ଗିରଫ ହେଲେ ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ
ବ୍ରହ୍ମପୁର : ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଆକ୍ରମଣ ମାମଲା I ଗିରଫ ହେଲେ ସ୍ୱାଧୀନ ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ I ତାଙ୍କୁ ଗିରଫ କରିଛି ଗୋଶାଣୀ ନୂଆଗାଁ ପୋଲିସ I ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସଙ୍କ ବିରୋଧରେ ହତ୍ୟା ଉଦ୍ୟମ ଦଫା ଲଗାଇ ମାମଲା ରୁଜୁ କରିଛି ପୋଲିସ। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ପୁଲିସ ତାଙ୍କୁ ଜେଲକୁ ପଠାଇଦେଇଛି। ସୂଚନା ଅନୁଯାୟୀ, […]
ବ୍ରହ୍ମପୁର : ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଆକ୍ରମଣ ମାମଲା I ଗିରଫ ହେଲେ ସ୍ୱାଧୀନ ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ I ତାଙ୍କୁ ଗିରଫ କରିଛି ଗୋଶାଣୀ ନୂଆଗାଁ ପୋଲିସ I ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସଙ୍କ ବିରୋଧରେ ହତ୍ୟା ଉଦ୍ୟମ ଦଫା ଲଗାଇ ମାମଲା ରୁଜୁ କରିଛି ପୋଲିସ। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ପୁଲିସ ତାଙ୍କୁ ଜେଲକୁ ପଠାଇଦେଇଛି।
ସୂଚନା ଅନୁଯାୟୀ, ସୋମବାର ଭୋଟ ସରିବା ପରେ ଉତ୍କଳମଣି ୟୁପି ସ୍କୁଲ ବୁଥରେ ସନ୍ଧ୍ୟା ୭ ଟା ପରେ ଭୋଟ ଗ୍ରହଣ ହେଉଥିବା ଶୁଣିବାକୁ ପାଇଥିଲେ ପ୍ରଦୀପ ପାଣିଗ୍ରାହୀ I ସେଠାରେ ପହଂଚିବା ପରେ ପୋଲିସ ଉପସ୍ଥିତିରେ ଶିବଶଙ୍କର ଦାସଙ୍କ ସମର୍ଥକ ଏବଂ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକ ହାତାହାତି ହୋଇଥିଲେ । ଏହି ଗଣ୍ଡଗୋଳ ସମୟରେ ଶିବଶଙ୍କର ପ୍ରଦୀପଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଗୁରୁତର ପ୍ରଦୀପ ପାଣିଗ୍ରାହୀଙ୍କୁ ପ୍ରଥମେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତି କରାଯାଇଥିଲା I ସେଠାରେ ତାଙ୍କ ଛାତିର ଏକ୍ସରେ କରାଯିବା ସହିତ ଶିବଶଙ୍କର ଦାସ (ପିଣ୍ଟୁ)ଙ୍କୁ ଅଟକ ରଖିଥିଲା ଗୋଶାଣୀ ନୂଆଗାଁ ପୋଲିସ I ପ୍ରଦୀପଙ୍କ ପଞ୍ଜରା ହାଡ଼ ଏବଂ ଫୁସଫୁସରେ ଆଘାତ ଜଣାପଡିବା ପରେ ରାତିରେ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ବର୍ତ୍ତମାନ ପ୍ରଦୀପ ପାଣିଗ୍ରାହୀ ସୁସ୍ଥ ଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଅଭିଯୁକ୍ତ ଶିବଶଙ୍କର ଦାସଙ୍କୁ ଗିରଫ କରିବା ସହ ଜେଲକୁ ପଠାଇଛି ପୋଲିସ।




