ବିଶିଷ୍ଟ ଶିଳ୍ପପତି ଦିଗମ୍ବର ଦାସଙ୍କ ଘରେ ଆୟକର ଚଢ଼ାଉ

ଧାମରା : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରା ଅଞ୍ଚଳର ବିଶିଷ୍ଟ ଶିଳ୍ପପତି ତଥା କଂଗ୍ରେସ ନେତା ଦିଗମ୍ବର ଦାସଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି I ଆଜି ସକାଳୁ ତାଙ୍କ ବାଂଶଡା ପଞ୍ଚାୟତ ଛେଡାକ ଗାଁ ସ୍ଥିତ ବାସଗୃହ ସମେତ, ଧାମରା ବରଫ କଳ, ଧାମରା ଅଫିସ ଓ ଭଦ୍ରକରେ ଥିବା ଅଟାଳିକା ଆଦି ୪ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଆୟକର ବିଭାଗର। ସୂଚନାନୁସାରେ,ଆୟକର ଫାଙ୍କିବା ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି […]

Samaya Live Picture
Published On

ଧାମରା : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରା ଅଞ୍ଚଳର ବିଶିଷ୍ଟ ଶିଳ୍ପପତି ତଥା କଂଗ୍ରେସ ନେତା ଦିଗମ୍ବର ଦାସଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି I ଆଜି ସକାଳୁ ତାଙ୍କ ବାଂଶଡା ପଞ୍ଚାୟତ ଛେଡାକ ଗାଁ ସ୍ଥିତ ବାସଗୃହ ସମେତ, ଧାମରା ବରଫ କଳ, ଧାମରା ଅଫିସ ଓ ଭଦ୍ରକରେ ଥିବା ଅଟାଳିକା ଆଦି ୪ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଆୟକର ବିଭାଗର।

ସୂଚନାନୁସାରେ,ଆୟକର ଫାଙ୍କିବା ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି I ସେ ଧାମରା ଅଞ୍ଚଳରେ ଜଣେ ବିଶିଷ୍ଟ ଚିଙ୍ଗୁଡ଼ି ବ୍ୟବସାୟୀ ଭାବେ ଜଣାଶୁଣା। ତାଙ୍କ ନାମରେ ସରକାରଙ୍କ ଟିକସ ଫାଙ୍କି ବ୍ୟବସାୟ କରୁଥିବା କଥା ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ଗତ ୨୦୧୯ ବିଧାନସଭା ନିର୍ଵାଚନରେ ଚାନ୍ଦବାଲି ଆସନରୁ ଦିଗମ୍ବର ଦାସ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ଏହି ଚଢ଼ାଉରେ ଏକାସହିତ ଆୟକର ବିଭାଗର ୪ଟି ଟିମ ସାମିଲ ରହିଥିଲେ I ଏହି ଚଢ଼ାଉ ସମ୍ପର୍କରେ ଏଯାଏଁ ସଠିକ ତଥ୍ୟ ମିଳିପାରି ନାହିଁ I

Tags: