ରାଜ୍ୟରେ ବିଭିନ୍ନ ସ୍ଥାନରେ ଆଇ.ଟି ରେଡ

ବୌଦ୍ଧ/ ରାୟଗଡା/ଟିଟିଲାଗଡ଼ : ବୌଦ୍ଧ ଜିଲ୍ଲାରେ ଦୁଇଟି କାରଖାନା ଉପରେ ଆୟକର ବିଭାଗର ଚଢଉ । ହରଭଙ୍ଗା ବ୍ଲକ୍ ତିତିରିକଟା ସ୍ଥିତ ବିଡିପିଏଲ ଓ ପୁରୁଣା କଟକ ସ୍ଥିତ ରାଣୀଶକ୍ତି ରାଇସ୍ ମିଲ ଉପରେ ଚାଲିଛି ରେଡ୍ । ବୌଦ୍ଧ ଡିଷ୍ଟିଲାରି ପ୍ରାଇଭେଟ୍ ଲିମିଡେଟ୍ ଉପରେ ଆଜି ଭୋରରୁ ଆୟକର ବିଭାଗ ଚଢାଉ କରିଛି । ୧୨ ଜଣିଆ ଟିମ୍ ଓ ୪ଜଣ ସିଆଇଏସଏଫ ଯବାନ ଏହି ରେଡରେ ସାମିଲ ହୋଇଛନ୍ତି । ସେହିପରି ରାଣୀଶକ୍ତି ରାଇସ୍ […]

Samaya Live Picture
Published On

ବୌଦ୍ଧ/ ରାୟଗଡା/ଟିଟିଲାଗଡ଼ : ବୌଦ୍ଧ ଜିଲ୍ଲାରେ ଦୁଇଟି କାରଖାନା ଉପରେ ଆୟକର ବିଭାଗର ଚଢଉ । ହରଭଙ୍ଗା ବ୍ଲକ୍ ତିତିରିକଟା ସ୍ଥିତ ବିଡିପିଏଲ ଓ ପୁରୁଣା କଟକ ସ୍ଥିତ ରାଣୀଶକ୍ତି ରାଇସ୍ ମିଲ ଉପରେ ଚାଲିଛି ରେଡ୍ । ବୌଦ୍ଧ ଡିଷ୍ଟିଲାରି ପ୍ରାଇଭେଟ୍ ଲିମିଡେଟ୍ ଉପରେ ଆଜି ଭୋରରୁ ଆୟକର ବିଭାଗ ଚଢାଉ କରିଛି । ୧୨ ଜଣିଆ ଟିମ୍ ଓ ୪ଜଣ ସିଆଇଏସଏଫ ଯବାନ ଏହି ରେଡରେ ସାମିଲ ହୋଇଛନ୍ତି । ସେହିପରି ରାଣୀଶକ୍ତି ରାଇସ୍ ମିଲରେ ୧୦ ଜଣିଆ ଆୟକର ବିଭାଗ ଟିମ୍ ଓ ୪ଜଣ ସିଆଇଏସଏଫ ଯବାନ ଚଢାଉରେ ସାମିଲ ଥିବା ଜଣାପଡିଛି । ରାଜ୍ୟ ବାହାରେ କୋଲକାତା ଓ ରାଞ୍ଚିରେ ରେଡ ଚାଲିଥିବା ସୂଚନା ମିଳିଛି । କମ୍ପାନୀର ଏମଡି ଓ ଡାଇରେକ୍ଟରଙ୍କ ଘରେ ରେଡ ଚାଲିଛି ।

ସେହିପରି ଟିଟିଲାଗଡ଼ର ପ୍ରସିଦ୍ଧ ମଦ ବ୍ୟବସାୟୀ ସଞ୍ଜୟ ସାହୁଙ୍କ ଘରେ ଆୟକର ଚଢ଼ାଉ ଚାଲିଛି I ସଞ୍ଜୟ ସାହୁଙ୍କର ରଘୁନାଥପଡ଼ା ସ୍ଥିତ’କୈଳାଶ ନିବାସ’ ବାସ ଭବନରେ ଏହି ଚଢ଼ାଉ ଚାଲିଛି I ଏହା ସହିତ ସଞ୍ଜୟଙ୍କ ଘର ନିକଟରେ ଥିବା ତାଙ୍କ ଦେଶୀ ମଦଭାଟି ଉପରେ ମଧ୍ୟ ଚଢ଼ାଉ ଚାଲିଛି Iଆୟକର ବିଭାଗର ପରେ ୪୦ ଜଣ ଅଧିକାରୀ ୨୦ଟି କାରରେ ଆସି ଏହି ଚଢ଼ାଉରେ ସାମିଲ ଅଛନ୍ତି I

ଅନ୍ୟପଟେ ରାୟଗଡା ଜିଲ୍ଲାର ମଦ ବ୍ୟବସାୟୀ ଅରବିନ୍ଦ ସାହୁଙ୍କ ଘରେ ଆଇ.ଟି ରେଡ ହୋଇଥିବା ଜଣାପଡିଛି I ଆୟକର ବିଭାଗର ୫ ଜଣିଆ ଟିମ ଏହି ରେଡରେ ସାମିଲ ହୋଇଥିବା ଜଣାପଡିଛି I ବୁଧୁବାର ସକାଳୁ ଆୟକର ବିଭାଗ ପକ୍ଷରୁ ମଦ ବ୍ୟବସାୟୀ ଅରବିନ୍ଦ ସାହୁଙ୍କ ଘରେ ଗୁପ୍ତ ଭାବରେ ଚଢ଼ାଉ ଚାଲିଥିଲା I ଘଟଣା ବାହାରେ ପ୍ରଘଟ ନହେବାପାଇଁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ଚଢ଼ାଉ ଚାଲିଛି I ଟିକସ ଫାଙ୍କିବା ଅଭିଯୋଗରେ ଅରବିନ୍ଦ ସାହୁଙ୍କ ବ୍ୟତୀତ ତାଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ କରାଯିବ ବୋଲି ସୂତ୍ରରୁ ଜଣା ପଡିଛି I ଏହାବାଦ ରାୟଗଡା, ସମ୍ବଲପୁର,ଖୋର୍ଦ୍ଧାରେ ବି ରେଡ ଚାଲିଛି ।

Tags: