ବ୍ୟବସାୟିକ ପ୍ରତିଷ୍ଠାନ ‘ଡିଏନ ହୋମ୍ସ’ରେ ଆଇଟି ରେଡ୍
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ବଡ଼ ଧରଣର ଆଇଟି ରେଡ୍ I ବ୍ୟବସାୟିକ ପ୍ରତିଷ୍ଠାନ ‘ଡିଏନ ହୋମ୍ସ’ରେ ଏହି ରେଡ କରାଯାଇଛି I କମ୍ପାନୀର ନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଘରେ ଚଢାଉ କରାଯାଉଛି । ଭୁବନେଶ୍ୱର ସ୍ଥିତ ପୋଷ୍ଟାଲ କଲୋନୀ ସମେତ ୨୨ ସ୍ଥାନରେ ରେଡ୍ କରାଯାଉଛି। ଟିକସ ଫାଙ୍କିବା ଅଭିଯୋଗରେ ଗତକାଲି ରାତିରୁ ରେଡ୍ କରାଯାଉଛି । ଆଇଟି ବିଭାଗର ୭ ଜଣିଆ ସଦସ୍ୟ ଏଥିରେ ଉପସ୍ଥିତ ଅଛନ୍ତି। ଆଜି ସକାଳେ ବ୍ୟବସାୟିକ ପ୍ରତିଷ୍ଠାନର […]
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ବଡ଼ ଧରଣର ଆଇଟି ରେଡ୍ I ବ୍ୟବସାୟିକ ପ୍ରତିଷ୍ଠାନ ‘ଡିଏନ ହୋମ୍ସ’ରେ ଏହି ରେଡ କରାଯାଇଛି I କମ୍ପାନୀର ନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଘରେ ଚଢାଉ କରାଯାଉଛି । ଭୁବନେଶ୍ୱର ସ୍ଥିତ ପୋଷ୍ଟାଲ କଲୋନୀ ସମେତ ୨୨ ସ୍ଥାନରେ ରେଡ୍ କରାଯାଉଛି। ଟିକସ ଫାଙ୍କିବା ଅଭିଯୋଗରେ ଗତକାଲି ରାତିରୁ ରେଡ୍ କରାଯାଉଛି । ଆଇଟି ବିଭାଗର ୭ ଜଣିଆ ସଦସ୍ୟ ଏଥିରେ ଉପସ୍ଥିତ ଅଛନ୍ତି।
ଆଜି ସକାଳେ ବ୍ୟବସାୟିକ ପ୍ରତିଷ୍ଠାନର ନିର୍ଦ୍ଦେଶକ ସମେତ କଂପାନୀର ବରିଷ୍ଠ ଅଧିକାରୀ ଓ ନିକଟ ସର୍ମ୍ପକୀୟଙ୍କ ଘରେ ବି ରେଡ୍ କରାଯାଇଥିବା ସୂଚନା ମିଳିଛି। ୟୁନିଟ୍-୪ ସ୍ଥିତ ଜଣେ କର୍ମଚାରୀଙ୍କ ଘରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ନଗଦ ୩୦ କୋଟି ଟଙ୍କା ଜବତ ହୋଇଛି । ୩ଟି ଟ୍ରଙ୍କ ଓ ଗୋଟିଏ ଆଟାଚିରୁ କେବଳ ୫୦୦ ଟଙ୍କିଆ ନୋଟ୍ ମିଳିଥିବା ସୂଚନା ରହିଛି । ଇନ୍କମ୍ ଟ୍ୟାକ୍ସର ଅଧିକାରୀମାନେ କାଗଜପତ୍ର ଯାଞ୍ଚ କରିବା ସହ ମାସକୁ କେତେ ଟର୍ନ ଓଭର ହେଉଛି, ସେହି ଅନୁସାରେ ଏହି ବ୍ୟାବସାୟିକ ପ୍ରତିଷ୍ଠାନ ଇନ୍କମ୍ ଟ୍ୟାକ୍ସ ଦେଉଛି କି ନାହିଁ ତାର ଯାଞ୍ଚ କରୁଛନ୍ତି ଏହି ବ୍ୟବସାୟିକ ପ୍ରତିଷ୍ଠାନର ରାଜ୍ୟ ତଥା ରାଜ୍ୟ ବାହାରେ ବ୍ୟବସାୟ ରହିଥିବା ସୂଚନା ମିଳିଛି। ଏହି ସଂସ୍ଥା ନିଜର କନଷ୍ଟ୍ରସନ୍ ସହ ଅନ୍ୟ ବ୍ୟବସାୟରେ କୋଟି କୋଟି ଟଙ୍କା ଲଗାଇଥିବା ସୂଚନା ମିଳିଛି।




