ରାଜଧାନୀରେ ହାଇପ୍ରୋଫାଇଲ ଠକେଇ ମାମଲା,୨ୟ ଦିନରେ ଜାରି ରହିଛି ଆୟକର ଚଢ଼ାଉ
ଭୁବନେଶ୍ୱର : ଖୋଲୁଛି ହାଇପ୍ରୋଫାଇଲ ଠକ ଦମ୍ପତିଙ୍କ କଳା ସାମ୍ରାଜ୍ୟର ଗୁମର। କୋଟିପତି ହେବା ପଛର ଖିଅ ଖୋଜୁଛି ଆୟକର ବିଭାଗ। ଦ୍ବିତୀୟ ଦିନରେ ଆୟକର ବିଭାଗର ଚଢ଼ାଉ ଜାରି ରହିଛି । କମିଶନରେଟ ପୋଲିସକୁ ଡକ୍ୟୁମେଣ୍ଟ ମାଗିଲା ଇଡି । ହଂସିତାଙ୍କ ସ୍ବାମୀ ତଥା କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟଙ୍କ ଘରେ ଏବଂ ବାଲିଗୁଡ଼ା ସ୍ଥିତ ଘରେ ଚଢାଉ ଜାରି ରହିଛି। ସେପଟେ ଭୁବନେଶ୍ବରରେ ତାଙ୍କ ସହଯୋଗୀ ଅନୀଲ ମହାନ୍ତିଙ୍କ ଘରେ ମଧ୍ୟ ରେଡ୍ କରାଯାଉଛି। […]
ଭୁବନେଶ୍ୱର : ଖୋଲୁଛି ହାଇପ୍ରୋଫାଇଲ ଠକ ଦମ୍ପତିଙ୍କ କଳା ସାମ୍ରାଜ୍ୟର ଗୁମର। କୋଟିପତି ହେବା ପଛର ଖିଅ ଖୋଜୁଛି ଆୟକର ବିଭାଗ। ଦ୍ବିତୀୟ ଦିନରେ ଆୟକର ବିଭାଗର ଚଢ଼ାଉ ଜାରି ରହିଛି । କମିଶନରେଟ ପୋଲିସକୁ ଡକ୍ୟୁମେଣ୍ଟ ମାଗିଲା ଇଡି । ହଂସିତାଙ୍କ ସ୍ବାମୀ ତଥା କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟଙ୍କ ଘରେ ଏବଂ ବାଲିଗୁଡ଼ା ସ୍ଥିତ ଘରେ ଚଢାଉ ଜାରି ରହିଛି। ସେପଟେ ଭୁବନେଶ୍ବରରେ ତାଙ୍କ ସହଯୋଗୀ ଅନୀଲ ମହାନ୍ତିଙ୍କ ଘରେ ମଧ୍ୟ ରେଡ୍ କରାଯାଉଛି।
ମଙ୍ଗଳବାର ବିଭାଗ ପକ୍ଷରୁ ଭୁବନେଶ୍ୱରରେ ଥିବା କମ୍ପାନୀ, କାର୍ଯ୍ୟାଳୟ ଓ ଘର ସମେତ ୧୨ଟି ସ୍ଥାନରେ ଏକସଙ୍ଗେ ଚଢ଼ଉ କରି ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ଅଭିଯୁକ୍ତ ଅନିଲ ମହାନ୍ତିଙ୍କ ଦାମିକିଆ କାର୍ ଦୁଇଟି ପୋରସେ ଓ ଜାଗୁଆରକୁ ଆୟକର ବିଭାଗ ଜବତ କରିଛି। ଠକ ଦମ୍ପତିଙ୍କୁ ରିମାଣ୍ଡରେ ଆଣି ଜେରା କରିବାକୁ କମିସନରେଟ ପୁଲିସ ଲକ୍ଷ୍ୟ ରଖିଛି। ଏନେଇ ପୁଲିସ ଅଦାଲତରେ ଆବେଦନ କରିସାରିଛି।
ସୂଚନାନୁସାରେ,ହଂସିତା ଅଭିଲିପ୍ସା ଓ ଅନୀଲ ମହାନ୍ତି ପତିପତ୍ନୀ ହୋଇନଥିବା ବେଳେ ଉଭୟ ନିଜକୁ ପତିପତ୍ନୀର ପରିଚୟ ଦେଇ ରଘୁନାଥପୁରର ଏକ ହାଇପ୍ରୋଫାଇଲ୍ ଆପାର୍ଟମେଣ୍ଟରେ ରହୁଥିଲେ । ନିଜକୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ରଙ୍କ ଝିଅ ଓ ଜ୍ୱାଇଁ ପରିଚୟ ଦେଇ ବଡ଼ବଡ଼ିଆଙ୍କୁ ଠକୁଥିବା ହାଇପ୍ରୋଫାଇଲ୍ ଠକ ଯୋଡ଼ି ହଂସିତା ଅଭିଲିପ୍ସା ଓ ଅନିଲ କୁମାର ମହାନ୍ତି ଏବେ ଝାରପଡ଼ା ଜେଲରେ ଥିବାବେଳେ ସ୍ପେଶାଲ କ୍ରାଇମ୍ ୟୁନିଟ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଏପିରିକି ଉଭୟଙ୍କ ଠକେଇ ଗୁମର ଖୋଲିବାକୁ କ୍ରାଇମ୍ ୟୁନିଟ ୩ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲେ। ଏହାର ଶୁଣାଣି ମଙ୍ଗଳବାର ଶେଷ ହୋଇଥିବାବେଳେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି।




