ଜଗବନ୍ଧୁଙ୍କ ବିସ୍ଫୋରକ ବୟାନ

ଭୁବନେଶ୍ୱର : ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ବିସ୍ଫୋରକ ବୟାନ I ଆଜି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲ ନେବାବେଳେ ଗଣମାଧ୍ୟମକୁ ଦେଇଛନ୍ତି ପ୍ରତିକ୍ରିୟା I ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ଏ ସବୁ ଅକ୍ଷୟ ପରିଜାର ଚକ୍ରାନ୍ତ ବୋଲି କହିଛନ୍ତି । ଏପରିକି ବ୍ଲାକମେଲିଂ ଘଟଣାର ଅନ୍ୟତମ ଅଭିଯୁକ୍ତ ଶ୍ରଦ୍ଧାଞ୍ଜଳିକୁ ଲୁଚାଇ ରଖିଛନ୍ତି ଅକ୍ଷୟ ପରିଜା I ଶ୍ରଦ୍ଧାଞ୍ଜଳି ପଇସା ଲୋଭରେ ଆମ ବିରୋଧରେ […]

Samaya Live Picture
Published On

ଭୁବନେଶ୍ୱର : ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ବିସ୍ଫୋରକ ବୟାନ I ଆଜି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲ ନେବାବେଳେ ଗଣମାଧ୍ୟମକୁ ଦେଇଛନ୍ତି ପ୍ରତିକ୍ରିୟା I ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ଏ ସବୁ ଅକ୍ଷୟ ପରିଜାର ଚକ୍ରାନ୍ତ ବୋଲି କହିଛନ୍ତି । ଏପରିକି ବ୍ଲାକମେଲିଂ ଘଟଣାର ଅନ୍ୟତମ ଅଭିଯୁକ୍ତ ଶ୍ରଦ୍ଧାଞ୍ଜଳିକୁ ଲୁଚାଇ ରଖିଛନ୍ତି ଅକ୍ଷୟ ପରିଜା I ଶ୍ରଦ୍ଧାଞ୍ଜଳି ପଇସା ଲୋଭରେ ଆମ ବିରୋଧରେ ଏତଲା ଦେଇଛି । ଆମ ମୁଣ୍ଡରେ ଅଠା ବୋଳାଯାଇଛି । ଆମେ କାହାକୁ ପଇସା ମଗିନୁ। ସବୁ ମିଛ କଥା। ସମୟ ଆସିଲେ ଆମେ ସବୁ କହିବୁ। ଏହାପଛରେ ଆହୁରି ଅନେକ ଲୋକ ଥିବା କହିଛନ୍ତି ଜଗବନ୍ଧୁ । ସେମାନଙ୍କୁ ବାହାର କରିବାକୁ ଦାବି କରିଛନ୍ତି । ପୂର୍ବରୁ ଏମିତି କିଛି କଥା କହି ରାଜ୍ୟରେ ହଟଚମଟ ସୃଷ୍ଟି କରିଥିଲେ ଅର୍ଚ୍ଚନା ନାଗ । ଏବେ ମୁହଁ ଖୋଲିଛନ୍ତି ସ୍ୱାମୀ ଜଗବନ୍ଧୁ । ଏପଟେ ଜଗବନ୍ଧୁଙ୍କ ଅଭିଯୋଗ ନେଇ ଅକ୍ଷୟ ପରିଜା କିମ୍ବା ଶ୍ରଦ୍ଧାଞ୍ଜଳିଙ୍କ ପ୍ରତିକ୍ରିୟା ମିଳିପାରିନି ।

ସୂଚନାନୁସାରେ, ଆର୍ଥିକ ହେରଫେର୍‌ ଓ ବ୍ଲାକମେଲିଂ ଅଭିଯୋଗରେ ବନ୍ଧା ହୋଇଥିଲେ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ । ଉଭୟଙ୍କ ଆର୍ଥିକ କାରବାର ସଂପର୍କରେ ଛାନ୍‌ଭିନ୍‌ କରୁଛି ଇଡି । ଅର୍ଚ୍ଚନା ନାଗଙ୍କୁ ଏପ୍ରିଲ୍‌ ୧୧ରେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଂଜୁର କରିଥିଲେ। ସେହିପରି ଖଣ୍ଡଗିରି ଥାନାରେ ହୋଇଥିବା ଶ୍ରଦ୍ଧାଞ୍ଜଳି ମାମଲାରେ ମାର୍ଚ୍ଚ ୧୫ ତାରିଖରେ ଜଗବନ୍ଧୁଙ୍କୁ ଜାମିନ ମିଳିଥିଲା ।

Tags: