ଅପାରଗ ପୋଲିସ,ଚା ପିଉ ପିଉ ଖସିଗଲା ଚୋର
ନାକଟିଦେଉଳ : ପୋଲିସ ଆଖିରେ ଧୂଳି ଦେଇ ଖସି ଗଲା ଚୋର I ପଦାରେ ପଡିଲା ଅପାରଗ ପୋଲିସଙ୍କ କାରନାମା I ଗତକାଲି ସନ୍ଧ୍ୟା ୭ଟା ବେଳେ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ପୋଲିସ ବୌଦ୍ଧ ଅଂଚଳରେ ଜଣେ ମୁଦାଲାକୁ ଥାନା ଗାଡ଼ିରେ ବସାଇ ଥାନାକୁ ଆଣୁଥିଲେ I ଏହି ସମୟରେ ଗୋଧିଢିପ ଛକ ନିକଟରେ ଅଭିଯୁକ୍ତକୁ ଗାଡ଼ିରେ ବସାଇ ପୋଲିସ ଚା’ପିଉଥିବାବେଳେ ସେ ଗାଡ଼ିରୁ ଚମ୍ପଟ ମାରିଥିଲା I ଏହା ଜଣାପଡିବା ପରେ ପୁଲିସ ବିଭିନ୍ନ […]
ନାକଟିଦେଉଳ : ପୋଲିସ ଆଖିରେ ଧୂଳି ଦେଇ ଖସି ଗଲା ଚୋର I ପଦାରେ ପଡିଲା ଅପାରଗ ପୋଲିସଙ୍କ କାରନାମା I ଗତକାଲି ସନ୍ଧ୍ୟା ୭ଟା ବେଳେ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ପୋଲିସ ବୌଦ୍ଧ ଅଂଚଳରେ ଜଣେ ମୁଦାଲାକୁ ଥାନା ଗାଡ଼ିରେ ବସାଇ ଥାନାକୁ ଆଣୁଥିଲେ I ଏହି ସମୟରେ ଗୋଧିଢିପ ଛକ ନିକଟରେ ଅଭିଯୁକ୍ତକୁ ଗାଡ଼ିରେ ବସାଇ ପୋଲିସ ଚା’ପିଉଥିବାବେଳେ ସେ ଗାଡ଼ିରୁ ଚମ୍ପଟ ମାରିଥିଲା I ଏହା ଜଣାପଡିବା ପରେ ପୁଲିସ ବିଭିନ୍ନ ଟ୍ରାଫିକ ପୋଷ୍ଟରେ ନାକା ବନ୍ଦୀ କରି ଅଭିଯୁକ୍ତକୁ ଖୋଜୁଛି I
ଘଟନାନୁସାରେ,୧୦ଦିନ ତଳେ ନାକଟିଦେଉଳ ଥାନା ଅଞ୍ଚଳରେ ଚୋରି ହୋଇଥିଲା। ଏହି ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଅଭିଯୁକ୍ତକୁ ଧରିବାକୁ ଖୋଳତାଡ଼ ଆରମ୍ଭ କରିଥିଲା। ଅଭିଯୁକ୍ତ ଜଣଙ୍କ ବୌଦ୍ଧ ଜିଲ୍ଲାରେ ଥିବା ପୁଲିସ ଜାଣିବାକୁ ପାଇଥିଲା। ଗତକାଲି ନାକଟିଦେଉଳ ଥାନାର କିଛି ପୁଲିସ କର୍ମଚାରୀ ବୌଦ୍ଧ ଯାଇ ଅଭିଯୁକ୍ତକୁ ଗିରଫ କରିଥିଲେ। ପରେ ପୁଲିସ କର୍ମଚାରୀମାନେ ଅଭିଯୁକ୍ତକୁ ଗାଡ଼ିରେ ବସାଇ ନାକଟିଦେଉଳ ଥାନାକୁ ଆଣିଥିଲେ। ତେବେ ତାକୁ ଥାନାକୁ ନନେଇ ପାଖ ଚା ଦୋକାନରେ ଯାଇ ଚା ପିଉଥିଲେ I ଏହି ସୁଯୋଗରେ ଖସି ଯାଇଥିଲା ଅଭିଯୁକ୍ତ I




