ରାଜ୍ୟରେ ୮ଟି ସ୍ଥାନରେ ଆୟକର ଚଢ଼ାଉ
ଭୁବନେଶ୍ୱର : ରାଜ୍ୟରେ ବଡ଼ ଧରଣର ଆୟକର ଚଢ଼ାଉ । ଏକ ସାଙ୍ଗରେ ୮ଟି ଟି ସ୍ଥାନରେ ଚଢ଼ାଉ କରିଛି ଆୟକର ବିଭାଗ । ଟିକସ ଫାଙ୍କି ଏହି ଚଢ଼ାଉ ଜାରି ରହିଛି । ଅଭିଯୋଗରେ ଏହି ସବୁ ସ୍ଥାନ ମଧ୍ୟରେ ଭୁବନେଶ୍ୱର ଏବଂ ରାଉରକେଲା ଅନେକ ଠିକଣା ରହିଛି । ଦୁଇଟି ବଡ଼ ମାଇନ୍ସ କମ୍ପାନୀ ଟିକସ ଫାଙ୍କିଥିବା ହୋଇଥିଲା ଅଭିଯୋଗ । ଯାହାକୁ ନେଇ ଆୟକର ବିଭାଗ ପକ୍ଷରୁ କେନ୍ଦୁଝର ଜିଲ୍ଲା ସ୍ଥିତ ଏସ୍ […]
ଭୁବନେଶ୍ୱର : ରାଜ୍ୟରେ ବଡ଼ ଧରଣର ଆୟକର ଚଢ଼ାଉ । ଏକ ସାଙ୍ଗରେ ୮ଟି ଟି ସ୍ଥାନରେ ଚଢ଼ାଉ କରିଛି ଆୟକର ବିଭାଗ । ଟିକସ ଫାଙ୍କି ଏହି ଚଢ଼ାଉ ଜାରି ରହିଛି । ଅଭିଯୋଗରେ ଏହି ସବୁ ସ୍ଥାନ ମଧ୍ୟରେ ଭୁବନେଶ୍ୱର ଏବଂ ରାଉରକେଲା ଅନେକ ଠିକଣା ରହିଛି ।
ଦୁଇଟି ବଡ଼ ମାଇନ୍ସ କମ୍ପାନୀ ଟିକସ ଫାଙ୍କିଥିବା ହୋଇଥିଲା ଅଭିଯୋଗ । ଯାହାକୁ ନେଇ ଆୟକର ବିଭାଗ ପକ୍ଷରୁ କେନ୍ଦୁଝର ଜିଲ୍ଲା ସ୍ଥିତ ଏସ୍ ଏନ୍ ମହାନ୍ତି ଏବଂ ଏମ୍ ଜି ମହାନ୍ତିଙ୍କ କମ୍ପାନୀ ଉପରେ ମଙ୍ଗଳବାର ସକାଳୁ ସକାଳୁ ଚଢାଉ କରିଛି । କେନ୍ଦୁଝର ଜିଲ୍ଲା ଯୋଡ଼ା, ବଡ଼ବିଲ ଓ ଭୁବନେଶ୍ୱର ସମେତ ୮ଟି ସ୍ଥାନରେ ଏହି ରେଡ୍ କରାଯାଇଛି । ବିଭିନ୍ନ ଟିମ୍ ଗଠନ କରି ରାଜ୍ୟରେ ଏକାସାଙ୍ଗେ ୨୫ଟି ସ୍ଥାନରେ ଚଢାଉ କରୁଛି ଆୟକର ବିଭାଗ । ଚଢାଉ ହେଉଥିବା ସ୍ଥାନ ମଧ୍ୟରେ ଭୁବନେଶ୍ୱର ଫରେଷ୍ଟ ପାର୍କ ଅଞ୍ଚଳରେ ଥିବା କମ୍ପାନୀର ଶାଖା ଉପରେ ଏବଂ ରାଉରକେଲାର ହୋଇଥିବା ସୂଚନା ମିଳିଛି । ସେପଟେ ଚଢାଉ ନେଇ ଦୁଇ କମ୍ପାନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।




