ଆନ୍ତଃରାଜ୍ୟ ଡକାୟତ ଦଳ ଗିରଫ ,୫ ବନ୍ଧୁକ ସହ ୩୦ ଅଫୁଟା ଗୁଳି ଜବତ

କେନ୍ଦୁଝର : କେନ୍ଦୁଝର ପୋଲିସ ହାତରେ ଧରାପଡ଼ିଲେ ୯ ଜଣିଆ ଆନ୍ତଃରାଜ୍ୟ ଡକାୟତ ଦଳ । ସେମାନଙ୍କ ନିକଟରୁ ୫ଟି ବନ୍ଧୁକ ସହ ୩୦ ଟି ଅଫୁଟା ଗୁଳି ଏବଂ ବିପୁଳ ମାରଣାସ୍ତ୍ର ଜବତ ହୋଇଛି । ଡକାୟତି ଯୋଜନା ଉଦ୍ୟମ କରୁଥିବାବେଳେ କେନ୍ଦୁଝର ଟାଉନ ଥାନା ନରଣପୁର ଶିବ ମନ୍ଦିର ନିକଟରୁ ଗିରଫ କରିଛି କେନ୍ଦୁଝର ପୋଲିସର ସ୍ବତନ୍ତ୍ର ଟିମ । ଏମାନଙ୍କ ମଧ୍ୟରୁ ଜଣେ ଝାରଖଣ୍ଡର ହୋଇଥିବା ବେଳେ ଅନ୍ୟମାନେ କେନ୍ଦୁଝର ଓ ମୟୁରଭଞ୍ଜ […]

ଆନ୍ତଃରାଜ୍ୟ ଡକାୟତ ଦଳ ଗିରଫ ,୫ ବନ୍ଧୁକ ସହ ୩୦ ଅଫୁଟା ଗୁଳି ଜବତ
Samaya Live Picture
Published On

କେନ୍ଦୁଝର : କେନ୍ଦୁଝର ପୋଲିସ ହାତରେ ଧରାପଡ଼ିଲେ ୯ ଜଣିଆ ଆନ୍ତଃରାଜ୍ୟ ଡକାୟତ ଦଳ । ସେମାନଙ୍କ ନିକଟରୁ ୫ଟି ବନ୍ଧୁକ ସହ ୩୦ ଟି ଅଫୁଟା ଗୁଳି ଏବଂ ବିପୁଳ ମାରଣାସ୍ତ୍ର ଜବତ ହୋଇଛି । ଡକାୟତି ଯୋଜନା ଉଦ୍ୟମ କରୁଥିବାବେଳେ କେନ୍ଦୁଝର ଟାଉନ ଥାନା ନରଣପୁର ଶିବ ମନ୍ଦିର ନିକଟରୁ ଗିରଫ କରିଛି କେନ୍ଦୁଝର ପୋଲିସର ସ୍ବତନ୍ତ୍ର ଟିମ । ଏମାନଙ୍କ ମଧ୍ୟରୁ ଜଣେ ଝାରଖଣ୍ଡର ହୋଇଥିବା ବେଳେ ଅନ୍ୟମାନେ କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାର ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ସୂଚନା ଦେଇଛନ୍ତି । ଗିରଫଙ୍କ ମଧ୍ୟରେ ଅଛି ମୟୂରଭଞ୍ଜର ଗଣେଷ ଗିରି । ଝାରଖଣ୍ଡ ଓ ଓଡିଶାରୁ ବଛା ବଛା ଅନେକ ଯୁବକଙ୍କୁ ନେଇ ସେ କରିଥିଲା ‘ମହାକାଳ’ ଗ୍ରୁପ୍ । ଲୋକଙ୍କୁ ଭୟଭୀତ କରାଇବାକୁ ରାସ୍ତା ମଝିରେ ଆତଙ୍କ ଖେଳାଉଥିଲା । ରାସ୍ତା ମଝିରେ ଗାଡ଼ି ରଖି କେକ୍ କାଟି ଜନ୍ମଦିନ ପାଳନ କରିବା ସହ ବିଭିନ୍ନ ସମୟରେ ଭୟଙ୍କର ଭିଡିଓ ସବୁ ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲେ ।

Tags: