ଜଙ୍କିଆ ଥାନା ASI ନିଲମ୍ବିତ

ଖୋର୍ଦ୍ଧା : ୱାର୍ଡ ମେମ୍ବରଙ୍କୁ ଆକ୍ରମଣ କରି ନିଲମ୍ବିତ ହେଲେ ଜଙ୍କିଆ ଏଏସ୍ଆଇ ନିରଞ୍ଜନ ମହାନ୍ତି । ଖୋର୍ଦ୍ଧା ଏସପି ତାଙ୍କୁ ନିଲମ୍ବିତ କରିଛନ୍ତି । ଗତକାଲି ୱାର୍ଡ ସଭ୍ୟ ଓ ସମିତି ସଭ୍ୟଙ୍କୁ ମାଡ଼ କରିଥିଲେ ନିରଞ୍ଜନ ମହାନ୍ତି । ରବିବାର ଅପରାହ୍ନରେ ଏକ ମାମଲା ସମ୍ପର୍କରେ ବୁଝିବା ପାଇଁ ଜଙ୍କିଆ ପଞ୍ଚାୟତର ୱାର୍ଡ ମେମ୍ବର ନବ କିଶୋର ହରିଚନ୍ଦନ ଜଙ୍କିଆ ଥାନାକୁ ଯାଇଥିଲେ। ଥାନାର ଭାରପ୍ରାପ୍ତ ଅଧିକାରୀ ନ ଥିବାରୁ ନବ କିଶୋର ଥାନା […]

Samaya Live Picture
Published On

ଖୋର୍ଦ୍ଧା : ୱାର୍ଡ ମେମ୍ବରଙ୍କୁ ଆକ୍ରମଣ କରି ନିଲମ୍ବିତ ହେଲେ ଜଙ୍କିଆ ଏଏସ୍ଆଇ ନିରଞ୍ଜନ ମହାନ୍ତି । ଖୋର୍ଦ୍ଧା ଏସପି ତାଙ୍କୁ ନିଲମ୍ବିତ କରିଛନ୍ତି । ଗତକାଲି ୱାର୍ଡ ସଭ୍ୟ ଓ ସମିତି ସଭ୍ୟଙ୍କୁ ମାଡ଼ କରିଥିଲେ ନିରଞ୍ଜନ ମହାନ୍ତି ।

ରବିବାର ଅପରାହ୍ନରେ ଏକ ମାମଲା ସମ୍ପର୍କରେ ବୁଝିବା ପାଇଁ ଜଙ୍କିଆ ପଞ୍ଚାୟତର ୱାର୍ଡ ମେମ୍ବର ନବ କିଶୋର ହରିଚନ୍ଦନ ଜଙ୍କିଆ ଥାନାକୁ ଯାଇଥିଲେ। ଥାନାର ଭାରପ୍ରାପ୍ତ ଅଧିକାରୀ ନ ଥିବାରୁ ନବ କିଶୋର ଥାନା ଫାଟକ ପାଖରେ ଠିଆ ହୋଇ ମୋବାଇଲରେ କଥା ହେଉଥିଲେ । ଏହି ସମୟରେ ଥାନା ଦାୟିତ୍ୱରେ ଥିବା ଏଏସ୍ଆଇ ଚିତରଞ୍ଜନ ମହାନ୍ତିଙ୍କୁ ତାଙ୍କୁ ଡାକିଥିଲେ । ସେ ଫୋନରେ କଥା ହେଉଥିବାରୁ ଏଏସ୍ଆଇଙ୍କ ଡାକ ଶୁଣି ପାରିନଥିଲେ । ଏଥିରେ ସେ ଉତକ୍ଷପ୍ତ ହୋଇ ତାଙ୍କ ଉପରକୁ ଏକ ଟେକା ଫିଙ୍ଗିଥିଲେ । ଏହା ନବକିଶୋରଙ୍କ ଦେହରେ ନବାଜିରୁ ଏଏସ୍ଆଇ ତାଙ୍କ ନିକଟକୁ ଯାଇ ମାଡ ମାରିବା ସହ ପଥର ଉଠାଇ ମୁଣ୍ଡକୁ ଛେଚି ଦେଇଥିଲେ । ଏହି ସମୟରେ ସେଠାରେ ଥିବା ଅନ୍ୟ ଜଣେ ସମିତି ସଭ୍ୟ ଇଶ୍ୱର ମାର୍ଥା ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ । ଏଏସ୍‌ଆଇଙ୍କ ଆକ୍ରମଣରେ ୱାର୍ଡ ମେମ୍ବରଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେବାରୁ ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ଥାନା ପରିସରରେ ଉତ୍ତେଜନା ଦେଖାଦେଇଥିଲା।ଏହାକୁ ନେଇ ସ୍ଥାନୀୟ ଲୋକେ ତୀବ୍ର ପ୍ରତିବାଦ କରିଥିଲେ । ଭାରପ୍ରାପ୍ତ ଥାନା ଅଧିକାରିଣୀ ସେଠାରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ।

Tags: