ବେଆଇନ ବନ୍ଧୁକ କାରଖାନା, ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ବର : ୪୨ ମୌଜାରୁ ବନ୍ଧୁକ କାରଖାନା ଠାବ ଘଟଣା। ଘଟଣାର ମୁଖ୍ୟ ଅଭିଯୁକ୍ତ ଚଗଲା ଖୁଣ୍ଟିଆ ଗିରଫ । କଟକ ଶଙ୍କରପୁରରୁ କୁଖ୍ୟାତ ଅପରାଧୀ ଚଗଲା ଖୁଣ୍ଟିଆକୁ ଗିରଫ କଲା ଏସଟିଏଫ । ଏହି ଅଭିଯୁକ୍ତ ବନ୍ଧୁକ କାରବାରର ଥିଲା ମାଷ୍ଟରମାଇଣ୍ଡ। ବିହାର ମୁଙ୍ଗେରରୁ ବନ୍ଧୁକ କାରବାର ପଛରେ ଥିଲା ଏହାର ବଡ଼ ଭୂମିକା। ବାଦାମବାଡ଼ି ହତ୍ୟାକାଣ୍ଡ ଘଟଣାରେ ଥିଲା ମାଷ୍ଟରମାଇଣ୍ଡ। ହତ୍ୟାକାଣ୍ଡ ପରେ ଜେଲରେ ଅଭିଯୁକ୍ତଙ୍କ ସହ ମିଶି ଚଳାଇଥିଲା ରାକେଟ । କଟକରୁ […]

Samaya Live Picture
Published On

ଭୁବନେଶ୍ବର : ୪୨ ମୌଜାରୁ ବନ୍ଧୁକ କାରଖାନା ଠାବ ଘଟଣା। ଘଟଣାର ମୁଖ୍ୟ ଅଭିଯୁକ୍ତ ଚଗଲା ଖୁଣ୍ଟିଆ ଗିରଫ । କଟକ ଶଙ୍କରପୁରରୁ କୁଖ୍ୟାତ ଅପରାଧୀ ଚଗଲା ଖୁଣ୍ଟିଆକୁ ଗିରଫ କଲା ଏସଟିଏଫ । ଏହି ଅଭିଯୁକ୍ତ ବନ୍ଧୁକ କାରବାରର ଥିଲା ମାଷ୍ଟରମାଇଣ୍ଡ। ବିହାର ମୁଙ୍ଗେରରୁ ବନ୍ଧୁକ କାରବାର ପଛରେ ଥିଲା ଏହାର ବଡ଼ ଭୂମିକା। ବାଦାମବାଡ଼ି ହତ୍ୟାକାଣ୍ଡ ଘଟଣାରେ ଥିଲା ମାଷ୍ଟରମାଇଣ୍ଡ। ହତ୍ୟାକାଣ୍ଡ ପରେ ଜେଲରେ ଅଭିଯୁକ୍ତଙ୍କ ସହ ମିଶି ଚଳାଇଥିଲା ରାକେଟ । କଟକରୁ ବନ୍ଧୁକ ପାସ କରାଇ, ବାହାର ଜିଲ୍ଲା, ସହର ଏବଂ ରାଜ୍ୟକୁ ଚାଲାଣର ଠିକା ନେଉଥିଲା ଏହି ହାର୍ଡକୋର ଅପରାଧୀ । ତାକୁ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଛି ।

Tags: