ଯୁବତୀଙ୍କୁ କାର ରେ ଘୋଷାଡି ନେବା ଘଟଣା: ସ୍କୁଟିରେ ଥିଲେ ଦୁଇଜଣ ଯୁବତୀ

ନୂଆଦିଲ୍ଲୀ : ନୂଆବର୍ଷ ଭୋର ବେଳେ ରାଜଧାନୀ ଦିଲ୍ଲୀରେ ଘଟିଥିଲା ଏକ ଲୋମହର୍ଷଣ କାରି ଘଟଣା I ଏକ କାର ସ୍କୁଟି କୁ ଧକ୍କା ଦେଇଥିଲା I ସ୍କୁଟି ଚଳାଉଥିବା ଯୁବତୀଙ୍କ ଗୋଡ଼ କାର ଏକସେଲ ରେ ଲାଖି ଯିବାରୁ କାରଟି ତାଙ୍କୁ ୪ କିମି.ପର୍ଯ୍ୟନ୍ତ ଘୋଷାରି ନେଇଥିଲା I ଫଳରେ ରାସ୍ତାରେ ଘୋଷାରି ହୋଇ ଯୁବତୀ ଜଣଙ୍କ ସମ୍ପୂର୍ଣ୍ଣ ଵିଵସ୍ତ୍ର ହେବା ସାଙ୍ଗକୁ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା I ଏହି ଘଟଣାରେ ଏବେ ଆଉ […]

Samaya Live Picture
Published On

ନୂଆଦିଲ୍ଲୀ : ନୂଆବର୍ଷ ଭୋର ବେଳେ ରାଜଧାନୀ ଦିଲ୍ଲୀରେ ଘଟିଥିଲା ଏକ ଲୋମହର୍ଷଣ କାରି ଘଟଣା I ଏକ କାର ସ୍କୁଟି କୁ ଧକ୍କା ଦେଇଥିଲା I ସ୍କୁଟି ଚଳାଉଥିବା ଯୁବତୀଙ୍କ ଗୋଡ଼ କାର ଏକସେଲ ରେ ଲାଖି ଯିବାରୁ କାରଟି ତାଙ୍କୁ ୪ କିମି.ପର୍ଯ୍ୟନ୍ତ ଘୋଷାରି ନେଇଥିଲା I ଫଳରେ ରାସ୍ତାରେ ଘୋଷାରି ହୋଇ ଯୁବତୀ ଜଣଙ୍କ ସମ୍ପୂର୍ଣ୍ଣ ଵିଵସ୍ତ୍ର ହେବା ସାଙ୍ଗକୁ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା I ଏହି ଘଟଣାରେ ଏବେ ଆଉ ଏକ ଖୁଲାସା ହୋଇଛି I ସ୍କୁଟି ରେ ମୃତା ଯୁବତୀ ଅଞ୍ଜଳିଙ୍କ ବ୍ୟତୀତ ଆଉ ଜଣେ ତାଙ୍କ ବାନ୍ଧବୀ ଥିବା ଦିଲ୍ଲୀ ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି I

ରବିବାର ଭୋର ପ୍ରାୟ ୩ଟା ସମୟରେ କଞ୍ଜାୱାଲା ଅଞ୍ଚଳରୁ ପିସିଆରକୁ ଏକ କଲ ଆସିଥିଲା। କଲରେ ସୂଚନା ଦିଆଯାଇଥିଲା ‌ଯେ ରାସ୍ତା କଡ଼ରେ ଜଣେ ଯୁବତୀ ଉଲଗ୍ନ ଅବସ୍ଥାରେ ପଡ଼ିଛନ୍ତି। ଏହି ସୂଚନା ପାଇ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ପରେ ଯୁବତୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ଦେଖିବ‌ାକୁ ମିଳିଥିଲା।

୨୩ବର୍ଷୀୟ ଯୁବତୀଜଣକ ଏକ ଇଭେଣ୍ଟ କମ୍ପାନିରେ କାମ କରୁଥିଲେ। କାମ ସାରି ଘରକୁ ସ୍କୁଟିରେ ଫେରୁଥିବା ବେଳେ ୫ଜଣ ଯୁବକ ବସିଥିବା ଏକ କାର୍ ତାଙ୍କୁ ଧକ୍କା ଦେଇଥିଲା। ଏହା ପରେ କାରଟି ସୁଲତାନପୁରରୁ କଞ୍ଜାୱାଲା ପର୍ଯ୍ୟନ୍ତ ପ୍ରାୟ ୪କିଲୋମିଟର ଯାଏ ଯୁବତୀଙ୍କୁ ଘୋଷ‌ାଡି ନେଇଥିଲା।

ପ୍ରାଥମିକ ଯାଞ୍ଚ ପରେ ପରେ ପୁଲିସ କାରରେ ଥିବା ୫ଜଣଙ୍କୁ ଗିରଫ କରିବା ସହ କାରକୁ ଜବତ କରିଛି। ପ୍ରକୃତରେ ଘଟଣା କେମିତି ଘଟିଥିଲା, ତାହା ଜାଣିବା ପାଇଁ ପୁଲିସ ପଚରାଉଚରା କରୁଥିବା ଜଣାପଡ଼ିଛି।

ଆଜି ପୋଲିସ ଆହତ ଯୁବତୀଙ୍କ ବୟାନ ରେକର୍ଡ କରିପାରେ । ମୃତ୍ୟୁବରଣ କରିଥିବା ଯୁବତୀଙ୍କ ପୋଷ୍ଟମର୍ଟମ ହୋଇଛି । ୩ ଜଣିଆ ଡାକ୍ତରୀ ଟିମ୍ ଯବୁତୀଙ୍କ ପୋଷ୍ଟମର୍ଟମ କରିଛନ୍ତି । ଘଟଣାରେ ୫ଜଣଙ୍କୁ ଗିରଫ କରି ୩ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ୫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବିଜେପି ନେତା ଥିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବା କହିଛନ୍ତି ଆପ୍ ମୁଖପାତ୍ର ସେରବ ଭରଦ୍ୱାଜ I

Tags: