଣ ଏଏସଆଇ, ଏବଂ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି। ଆଜି ସକାଳୁ ଭିଜିଲାନ୍ସର ୨ଟି ଟିମ୍ […]

Samaya Live Picture
Published On

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଖୋର୍ଦ୍ଧା ଜିଲା ଜଟଣୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ଏକକାଳୀନ ୧୦ଟି ସ୍ଥାନରେ ଚାଲିଛି ଚଢାଉ । ଏହି ଚଢାଉରେ ୯ ଜଣ ଡିଏସ୍‌ଏସ୍‌ପି, ୪ ଜଣ ଇନ୍ସପେକ୍ଟର, ୧୩ ଜଣ ଏଏସଆଇ, ଏବଂ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି।

ଆଜି ସକାଳୁ ଭିଜିଲାନ୍ସର ୨ଟି ଟିମ୍ ଜଟଣୀ ପୌର ପରିଷଦ କାର୍ଯ୍ୟାଳୟରେ ପହଞ୍ଚି ଚଢାଉ ଜାରି ରଖିଛନ୍ତି । ପୂର୍ବରୁ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ ନାମରେ ଅନେକ ଅଭିଯୋଗ ରହିଥିଲା । ୨ ଜଣ ଡିଏସପିଙ୍କ ନେତୃତ୍ଵରେ ପହଞ୍ଚିଥିଲେ ଭିଜିଲାନ୍ସ ଟିମ୍ । ଚଢ଼ଉବେଳେ ଭୁବନେଶ୍ୱର ଜାଗମରା ଫ୍ଲାଟରେ ଥିବା ଏକ ଆଲମୀରାରୁ ମିଳିଛି ୧୭ ଲକ୍ଷ ନଗଦ ଟଙ୍କା ।

ସେହିପରି ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଚନ୍ଦ୍ରମଣି ସାହି ସ୍ଥିତ ତାଙ୍କ ତିନୋଟି ପୈତୃକ ଘରେ ମଧ୍ୟ ଚଢ଼ାଉ ଚାଲିଛି । ଏହି ସମୟରେ ସୂର୍ଯ୍ୟମଣିଙ୍କର ଭୁବନେଶ୍ଵର ଜାଗମରାରେ ଏକ ଫ୍ଲାଟ୍, ଖାରବେଳନଗରରେ ଏକ ଫ୍ଲାଟ୍, ପଙ୍କଲାପଲ୍ଲୀରେ ଦୁଇ ମହଲା ଘର, ଅଙ୍କୁଲିରେ ତିନି ମହଲା କୋଠା ଥିବା ଜଣାପଡ଼ିଥିବା ବେଳେ ଲାଞ୍ଜିପାଲ୍ଲୀରେ ଥିବା ଶାଳକଙ୍କ ଘର ଏବଂ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ରେଡ୍ ଚାଲିଛି। କଟକ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଥିବାବେଳେ ସମସ୍ତ ସମ୍ପତ୍ତିର ଆକଳନ ହୋଇପାରିନାହିଁ ।

Tags: