୪ ଦିନିଆ ରିମାଣ୍ଡରେ ଗଲେ ଜଗବନ୍ଧୁ

ଭୁବନେଶ୍ୱର : ଆଜି ଠାରୁ ୪ ଦିନିଆ ଇଡି ରିମାଣ୍ଡ ରେ ଗଲେ ଜଗବନ୍ଧୁ ଚାନ୍ଦ I ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଇଡି ପକ୍ଷରୁ ଶୁକ୍ରବାର କୋର୍ଟ ରେ ଆବେଦନ କରାଯାଇଥିଲା I ପୂର୍ବରୁ ଇଡି ଜଗବନ୍ଧୁଙ୍କୁ ୯ ଦିନିଆ ରିମାଣ୍ଡ ରେ ନେଇ ଜେରା କରିଥିଲା I ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଇଡି ଜଗବନ୍ଧୁଙ୍କୁ ଇଲେକ୍ଟ୍ରୋନିକ ଡିଭାଇସ୍ ସମ୍ପର୍କରେ ପଚରାଉଚରା କରିବ ବୋଲି ଜଣାଯାଇଛି। ଗତକାଲି ମନି ଲଣ୍ଡରିଂ ମାମଲାରେ ପ୍ରମାଣ ପାଇବା […]

Samaya Live Picture
Published On

ଭୁବନେଶ୍ୱର : ଆଜି ଠାରୁ ୪ ଦିନିଆ ଇଡି ରିମାଣ୍ଡ ରେ ଗଲେ ଜଗବନ୍ଧୁ ଚାନ୍ଦ I ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଇଡି ପକ୍ଷରୁ ଶୁକ୍ରବାର କୋର୍ଟ ରେ ଆବେଦନ କରାଯାଇଥିଲା I ପୂର୍ବରୁ ଇଡି ଜଗବନ୍ଧୁଙ୍କୁ ୯ ଦିନିଆ ରିମାଣ୍ଡ ରେ ନେଇ ଜେରା କରିଥିଲା I

ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଇଡି ଜଗବନ୍ଧୁଙ୍କୁ ଇଲେକ୍ଟ୍ରୋନିକ ଡିଭାଇସ୍ ସମ୍ପର୍କରେ ପଚରାଉଚରା କରିବ ବୋଲି ଜଣାଯାଇଛି। ଗତକାଲି ମନି ଲଣ୍ଡରିଂ ମାମଲାରେ ପ୍ରମାଣ ପାଇବା ପରେ ଜଗବନ୍ଧୁଙ୍କୁ ଗତକାଲି ଗିରଫ କରିଥିଲା ଇଡି।

ଆସନ୍ତା ୨୬ ତାରିଖରେ ଜଗବନ୍ଧୁଙ୍କୁ କୋର୍ଟରେ ହଜାର କରିବ ଇଡି I ପୂର୍ବରୁ ଅର୍ଚ୍ଚନIଙ୍କୁ ୬ ଦିନିଆ ରିମାଣ୍ଡ ରେ ନେଇଥିଲା ଇଡି I ଏହାପରେ ଜଗବନ୍ଧୁ ଓ ଅର୍ଚ୍ଚନାଙ୍କୁ ମୁହାଁ ମୁହିଁ ଜେରା କରିଥିଲା ଇଡି I ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ସରିବାପରେ ପୁଣି ଇଡି କୋର୍ଟରେ ୨ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା। ହେଲେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବା ପାଇଁ ଇଡିକୁ ଅନୁମତି ମିଳିନଥିଲା। ଏହା ସହିତ ଆଗାମୀ ୨ ତାରିଖ ପର୍ଯ୍ୟନ୍ତ ଅର୍ଚ୍ଚନା ଏବଂ ଖଗେଶ୍ୱରଙ୍କ ବିଚାର ବିଭାଗୀୟ ହାଜତ ସମୟ ସୀମା ବଢ଼ିଛି ।

Tags: