ହାଇକୋର୍ଟରୁ ବିଦ୍ୟାଭରତୀଙ୍କୁ ସାମୟିକ ଆଶ୍ବସ୍ତି

ପାରଳାଖେମୁଣ୍ଡି : ଏସସିଏଫ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲା I ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ହାଇକୋର୍ଟରୁ ସାମୟିକ ଆଶ୍ବସ୍ତି I ତଳ କୋର୍ଟ ଲଗାଇଥିବା ଏନବିଡବ୍ଲୁ ଉପରେ ହାଇକୋର୍ଟ କଗଇଛନ୍ତି ରୋକ I ଏହାର ପରବର୍ତୀ ଶୁଣାଣି ଆସନ୍ତା ୨୭ ତାରିଖରେ ହେବ ବୋଲି ଦିନ ଧାର୍ଯ୍ୟ କରାଯାଇଛି I ସୂଚନାନୁସାରେ,ଗତ ୨୦୨୧ ଜୁଲାଇ ୧୨ରେ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ରହସ୍ୟ ଜନକ ଭାବରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ନିଜ କ୍ୱାର୍ଟରରେ ସନ୍ଦିଗ୍ଧ ଅବସ୍ଥାରେ ପୋଡି ଯାଇଥିଲେ […]

Samaya Live Picture
Published On

ପାରଳାଖେମୁଣ୍ଡି : ଏସସିଏଫ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲା I ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ହାଇକୋର୍ଟରୁ ସାମୟିକ ଆଶ୍ବସ୍ତି I ତଳ କୋର୍ଟ ଲଗାଇଥିବା ଏନବିଡବ୍ଲୁ ଉପରେ ହାଇକୋର୍ଟ କଗଇଛନ୍ତି ରୋକ I ଏହାର ପରବର୍ତୀ ଶୁଣାଣି ଆସନ୍ତା ୨୭ ତାରିଖରେ ହେବ ବୋଲି ଦିନ ଧାର୍ଯ୍ୟ କରାଯାଇଛି I

ସୂଚନାନୁସାରେ,ଗତ ୨୦୨୧ ଜୁଲାଇ ୧୨ରେ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ରହସ୍ୟ ଜନକ ଭାବରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ନିଜ କ୍ୱାର୍ଟରରେ ସନ୍ଦିଗ୍ଧ ଅବସ୍ଥାରେ ପୋଡି ଯାଇଥିଲେ । ପରଦିନ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର ପାରଳାଖେମୁଣ୍ଡି ଥାନାରେ ହତ୍ୟା ମାମଲା ଦାୟର କରିଥିଲେ । ତେବେ ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରି ଏହାକୁ ଏକ ଦୁର୍ଘଟଣା କହି କେଶ ବନ୍ଦ କରି ଦେଇଥିଲେ I ପରବର୍ତୀ ଅବସ୍ଥାରେ ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ସେ ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟରେ ଏକ ୱାନ୍‌ ସିସି ମାମଲା ରୁଜୁ କରିଥିଲେ ଅଭିରାମ ମହାପାତ୍ର । ଏହି ମାମଲାରେ ତିନି ଜଣଙ୍କୁ ସମନ୍‌ ହୋଇଥିଲା।

Tags: