IPhone ପାଇଁ ଡେଲିଭରୀ ବୟ ଙ୍କୁ ହତ୍ୟା କରି ସ୍କୁଟିରେ ବୋହିନେଲେ ମୃତଦେହ

କର୍ଣ୍ଣାଟକ : କର୍ଣ୍ଣାଟକରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି I ଆଇଫୋନ ପାଇଁ କମ୍ପାନୀର ଡେଲିଭରି ବୟଙ୍କୁ ଛୁରୀ ଭୁସି ହତ୍ୟା କରିଛନ୍ତି ଜଣେ ଯୁବକ I ଏହି ଦୁଖଦଃ ଘଟଣା ଘଟିଛି ଦକ୍ଷିଣ କର୍ଣ୍ଣାଟକର ହାସନ ଅଞ୍ଚଳରେ । ଘଟନାନୁସାରେ, ହେମନ୍ତ ଦତ୍ତା (୨୦) ଆର୍ସିକେର ସହରର ବାସିନ୍ଦା I ସେ ଗୋଟିଏ ସେକେଣ୍ଡ ହ୍ୟାଣ୍ଡ ଆଇଫୋନ୍ କିଣିବାକୁ ଚାହୁଁଥିଲେ, କିନ୍ତୁ ଏଥିପାଇଁ ତାଙ୍କ ନିକଟରେ ଅର୍ଥ ଅଭାବ ରହୁଥିଲା I ଏହା ପରେ […]

Samaya Live Picture
Published On

କର୍ଣ୍ଣାଟକ : କର୍ଣ୍ଣାଟକରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି I ଆଇଫୋନ ପାଇଁ କମ୍ପାନୀର ଡେଲିଭରି ବୟଙ୍କୁ ଛୁରୀ ଭୁସି ହତ୍ୟା କରିଛନ୍ତି ଜଣେ ଯୁବକ I ଏହି ଦୁଖଦଃ ଘଟଣା ଘଟିଛି ଦକ୍ଷିଣ କର୍ଣ୍ଣାଟକର ହାସନ ଅଞ୍ଚଳରେ ।

ଘଟନାନୁସାରେ, ହେମନ୍ତ ଦତ୍ତା (୨୦) ଆର୍ସିକେର ସହରର ବାସିନ୍ଦା I ସେ ଗୋଟିଏ ସେକେଣ୍ଡ ହ୍ୟାଣ୍ଡ ଆଇଫୋନ୍ କିଣିବାକୁ ଚାହୁଁଥିଲେ, କିନ୍ତୁ ଏଥିପାଇଁ ତାଙ୍କ ନିକଟରେ ଅର୍ଥ ଅଭାବ ରହୁଥିଲା I ଏହା ପରେ ହେମନ୍ତ ଯୋଜନାନୁଯାୟୀ ଏକ ଇ-କମର୍ସ ୱେବସାଇଟରୁ ବ୍ୟବହୃତ ଆଇଫୋନ୍ ବୁକ୍ କରିଥିଲେ। ନିର୍ଦ୍ଧିଷ୍ଟ ତାରିଖରେ ଏହି ଆଇଫୋନ୍ ଡେଲିଭରି କରିବାପାଇଁ ହେମନ୍ତ ନାୟକ (୨୩) ନାମକ ଜଣେ ଡେଲିଭରି ବୟ ତାଙ୍କ ନିକଟକୁ ଆସିଥିଲେ I

ହେମନ୍ତ ନାୟକ ଫୋନ୍‌ ଡେଲିଭରୀ ଦେବାକୁ ହେମନ୍ତ ଦତ୍ତାଙ୍କ ଘରେ ପହଞ୍ଚିବାବେଳକୁ ସେ ତାଙ୍କୁ କହିଥିଲେ କି, ଟିକିଏ ଅପେକ୍ଷା କରନ୍ତୁ ମୁଁ ପଇସା ଆଣିବାକୁ ଯାଉଛି I କିନ୍ତୁ କିଛି ସମୟ ପରେ ଅଭିଯୁକ୍ତ ପଇସା ନୁହେଁ, ବରଂ ଏକ ଧାରୁଆ ଛୁରୀ ଆଣି ଡେଲିଭରୀ ବୟ ଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଡେଲିଭରୀ ବୟଙ୍କର ମୃତ୍ୟୁ ଘଟିଥିଲା। ଏହି ଜଘନ୍ୟ କାଣ୍ଡ ଭିଆଇବା ପରେ ଅଭିଯୁକ୍ତ ଡେଲିଭରି ବାଳକର ମୃତଦେହକୁ ତାଙ୍କ ଘରେ ତିନି ଦିନ ରଖିଥିଲା। ଏହାପରେ ମୃତଦେହକୁ ନଷ୍ଟ କରିବା ପାଇଁ ସେ ଭୋର୍‌ ପ୍ରାୟ ୪ଟା ସମୟରେ ମୃତଦେହକୁ ଅଖାରେ ରଖି ନିଜ ସ୍କୁଟି ସାହାଯ୍ୟରେ ବାହାରକୁ ବାହାରି ଥିଲେ।

ପୋଲିସର କହିବା ମୁତାବକ ଡେଲିଭରୀ ବୟଙ୍କ ମୃତଦେହ ଏକ ରେଳ ଷ୍ଟେସନ ନିକଟରେ ଅଧା ପୋଡ଼ା ଅବସ୍ଥାରେ ମିଳିଛି। ଅଭିଯୁକ୍ତ ମୃତଦେହକୁ ଜଳାଇବା ପାଇଁ ପେଟ୍ରୋଲ ମଧ୍ୟ କିଣିଥିଲେ। ପୋଲିସ ସିସିଟିଭି ଫୁଟେଜ୍‌ ଆଧାରରେ ଏ ସବୁ ଜାଣିବାକୁ ପାଇବା ପରେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

Tags: