କଫ ସିରପ୍ ବଦଳରେ କୁନି ପୁଅକୁ ବିଷ ଦେଇଦେଲା ସାବତ ବାପା

ନବରଙ୍ଗପୁର : କଂସେଇ ସାଜିଲା ସାବତ ବାପା I ୩ ବର୍ଷର କୁନି ପୁଅକୁ କାଶ ଔଷଧ ବଦଳରେ ଦେଇଦେଲା ବିଷ I ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଅଞ୍ଚଳରୁ। ଅଭିଯୋଗ କରିଛନ୍ତି ନିଜେ ଶିଶୁର ମା’I ଘଟନାନୁସାରେ,ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅନ୍ତର୍ଗତ ଜଡ଼ାପାରା କଲୋନୀ ଗ୍ରାମର ଭଜନାଥ ଗଣ୍ଡଙ୍କ ବଡ଼ ଝିଅ ଗାୟତ୍ରୀ ଗଣ୍ଡଙ୍କ ପ୍ରଥମ ସ୍ୱାମୀଙ୍କ ଠାରୁ ଅଲଗା ହୋଇ ନିଜ ବାପଘରେ ୩ ବର୍ଷ ପୁଅ ସହିତ […]

Samaya Live Picture
Published On

ନବରଙ୍ଗପୁର : କଂସେଇ ସାଜିଲା ସାବତ ବାପା I ୩ ବର୍ଷର କୁନି ପୁଅକୁ କାଶ ଔଷଧ ବଦଳରେ ଦେଇଦେଲା ବିଷ I ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଅଞ୍ଚଳରୁ। ଅଭିଯୋଗ କରିଛନ୍ତି ନିଜେ ଶିଶୁର ମା’I

ଘଟନାନୁସାରେ,ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅନ୍ତର୍ଗତ ଜଡ଼ାପାରା କଲୋନୀ ଗ୍ରାମର ଭଜନାଥ ଗଣ୍ଡଙ୍କ ବଡ଼ ଝିଅ ଗାୟତ୍ରୀ ଗଣ୍ଡଙ୍କ ପ୍ରଥମ ସ୍ୱାମୀଙ୍କ ଠାରୁ ଅଲଗା ହୋଇ ନିଜ ବାପଘରେ ୩ ବର୍ଷ ପୁଅ ସହିତ ରହୁଥିଲେ I ଏହାପରେ ସେ ଗାଁରେ କ୍ଵାକ ଥିବା ବିଶ୍ୱନାଥ ଗଣ୍ଡଙ୍କୁ ୨ୟ ବିବାହ କରିଥିଲେ I ଘଟଣା ଦିନ ପୁଅକୁ ଥଣ୍ଡା କାଶ ହୋଇଥିବାରୁ ସେ ସ୍ୱାମୀ ବିଶ୍ୱନାଥ ଗଣ୍ଡଙ୍କୁ କାଶ ଔଷଧ ଆଣିବା ପାଇଁ କହିଥିଲେ I କିନ୍ତୁ ବିଶ୍ୱନାଥ କାଶ ଔଷଧ ବଦଳରେ ପୁଅକୁ ବିଷାକ୍ତ ଔଷଧ ଆଣି ଦେଇଥିଲେ I ଗାୟତ୍ରୀ ଜାଣି ନପାରି ଏହା ପୁଅକୁ ପିଆଇ ଦେଇଥିଲେ I ମାତ୍ର କିଛି ସମୟ ପରେ ପୁଅ ଗୁରୁତର ଅସୁସ୍ଥ ହୋଇ ପଡିବାରୁ ଆସ କର୍ମୀମାନେ ଆସି ତାଙ୍କୁ ଡାକ୍ତରଖାନା ନେଇଥିଲେ I ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I ଏହି ଘଟଣାରେ ସନ୍ଦେହ ହେବାରୁ କୁନ୍ଦେଇ ପଶି ଥାନା ଫାଣ୍ଡିରେ ଏତଲା ଦିଆଯାଇଥିଲା I ଘଟଣା ସ୍ଥଳରେ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସେଠୀ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତାକୁ ଦିଆଯାଇଥିବା ଔଷଧ ଜବତ କରି ପରୀକ୍ଷା ପାଇଁ ପଠାଇଛନ୍ତି I ଏହି ଘଟଣାର ଅଭିଯୁକ୍ତ ବିଶ୍ୱନାଥ ଗଣ୍ଡ ଙ୍କୁ ଛତିଶ ଗଡ଼ ରୁ ପୋଲିସ ଧରିଛି I

Tags: