ଆନ୍ତଃରାଜ୍ୟ ବାଘ ଛାଲ ରାକେଟ ଠାବ : ୬ ବେପାରୀ ଗିରଫ
ଗଜପତି : ବନ ବିଭାଗକୁ ବଡ ସଫଳତା। ଏକ ବଡ଼ ଧରଣର ଆନ୍ତଃରାଜ୍ୟ ବାଘ ଛାଲ ରାକେଟକୁ ଧରିବାରେ ବନ ବିଭାଗ ସଫଳ ହୋଇଛି। ୫ କଲରାପତରିଆ ବାଘ ଛାଲ ଜବତ ହୋଇଛି ଏଥିସହିତ ଗୋଟିଏ ଓ କଟାସ ଓ ବଣ ବିରାଡ଼ି ୨୬.୧କେ.ଜି ପରିମାଣର ବଜ୍ରକାପ୍ତା କାତି ଜବତ ହୋଇଛି। ଏଥିରେ ୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ରବିବାର ଏନେଇ ପିସିସିଏଫ୍(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଗିରଫ […]
ଗଜପତି : ବନ ବିଭାଗକୁ ବଡ ସଫଳତା। ଏକ ବଡ଼ ଧରଣର ଆନ୍ତଃରାଜ୍ୟ ବାଘ ଛାଲ ରାକେଟକୁ ଧରିବାରେ ବନ ବିଭାଗ ସଫଳ ହୋଇଛି। ୫ କଲରାପତରିଆ ବାଘ ଛାଲ ଜବତ ହୋଇଛି ଏଥିସହିତ ଗୋଟିଏ ଓ କଟାସ ଓ ବଣ ବିରାଡ଼ି ୨୬.୧କେ.ଜି ପରିମାଣର ବଜ୍ରକାପ୍ତା କାତି ଜବତ ହୋଇଛି। ଏଥିରେ ୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ରବିବାର ଏନେଇ ପିସିସିଏଫ୍(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତଙ୍କୁ ଗଜପତି ଜିଲା କୋର୍ଟକୁ ଫରଓ୍ବାର୍ଡ କରାଯାଇଛି। ଏଥିରେ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ଏବଂ କେଉଁଆଡ଼େ ଏହି ରାକେଟର ଚେର ଲମ୍ବିଛି ତାହା ଜାଣିବା ପାଇଁ ଅଧିକ ତଦନ୍ତ ଜାରି ରହିଛି। ଖୁବ୍ଶୀଘ୍ର କିଙ୍ଗପିନ୍ ସମତେ ଅନ୍ୟ ସମସ୍ତ ଶିକାରୀ ଗିରଫ ହେବେ ବୋଲି ପିସିସିଏଫ୍ କହିଛନ୍ତି।
ସୂଚନାଯୋଗ୍ୟ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଏସ୍ ଆନନ୍ଦଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ବତନ୍ତ୍ର ଟାସ୍କ ଫୋର୍ସ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ । ତେବେ ଏହି ବଡ଼ ଧରଣର ରାକେଟ ଠାବ କରିଥିବାରୁ ବନ କର୍ମଚାରୀମାନଙ୍କୁ ପିସିସିଏଫ୍ ଶୁଭେଚ୍ଛା ଜଣାଇଛନ୍ତି।




