ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀ ମୃତ୍ୟୁ ମାମଲା,ଆରମ୍ଭ ହେଲା କ୍ରାଇମବ୍ରାଞ୍ଚ ତଦନ୍ତ

ଭୁବନେଶ୍ୱର : ବହୁଚର୍ଚ୍ଚିତ ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀ ମୃତ୍ୟୁ ମାମଲାରେ ଆରମ୍ଭ ହେଲା କ୍ରାଇମବ୍ରାଞ୍ଚ ତଦନ୍ତ । ଆଜି ସୌମ୍ୟଙ୍କ ଭୁବନେଶ୍ୱର ଘରେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ ପହଞ୍ଚି ମୃତ ସୌମ୍ୟ ପାଣିଗ୍ରାହୀଙ୍କ ବାପା ସୁଧାକର ପାଣିଗ୍ରାହୀ, ମାଆ ମୋହିନୀ ମିଶ୍ର ଓ ଭଉଣୀ ସୌଭାଗ୍ୟଲକ୍ଷ୍ମୀ ପାଣିଗ୍ରାହୀଙ୍କ ବୟାନ ରେକର୍ଡ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ କରି ୩ ମାସ ମଧ୍ୟରେ ରିପୋର୍ଟ […]

Samaya Live Picture
Published On

ଭୁବନେଶ୍ୱର : ବହୁଚର୍ଚ୍ଚିତ ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀ ମୃତ୍ୟୁ ମାମଲାରେ ଆରମ୍ଭ ହେଲା କ୍ରାଇମବ୍ରାଞ୍ଚ ତଦନ୍ତ । ଆଜି ସୌମ୍ୟଙ୍କ ଭୁବନେଶ୍ୱର ଘରେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ ପହଞ୍ଚି ମୃତ ସୌମ୍ୟ ପାଣିଗ୍ରାହୀଙ୍କ ବାପା ସୁଧାକର ପାଣିଗ୍ରାହୀ, ମାଆ ମୋହିନୀ ମିଶ୍ର ଓ ଭଉଣୀ ସୌଭାଗ୍ୟଲକ୍ଷ୍ମୀ ପାଣିଗ୍ରାହୀଙ୍କ ବୟାନ ରେକର୍ଡ କରିଛନ୍ତି।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ କରି ୩ ମାସ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ । ସୂଚନାଯୋଗ୍ୟ ଗତ ୨୦୨୨ ଜାନୁୟାରୀ ୩୦ ତାରିଖରେ ଆତ୍ମହତ୍ୟା କରିଥିଲେ ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀ । ସୌମ୍ୟଙ୍କ ମୃତ୍ୟୁ ପାଇଁ ତାଙ୍କ ବାନ୍ଧବୀ ସୋନାଲି ନନ୍ଦ ଦାୟୀ ବୋଲି ପରିବାର ଲୋକ ଅଭିଯୋଗ କରିଥିଲେ । ଏହି ଘଟଣାରେ ସୌମ୍ୟଙ୍କ ପରିବାର ଲୋକେ ଫେବୃଆରୀ ୨ ରେ ଇନ୍ଫୋସିଟି ଥାନାରେ ଅଭିଯୋଗ କରିଥିଲେ I

ପୂର୍ବରୁ ସୋନାଲି ନନ୍ଦଙ୍କୁ ପଚରାଉଚୁରା କରିଥିଲା ପୁଲିସ । ୩ ମାସ ଭିତରେ ତଦନ୍ତ ଶେଷ କରିବାକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ। ୨୦୨୨ ଜାନୁଆରି ୩୦ ତାରିଖରେ ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା କରିଥିଲେ। ସୌମ୍ୟଙ୍କ ମୃତ୍ୟୁ ପାଇଁ ବାନ୍ଧବୀ ସୋନାଲି ନନ୍ଦଙ୍କୁ ପରିବାର ଦାୟୀ କରିଥିଲେ। ପୂର୍ବରୁ ସୋନାଲି ନନ୍ଦଙ୍କୁ ପୁଲିସ ଟିମ ପଚରାଉଚରା କରି ଛାଡ଼ି ଦେଇଥିଲେ I ଏହି ଘଟଣାର ପୋଲିସ ର କାର୍ଯ୍ୟାନୁଷ୍ଠାନ ଉପରେ ଅସନ୍ତୋଷ ପ୍ରକାଶ କରି ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ ପରିବାର ଲୋକେ I

Tags: