ବେଆଇନ ପଥର ବ୍ଳାଷ୍ଟିଂ,୧ ମୃତ ୩ ଗୁରୁତର
ସୋର: ପଥର ଖାଦାନରେ ବେଆଇନ ବ୍ଳାଷ୍ଟିଂ I ପଥର ଖଣ୍ଡ ତଳେ ଚାପି ହୋଇ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଘଟଣ ଘଟିଛି,ସୋର ବ୍ଲକ ମହୁମୁହାଣ ପଞ୍ଚାୟତ ବାଗୁଡ଼ି ପଥର ଖାଦାନରେ I ସମସ୍ତ ମୃତାହତ ଙ୍କୁ ପ୍ରଥମେ ସୋର ଏବଂ ପରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଥିବା ବେଳେ ଦୁଇ ଜଣ ଶ୍ରମିକ ଏବେ ବି ମାଟିରେ ପୋତି ହଇରହିଥିବା ସନ୍ଦେହ କରାଯାଉଛି। […]
ସୋର: ପଥର ଖାଦାନରେ ବେଆଇନ ବ୍ଳାଷ୍ଟିଂ I ପଥର ଖଣ୍ଡ ତଳେ ଚାପି ହୋଇ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଘଟଣ ଘଟିଛି,ସୋର ବ୍ଲକ ମହୁମୁହାଣ ପଞ୍ଚାୟତ ବାଗୁଡ଼ି ପଥର ଖାଦାନରେ I ସମସ୍ତ ମୃତାହତ ଙ୍କୁ ପ୍ରଥମେ ସୋର ଏବଂ ପରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଥିବା ବେଳେ ଦୁଇ ଜଣ ଶ୍ରମିକ ଏବେ ବି ମାଟିରେ ପୋତି ହଇରହିଥିବା ସନ୍ଦେହ କରାଯାଉଛି।
ଆଜି ସକାଳେ ବାଗୁଡ଼ି ପଥର ଖାଦାନରେ ବ୍ଲାଷ୍ଟିଂ କରାଯାଇଥିଲା। ଏହି ସମୟରେ ପଥର ଖଣ୍ଡ ମନ ଆସି ନିକଟରେ ଥିବା ଶ୍ରମିକ ମାନଙ୍କ ଉପରେ ପଡିଥିଲା I ଫଳରେ ନୀଳଗିରି ଅଞ୍ଚଳର ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟଲୋକେ ସମସ୍ତ ଆହତଙ୍କୁ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ସମସ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ସମସ୍ତଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଏବେ ସେଠାରେ ମାଟି ଅତଡ଼ା ତଳେ ଦୁଇ ଶ୍ରମିକ ପୋତି ହୋଇ ରହିଥିବା ସନ୍ଦେହରେ ଖବର ପାଇ ସୋର ଅଗ୍ନିଶମ ବିଭାଗର ଦମକଳ ଏବଂ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।




