ଜଗତସିଂପୁର ପୀଡିତା ହୋମଗାର୍ଡଙ୍କ ସଂଗୀନ ଅଭିଯୋଗ,ଟଙ୍କା ନିଅ କେଶ ଦଫା ରଫା କର

ଜଗତସିଂପୁର : ୨୫ ଲକ୍ଷ ନେଇ କେସ ଦଫା ରଫା କର । ଏଭଳି ସଂଗୀନ ଅଭିଯୋଗ ଆଣିଲେ କୁଜଙ୍ଗ ଥାନା ପୀଡିତା ହୋମଗାର୍ଡ । ଏପରିଲି ଘଟଣା ସମ୍ପର୍କରେ ଗଣମାଧ୍ୟମରେ ମୁହଁ ଖୋଲିଲେ ଚାକିରିରୁ ଡ଼ିସମିସ କରାଯିବ । ତାଙ୍କୁ ଜୀବନରୁ ମାରିଦେବା ସହ ପରିବାରକୁ ମଧ୍ୟ ସଫା କରିଦିଆଯିବ ବୋଲି ମିଳୁଛି ଧମକ । କାଲି ସନ୍ଧ୍ୟାରେ ୨ ଜଣ ଅଜଣା ବ୍ୟକ୍ତି ଯାଇ ମୋ ବାପା ମା’ଙ୍କୁ ଧମକାଇଛନ୍ତି । କହିଛନ୍ତି ଝିଅକୁ […]

ଜଗତସିଂପୁର ପୀଡିତା ହୋମଗାର୍ଡଙ୍କ ସଂଗୀନ ଅଭିଯୋଗ,ଟଙ୍କା ନିଅ କେଶ ଦଫା ରଫା କର
Samaya Live Picture
Published On

ଜଗତସିଂପୁର : ୨୫ ଲକ୍ଷ ନେଇ କେସ ଦଫା ରଫା କର । ଏଭଳି ସଂଗୀନ ଅଭିଯୋଗ ଆଣିଲେ କୁଜଙ୍ଗ ଥାନା ପୀଡିତା ହୋମଗାର୍ଡ । ଏପରିଲି ଘଟଣା ସମ୍ପର୍କରେ ଗଣମାଧ୍ୟମରେ ମୁହଁ ଖୋଲିଲେ ଚାକିରିରୁ ଡ଼ିସମିସ କରାଯିବ । ତାଙ୍କୁ ଜୀବନରୁ ମାରିଦେବା ସହ ପରିବାରକୁ ମଧ୍ୟ ସଫା କରିଦିଆଯିବ ବୋଲି ମିଳୁଛି ଧମକ । କାଲି ସନ୍ଧ୍ୟାରେ ୨ ଜଣ ଅଜଣା ବ୍ୟକ୍ତି ଯାଇ ମୋ ବାପା ମା’ଙ୍କୁ ଧମକାଇଛନ୍ତି । କହିଛନ୍ତି ଝିଅକୁ କୁହ କେସ ଉଠାଇବ ନହେଲେ ଜୀବନ ଯିବ । ସେ କହିଛନ୍ତି ମୋ ଜୀବନ ପ୍ରତି ବିପଦ ଅଛି ମୋତେ ନ୍ୟାୟ ଦରକାର । ସେହିଭଳି କାଲି ଜଣେ କନେଷ୍ଟବଳ ମୋତେ ଷ୍ଟାଡ଼ିୟମକୁ ଡ଼କାଇଥିଲେ । କହିଲେ ମୋତେ ଅଡିସନାଲ ଏସପି ପଠାଇଛନ୍ତି ,୨୫/୨୭ ଲକ୍ଷ ତପନ ସାର ଦେବେ କେସ ଦଫା ରଫା କର । ନହେଲେ ଚାକିରିରୁ ବିଦା ହେବ । ଗତକାଲି ଅଭିଯୁକ୍ତ IIC ତପନ ନାହାକ ଚାକିରିରୁ ନିଲମ୍ବିତ ହେବା ପରେ ଜେଲ ଯାଇଛନ୍ତି ।

ସୂଚନାନୁସାରେ,କୁଜଙ୍ଗ ଥାନାର ପୂର୍ବତନ IIC ତପନ ନାହାକ ଙ୍କ ସହିତ ଜଣେ ହୋମଗାର୍ଡ ଥାନାରେ ରାଇଟର ଥିବାବେଳେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ତପନ ନାହାକ ହୋମଗାର୍ଡଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା କରିଥିଲେ । ଏନେଇ ସୋମବାର ପୀଡିତା ହୋମଗାର୍ଡ ଜଗତସିଂପୁର ସଦର ଥାନାରେ ଏତଲା ଦେଇଥିଲେ । ଖବର ପାଇ ପରେ ଥାନା ଅଧିକାରୀ ତପନ ନାହାକ ଫେରାର ହୋଇ ଯାଇଥିଲେ। ଜଗତସିଂହପୁର ପୋଲିସର ଏକ ସ୍ୱତନ୍ତ୍ର ଟିମ ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ନିକଟରୁ ତାଙ୍କୁ ଧରି ଜଗତସିଂହପୁର ଥାନାକୁ ଆଣିଥିଲେ । ଗତକାଲି ତାଙ୍କୁ ଡିଜିପି ୱାଇ ବି ଖୁରାନିଆ ଚାକିରିରୁ ନିଲମ୍ବନ କରିବା ପରେ ଜେଲ ପଠାଇ ଦିଆଯାଇଥିଲା

 

 

Tags: