ଭୁବନେଶ୍ୱରରେ ହେତୁବାଦୀ-ପରମ୍ପରାବାଦୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟଣା : ୮ ଜଣଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର : ଗ୍ରହଣ ସମୟରେ ଖାଦ୍ୟ ଖାଇବା ଘଟଣାକୁ ନେଇ ବିଭିନ୍ନ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା I ଗତକାଲି ଚନ୍ଦ୍ର ଗ୍ରହଣ ଥିବାରୁ ଭୁବନେଶ୍ୱର ଓ ବ୍ରହ୍ମପୁରରେ ହେତୁବାଦୀ ଓ ପରମ୍ପରIବାଦୀଙ୍କ ମଧ୍ୟରେ ଘମାଘୋଟ ଲଢେଇ ହୋଇଥିଲା I ଗତକାଲି ଲୋହିଆ ଏକାଡେମୀରେ ହେତୁବାଦୀଙ୍କ ମିଟିଂକୁ ପରମ୍ପରାବାଦୀମାନେ ଘଣ୍ଟ ବାଡ଼େଇ ବିରୋଧ କରିଥିଲେ । ଚନ୍ଦ୍ରଗ୍ରହଣରେ ବିରିଆନି ଖାଇବାକୁ ବିରୋଧ କରିଥିଲେ ପରମ୍ପରାବାଦୀ । ତେବେ ଲୋହିଆ ଏକାଡେମୀରେ ବଳପୂର୍ବକ ପଶି ‌ଆକ୍ରମଣ କରିବା ଅଭିଯୋଗରେ […]

Samaya Live Picture
Published On

ଭୁବନେଶ୍ୱର : ଗ୍ରହଣ ସମୟରେ ଖାଦ୍ୟ ଖାଇବା ଘଟଣାକୁ ନେଇ ବିଭିନ୍ନ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା I ଗତକାଲି ଚନ୍ଦ୍ର ଗ୍ରହଣ ଥିବାରୁ ଭୁବନେଶ୍ୱର ଓ ବ୍ରହ୍ମପୁରରେ ହେତୁବାଦୀ ଓ ପରମ୍ପରIବାଦୀଙ୍କ ମଧ୍ୟରେ ଘମାଘୋଟ ଲଢେଇ ହୋଇଥିଲା I ଗତକାଲି ଲୋହିଆ ଏକାଡେମୀରେ ହେତୁବାଦୀଙ୍କ ମିଟିଂକୁ ପରମ୍ପରାବାଦୀମାନେ ଘଣ୍ଟ ବାଡ଼େଇ ବିରୋଧ କରିଥିଲେ । ଚନ୍ଦ୍ରଗ୍ରହଣରେ ବିରିଆନି ଖାଇବାକୁ ବିରୋଧ କରିଥିଲେ ପରମ୍ପରାବାଦୀ । ତେବେ ଲୋହିଆ ଏକାଡେମୀରେ ବଳପୂର୍ବକ ପଶି ‌ଆକ୍ରମଣ କରିବା ଅଭିଯୋଗରେ ୮ ଜଣଙ୍କୁ ବାନ୍ଧିଛି ଖାରବେଳନଗର ପୋଲିସ I

ଗତକାଲି ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡେମୀରେ ହେତୁବାଦୀଙ୍କର ଏକ ମିଟିଂ ଚାଲିଥିଲା ଏହାପରେ ସେଠାରେ ଖାଦ୍ୟ ଖାଇବାର କାର୍ଯ୍ୟକ୍ରମ ରହିଥିଲା I ତେବେ ହେତୁବାଦୀଙ୍କ କାର୍ଯ୍ୟକ୍ରମରେ ପରମ୍ପରା ବିରୋଧୀ ଆଲୋଚନା ହେଉଥିବାରୁ ଏକାଡେମୀ ଭିତରେ ପଶି ଏହାକୁ ବିରୋଧ କରିଥିଲେ ପରମ୍ପରାବାଦୀ I ଏହି ସମୟରେ ପୋଲିସ ଉପସ୍ଥିତିରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ପ୍ରବଳ ଧସ୍ତାଧସ୍ତି ହୋଇ ଗଣ୍ଡଗୋଳ ହୋଇଥିଲା I ଉଭୟ ଗୋଷ୍ଠୀ ପରସ୍ପରକୁ ବିଧା, ଗୋଇଠା ମାରିବା ସହିତ ଗୋବର ଓ ଢେଲାପଥର ମାଡ଼ କରିଥିଲେ। ତେବେ ଏହି ଘଟଣାରେ ଖାରବେଳନଗର ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୮ ଜଣଙ୍କୁ ଗିରଫ କରିଛି I

Tags: