ଥାନାଧିକାରୀଙ୍କୁ ଜେଲ ଦଣ୍ଡାଦେଶ
ମୟୂରଭଞ୍ଜ : ପୋଲିସ ଅଧିକାରୀଙ୍କୁ ଜେଲ ଦଣ୍ଡାଦେଶ । ଚାକିରିକାଳରେ ଏକ ଲାଞ୍ଚ ମାମଲାରେ ସମ୍ପୃକ୍ତିକୁ ନେଇ ତାଙ୍କୁ ମୟୂରଭଞ୍ଜ ଜିଲା ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସକୋର୍ଟ ଏହି ଦଣ୍ଡାଦେଶ କରିଛି । ଜଜ୍ ପ୍ରସନ୍ନ କୁମାର ପଣ୍ଡା ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୫ବର୍ଷ ଜେଲ ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଏହା ସହିତ ୮ହଜାର ଟଙ୍କା ଜରିମାନା କରାଯାଇଛି । ଅନାଦେୟରେ ଅଧିକ ୮ମାସ ଜେଲ ଦଣ୍ଡ ଭୋଗିବାକୁ ରାୟରେ ପ୍ରକାଶ ପାଇଛି । ଅଭିଯୁକ୍ତ […]
ମୟୂରଭଞ୍ଜ : ପୋଲିସ ଅଧିକାରୀଙ୍କୁ ଜେଲ ଦଣ୍ଡାଦେଶ । ଚାକିରିକାଳରେ ଏକ ଲାଞ୍ଚ ମାମଲାରେ ସମ୍ପୃକ୍ତିକୁ ନେଇ ତାଙ୍କୁ ମୟୂରଭଞ୍ଜ ଜିଲା ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସକୋର୍ଟ ଏହି ଦଣ୍ଡାଦେଶ କରିଛି । ଜଜ୍ ପ୍ରସନ୍ନ କୁମାର ପଣ୍ଡା ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୫ବର୍ଷ ଜେଲ ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଏହା ସହିତ ୮ହଜାର ଟଙ୍କା ଜରିମାନା କରାଯାଇଛି । ଅନାଦେୟରେ ଅଧିକ ୮ମାସ ଜେଲ ଦଣ୍ଡ ଭୋଗିବାକୁ ରାୟରେ ପ୍ରକାଶ ପାଇଛି । ଅଭିଯୁକ୍ତ ଜଣକ ହେଲେ ତିରିଂ ଥାନାର ତତ୍କାଳୀନ ଭାରପ୍ରାପ୍ତ ଥାନାଧିକାରୀ ଶରତ ଚନ୍ଦ୍ର ରାୟ । ଶରତଙ୍କ ଘର ଗଞ୍ଜାମ ଜିଲା ଟିକରପଦା ଗ୍ରାମରେ ।
ସୂଚନାଅନୁସାରେ, ୨୦୧୬ ମସିହା ୯ ଡିସେମ୍ବର ରେ ତିରିଂ ଥାନା ଗୟଳକଟା ଗ୍ରାମରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପୋଲିସ ନିଯୁକ୍ତି ନିମନ୍ତେ ଆବେଦନ କରାଯାଇଥିଲା । ଆବେଦନକାରୀ ମନ୍ମଥ ବାସ୍କେ ଥାନାକୁ ଆସି ଥାନାଧିକାରୀଙ୍କୁ ଜଣାଇବା ପରେ ପୋଲିସ ନିଯୁକ୍ତିକୁ ନେଇ ୧୦ହଜାର ଟଙ୍କା ଲାଂଚମାଗିଥିଲେ । ପରେ ଏହି ମାମଲା ୭ହଜାର ଟଙ୍କାରେ ଛିଣ୍ଡିଥିଲା । ଏହାପରେ ମନ୍ମଥ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲା । ପରେ ଯୋଜନା ମୁତାବକ ଟଙ୍କା ନେଉଥିବା ବେଳେ ଲାଂଚୁଆ ପୋଲିସ୍ ଅଧିକାରୀଙ୍କୁ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ମାଡିବସିଥିଲେ । ଏହାପରେ ମାମଲା ଚାଲିଥିଲା । ୫ଜଣ ସାକ୍ଷୀଙ୍କ ବୟାନ ଓ ଭିଜିଲାନ୍ସର ତଦନ୍ତ ରିପୋର୍ଟକୁ ଭିତିିକରି ଜଜ୍ ରାୟ ଶୁଣାଇଛନ୍ତି । ଶୁଣାଣି ପରେ ଅଭିଯୁକ୍ତକୁ ଗିରଫ କରାଯାଇ ମଣ୍ଡଳକାରାଗାରକୁ ପଠାଇ ଦିଆଯାଇଛି ।




