ନାବାଳକକୁ ଅପ୍ରାକୃତିକ ଯୌନକ୍ରିୟା ଅଭିଯୋଗରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

ବାଲେଶ୍ଵର: ନାବାଳକକୁ ଅପ୍ରାକୃତିକ ଯୌନକ୍ରିୟା ଅଭିଯୋଗରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ । ଦୋଷୀ ସହଦେବ ଖୁଣ୍ଟା ଥାନା ଅନ୍ତର୍ଗତ ଭୀମପୁରା ଅଞ୍ଚଳର ସନ୍ତୋଷ ବିଶ୍ଵାଳ । ସନ୍ତୋଷ ନାବାଳକ ଜଣକୁ ଛେଳି ଗୁହାଳ କୁ ଡ଼ାକି ନେଇ ତା ସହ ଅପ୍ରାକୃତିକ ଯୌନ ସଂପର୍କ ରଖିଥିଲା । ଏହି ମମାଲା ରେ ଦୋଷୀ ସନ୍ତୋଷ ବିଶ୍ଵାଳ କୁ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୪ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ୨ ବର୍ଷ ଜେଲ ଦଣ୍ଡ […]

Samaya Live Picture
Published On

ବାଲେଶ୍ଵର: ନାବାଳକକୁ ଅପ୍ରାକୃତିକ ଯୌନକ୍ରିୟା ଅଭିଯୋଗରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ । ଦୋଷୀ ସହଦେବ ଖୁଣ୍ଟା ଥାନା ଅନ୍ତର୍ଗତ ଭୀମପୁରା ଅଞ୍ଚଳର ସନ୍ତୋଷ ବିଶ୍ଵାଳ । ସନ୍ତୋଷ ନାବାଳକ ଜଣକୁ ଛେଳି ଗୁହାଳ କୁ ଡ଼ାକି ନେଇ ତା ସହ ଅପ୍ରାକୃତିକ ଯୌନ ସଂପର୍କ ରଖିଥିଲା ।

ଏହି ମମାଲା ରେ ଦୋଷୀ ସନ୍ତୋଷ ବିଶ୍ଵାଳ କୁ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୪ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ୨ ବର୍ଷ ଜେଲ ଦଣ୍ଡ । ୧୫ ଜଣ ସାକ୍ଷୀ ଓ ୨୩ ଟି ଦଲିଲ ଓ ଦସ୍ତାବିଜ କୁ ଆଧାର କରି ରାୟ ଶୁଣାଇଛନ୍ତି ମାନ୍ୟବର ବାଲେଶ୍ଵର ସ୍ଵତନ୍ତ୍ର ପକ୍ସୋ କୋର୍ଟ ଜର୍ଜ ଶ୍ରୀ ରଞ୍ଜନ କୁମାର ସୁତାର ।

ଏହି ଘଟଣା ୨୦୨୩ ମସିହା ଡିସେମ୍ବର ୨୯ ତାରିଖରେ ଘଟିଥିବା ବେଳେ ବାଲେଶ୍ଵର ସହଦେବ ଖୁଣ୍ଟା ଥାନାରେ ନାବାଳକ ଙ୍କ ପରିବାର ପକ୍ଷରୁ ମାମଲା ରୁଜୁ ହୋଇଥିଲା । ଏହି ମାମଲା କୁ ସରକାର ଙ୍କ ପକ୍ଷରୁ ମକଦ୍ଦମା ପରିଚାଳନା କରୁଥିଲେ ସ୍ଵତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା।

Tags: