ଭଦ୍ରକରେ ଇଣ୍ଟରନେଟ ସେବା ବନ୍ଦ

ଭଦ୍ରକ : ସୋସିଆଲ ମିଡ଼ିଆ ପୋସ୍ତକୁ ନେଇ ଭଦ୍ରକରେ ତୁମୁଳ କାଣ୍ଡ । ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ । ଜାରି ହେଲା ୧୬୩ ଧାରା । ଏନେଇ ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ । ସାମ୍ଭାବ୍ୟ ଗଣ୍ଡଗୋଳ ଆଶଙ୍କାରେ ସହରରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବା ସହ ଅନେକ ଅଫିସର ନିୟୋଜିତ ଅଛନ୍ତି । ସହରରେ କିଭଳି ଶାନ୍ତି ଫେରିବ ପୋଲିସ ପ୍ରଶାସନ ସହିତ ଜିଲ୍ଲାପାଳ ଉଦ୍ୟମ ଜାରି ରଖିଛନ୍ତି […]

Samaya Live Picture
Published On

ଭଦ୍ରକ : ସୋସିଆଲ ମିଡ଼ିଆ ପୋସ୍ତକୁ ନେଇ ଭଦ୍ରକରେ ତୁମୁଳ କାଣ୍ଡ । ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ । ଜାରି ହେଲା ୧୬୩ ଧାରା । ଏନେଇ ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ । ସାମ୍ଭାବ୍ୟ ଗଣ୍ଡଗୋଳ ଆଶଙ୍କାରେ ସହରରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବା ସହ ଅନେକ ଅଫିସର ନିୟୋଜିତ ଅଛନ୍ତି । ସହରରେ କିଭଳି ଶାନ୍ତି ଫେରିବ ପୋଲିସ ପ୍ରଶାସନ ସହିତ ଜିଲ୍ଲାପାଳ ଉଦ୍ୟମ ଜାରି ରଖିଛନ୍ତି ।

ସୂଚନାନୁସାରେ, ଶୁକ୍ରବାର ଅପରାହ୍ନରେ ଭଦ୍ରକ ପୁରୁଣା ବଜାର ଅଞ୍ଚଳରେ ସୋସିଆଲ ମିଡିଆରେ ଅଶାଳୀନ ପୋଷ୍ଟକୁ ନେଇ ସନ୍ଥିଆଠାରେ ଉତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ପଥରମାଡ଼ କରିଛନ୍ତି । ଏଥିରେ ୨ ପୋଲିସ ଅଧିକାରୀ ଆହତ ହୋଇଥିବା ବେଳେ ଘଟଣାସ୍ଥଳକୁ ଯାଇଥିବା ତହସିଲଦାରଙ୍କ ଗାଡ଼ିକୁ ଭାଙ୍ଗି ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ। ସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ଲାଠିଚାର୍ଜ କରିଛି । ଉତ୍ତେଜନା ପରେ ସନ୍ଧ୍ୟାରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଲକ୍ଷ୍ୟ କରି ଜିଲା ପ୍ରଶାସନ ପକ୍ଷରୁ ବିଏନ୍‌ଏସ୍‌ଏସ୍‌ ୧୬୩ ଧାରା ଅନିର୍ଦ୍ଦିଷ୍ଟ କାଳ ପାଇଁ ଜାରି କରାଯିବା ସହ ଘଟଣାସ୍ଥଳରେ ୧୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଏହି ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖିଛି। ପୁରୁଣା ବଜାର ଥାନା ଅଞ୍ଚଳରେ ପୁଲିସ୍ ଏବଂ ପ୍ରଶାସନିକ ଅଧିକାରୀ ଙ୍କ ମଧ୍ୟରେ ଗୁରୁତ୍ଵପୂର୍ଣ୍ଣ ବୈଠକ ସହିତ ପୁଲିସ୍ ଡିଆଇଜି, ଭଦ୍ରକ ଏସପି ଏବଂ ଭଦ୍ରକ ଜିଲ୍ଲାପାଳଙ୍କ ସମେତ ସମସ୍ତ ଅଧିକାରୀ ଅଞ୍ଚ ବୁଲି ଦେଖିବା ସହ ନିଜେ ଫ୍ଲାଗମାର୍ଚ କରିଛନ୍ତି। ଶାନ୍ତି କମିଟି ସହ ଆଲୋଚନା କରାଯାଇଛି। ଅନ୍ୟପଟେ ଧାମନଗରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ସୁରକ୍ଷା ପାଇଁ ୪ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।

Tags: