ରାଜଧାନୀରୁ ଜବତ ହେଲା ହାତୀଦାନ୍ତ,୨ ବେପାରୀ ଗିରଫ
ଭୁବନେଶ୍ୱର : ରାଜଧାନୀରେ ୩ କିଲୋ ଓଜନ୍ ର ହାତୀଦାନ୍ତ ଜବତ କରାଯାଇଛି I ଏହା ସହ କମିସନରେଟ୍ ପୋଲିସ ୨ ଅଭିଯୁକ୍ତଂକୁ ମୈତ୍ରୀ ବିହାର ଅଞ୍ଚଳରୁ ଗିରଫ କରିଛି I ଅଭିଯୁକ୍ତ ଦ୍ୱୟ କନ୍ଧମାଳର ଗିରୀଶ କୁମାର ନାୟକ ଓ ଦୀପକ ସାହୁ ବୋଲି ଜଣାଯାଇଛି । ଜବତ ହୋଇଥିବା ହାତୀ ଦାନ୍ତର ମୂଲ୍ୟ ଲକ୍ଷାଧିକ ଟଙ୍କାର ହୋଇଥିବା ଅନୁମାନ କରାଯାଉଛି I ପୋଲିସ କୌଣସି ସୂତ୍ରରୁ ଖବର ପାଇ ମୈତ୍ରୀ ବିହାର ଅଞ୍ଚଳରେ ପୂର୍ବରୁ […]
ଭୁବନେଶ୍ୱର : ରାଜଧାନୀରେ ୩ କିଲୋ ଓଜନ୍ ର ହାତୀଦାନ୍ତ ଜବତ କରାଯାଇଛି I ଏହା ସହ କମିସନରେଟ୍ ପୋଲିସ ୨ ଅଭିଯୁକ୍ତଂକୁ ମୈତ୍ରୀ ବିହାର ଅଞ୍ଚଳରୁ ଗିରଫ କରିଛି I ଅଭିଯୁକ୍ତ ଦ୍ୱୟ କନ୍ଧମାଳର ଗିରୀଶ କୁମାର ନାୟକ ଓ ଦୀପକ ସାହୁ ବୋଲି ଜଣାଯାଇଛି । ଜବତ ହୋଇଥିବା ହାତୀ ଦାନ୍ତର ମୂଲ୍ୟ ଲକ୍ଷାଧିକ ଟଙ୍କାର ହୋଇଥିବା ଅନୁମାନ କରାଯାଉଛି I
ପୋଲିସ କୌଣସି ସୂତ୍ରରୁ ଖବର ପାଇ ମୈତ୍ରୀ ବିହାର ଅଞ୍ଚଳରେ ପୂର୍ବରୁ ଜଗି ରହିଥିଲା ।ଦୁଇ ଅଭିଯୁକ୍ତ ବାଇକରେ ହାତୀ ଦାନ୍ତ ନେଇ ଯାଉଥିବା ବେଳେ ସେମାନଙ୍କୁ କାବୁ କରିନେଇଛି ପୋଲିସ I ଅଭିଯୁକ୍ତଙ୍କ ନିକଟରୁ ୨ ଟି ହାତୀଦାନ୍ତ ସହ ୩ ଟି ମୋବାଇଲ ମଧ୍ୟ ଜବତ କରାଯାଇଛି I
ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ର ଧାରା ୫୧ରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୁକ୍ତ ଦୁଇଜଣଙ୍କୁ ବନବିଭାଗକୁ ହସ୍ତାନ୍ତର କରାଯାଇଥିବା କହିଛନ୍ତି ମୈତ୍ରୀ ବିହାର ଆଇଆଇସି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ । ତେବେ ଏହି ରାକେଟରେ ଆହୁରି ଅନେକ ସାମିଲ ଥିବା ସନ୍ଦେହ କରାଯାଉଛି । ତେଣୁ ବନବିଭାଗ ସେମାନଙ୍କୁ ଅଧିକ ପଚରାଉଚରା କରୁଛି ।




