ଆଇପିଏସ ସାଗରିକା ନାଥଙ୍କ ବାପା-ମାଆଙ୍କୁ ଦୁର୍ବୁତ୍ତଙ୍କ ଆକ୍ରମଣ

ଭୁବନେଶ୍ୱର : ରାଜଡାହାଣୀରେ ଲୁଟେରାଙ୍କ ଉତ୍ପାତ I ପୂର୍ବତନ ଭୁବନେଶ୍ୱର ଟ୍ରାଫିକ ଡିସିପି ତଥା ବର୍ତ୍ତମାନର ବାଲେଶ୍ୱର ଏସ୍‌ପି ସାଗରିକା ନାଥଙ୍କ ବାପା-ମା’ଙ୍କୁ ଲୁଟ ଉଦ୍ୟମ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଘାଟିକିଆ ରାସ୍ତାରେ ଦୁର୍ବୃତ୍ତମାନେ ଏହି ଲୁଟ୍‌ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ,ଗତକାଲି ରାତିରେ ଆଇପିଏସ ଅଫିସର ସାଗରିକା ନାଥଙ୍କ ବାପା-ମାଆ ଏକ କାର୍‌ରେ ଆମ୍ରି ହସ୍‌ପିଟାଲ ନିକଟରୁ ଫେରୁଥିଲେ। ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ଦୀର୍ଘ ସମୟ ଧରି […]

Samaya Live Picture
Published On

ଭୁବନେଶ୍ୱର : ରାଜଡାହାଣୀରେ ଲୁଟେରାଙ୍କ ଉତ୍ପାତ I ପୂର୍ବତନ ଭୁବନେଶ୍ୱର ଟ୍ରାଫିକ ଡିସିପି ତଥା ବର୍ତ୍ତମାନର ବାଲେଶ୍ୱର ଏସ୍‌ପି ସାଗରିକା ନାଥଙ୍କ ବାପା-ମା’ଙ୍କୁ ଲୁଟ ଉଦ୍ୟମ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଘାଟିକିଆ ରାସ୍ତାରେ ଦୁର୍ବୃତ୍ତମାନେ ଏହି ଲୁଟ୍‌ କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ,ଗତକାଲି ରାତିରେ ଆଇପିଏସ ଅଫିସର ସାଗରିକା ନାଥଙ୍କ ବାପା-ମାଆ ଏକ କାର୍‌ରେ ଆମ୍ରି ହସ୍‌ପିଟାଲ ନିକଟରୁ ଫେରୁଥିଲେ। ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ଦୀର୍ଘ ସମୟ ଧରି ବାଇକ୍‌ରେ ପିଛି କରିବା ପରେ ଘାଟିକିଆସ୍ଥିତ ଏକ ନିର୍ଜନ ଅଞ୍ଚଳରେ ଅଟକାଇଥିଲେ। ଦୁର୍ବୃତ୍ତ ଦୁଇଜଣ ତାଙ୍କ କାର୍‌ ଆଗରେ ବାଇକ୍‌ ରଖିଦେଇଥିଲେ। ପରେ ଦମ୍ପତ୍ତିଙ୍କୁ କାରରୁ ଓହ୍ଲାଇ ଟଣାଓଟରା କରିଥିଲେ। ପାଖରେ ଯାହା ଟଙ୍କା , ମୋବାଇଲ ଓ ସୁନା ଜିନିଷ ଅଛି ଦେଇଦେବାକୁ ଧମକାଇଥିଲେ। କିନ୍ତୁ ସାଗିରକାଙ୍କ ବାପା ଦୁର୍ବୃତ୍ତମାନଙ୍କୁ ବାଧା ଦେବାରୁ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଅଭିଯୁକ୍ତମାନେ ରାଗରେ ଦମ୍ପତିଙ୍କୁ ଆକ୍ରମଣ କରିଥିଲେ। ପାଟି ଶୁଣି କିଛି ଲୋକ ପହଞ୍ଚି ଯିବାରୁ ଭୟରେ ଲୁଟେରାମାନେ ସେଠାରୁ ଗାଡି ଛାଡି ଚମ୍ପଟ ମାରିଥିଲେ। ଘଟଣାସ୍ଥଳରୁ ପୋଲିସ ଏକ ଗାଡି ଜବତ କରିଛି । ସେ ଗାଡି ନମ୍ବର ଯାଞ୍ଚ ବେଳେ ଚୋରା ଗାଡି ବୋଲି ପୋଲିସ ଜାଣିବାକୁ ପାଇଛି । ଭରତପୁର ଥାନାରେ ଏ ନେଇ ଏକ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ସିସିଟିଭି ଫୁଟେଜ ଗୁଡିକୁ ଜାଞ୍ଚ କରି ପୋଲିସ ତଦନ୍ତ କରୁଛି ।

Tags: