ପାରିବାରିକ କଳହର ଉଗ୍ର ରୂପ, ସ୍ତ୍ରୀକୁ କୋଦାଳରେ ହାଣି ହତ୍ୟା କଲା ସ୍ୱାମୀ

ବୌଦ୍ଧ : ପାରିବାରିକ କଳହରୁ ନୃସଂଶ ପାଲଟିଗଲା ସ୍ୱାମୀ I ହିତାହିତ ଜ୍ଞାନ ଭୁଲି ସ୍ତ୍ରୀକୁ କୋଦାଳରେ ହାଣି ହତ୍ୟା କରିବାକୁ ପଛାଇଲା ନାହିଁ । ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ତେଲିବନ୍ଧ ପଂଚାୟତର ଚନ୍ଦ୍ରପୁର ଗାଁରେ I ମୃତକ ହେଲେ କନକ ପ୍ରଧାନ । ହତ୍ୟାକାରୀ ସ୍ୱାମୀ ହେଲା ପୂର୍ଣ୍ଣଚନ୍ଦ୍ର ପ୍ରଧାନ । ହତ୍ୟା କରିବା ପରେ ହତ୍ୟାକାରୀ ସ୍ୱାମୀ ପୂର୍ଣ୍ଣ ଫେରାର ହୋଇଯାଇଛି । ଘଟଣାସ୍ଥଳରେ ଜହ୍ନାପଙ୍କ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି […]

Samaya Live Picture
Published On

ବୌଦ୍ଧ : ପାରିବାରିକ କଳହରୁ ନୃସଂଶ ପାଲଟିଗଲା ସ୍ୱାମୀ I ହିତାହିତ ଜ୍ଞାନ ଭୁଲି ସ୍ତ୍ରୀକୁ କୋଦାଳରେ ହାଣି ହତ୍ୟା କରିବାକୁ ପଛାଇଲା ନାହିଁ । ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ତେଲିବନ୍ଧ ପଂଚାୟତର ଚନ୍ଦ୍ରପୁର ଗାଁରେ I ମୃତକ ହେଲେ କନକ ପ୍ରଧାନ । ହତ୍ୟାକାରୀ ସ୍ୱାମୀ ହେଲା ପୂର୍ଣ୍ଣଚନ୍ଦ୍ର ପ୍ରଧାନ । ହତ୍ୟା କରିବା ପରେ ହତ୍ୟାକାରୀ ସ୍ୱାମୀ ପୂର୍ଣ୍ଣ ଫେରାର ହୋଇଯାଇଛି । ଘଟଣାସ୍ଥଳରେ ଜହ୍ନାପଙ୍କ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ ଗତକାଲି ରାତିରେ ପୂର୍ଣ୍ଣ ଓ ତାଙ୍କ ପତ୍ନୀ କନକଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଏହି ସମୟରେ ଉତ୍‌କ୍ଷିପ୍ତ ହୋଇ ପୂର୍ଣ୍ଣ ଏକ କୋଦାଳରେ କନକଙ୍କୁ ହାଣି ଦେଇଥିଲେ। ଘଟଣାସ୍ଥଳରେ କନକଙ୍କର ମୃତ୍ୟୁ ଘଟିଥିଲା। ସ୍ତ୍ରୀର ମୃତ୍ୟୁ ଘଟିବା ପରେ ପୂର୍ଣ୍ଣ ସେଠାରୁ ଫେରାର ହୋଇ ଯାଇଥିଲା I ଖବର ପାଇ ଜହ୍ନାପଙ୍କ ଫାଣ୍ଡି ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

Tags: