କଟକରେ ବେଆଇନ ବନ୍ଧୁକ କାରଖାନା ଠାବ, ୪ଗିରଫ

କଟକ: କଟକ ବୟାଳିଶ ମୌଜାରେ ବେଆଇନ ବନ୍ଧୁକ କାରଖାନା ଠାବ। ଜଙ୍ଗଲ ଭିତରେ ନିଛାଟିଆ ସ୍ଥାନରେ ଦୀର୍ଘ ଦିନରୁ ଏହି ବନ୍ଧୁକ କାରଖାନା ଚାଲି ଆସୁଥିଲା । ବାହାରକୁ ଗୁହାଳ ଭଳି ଦେଖା ଯାଉଥିବା ବେଳେ ଭିତରେ ଥିଲା ମାଳ ମାଳ ବନ୍ଧୁକ । ଘଟଣାର ଖବର ପାଇ ଆଜି ଭୋରରୁ ବୟାଳିଶ ମୌଜା କ୍ରାଇମବ୍ରାଞ୍ଚ STF ଏହି କାରଖାନା ଉପରେ ଚଢ଼ାଉ କରିଥିଲା । ବୟାଳିଶ ମୌଜା ଧୂଳେଶ୍ଵର ଗାଁରେ ଚାଲିଥିଲା ଏହି ବେଆଇନ ବନ୍ଧୁକ […]

Samaya Live Picture
Published On

କଟକ: କଟକ ବୟାଳିଶ ମୌଜାରେ ବେଆଇନ ବନ୍ଧୁକ କାରଖାନା ଠାବ। ଜଙ୍ଗଲ ଭିତରେ ନିଛାଟିଆ ସ୍ଥାନରେ ଦୀର୍ଘ ଦିନରୁ ଏହି ବନ୍ଧୁକ କାରଖାନା ଚାଲି ଆସୁଥିଲା । ବାହାରକୁ ଗୁହାଳ ଭଳି ଦେଖା ଯାଉଥିବା ବେଳେ ଭିତରେ ଥିଲା ମାଳ ମାଳ ବନ୍ଧୁକ । ଘଟଣାର ଖବର ପାଇ ଆଜି ଭୋରରୁ ବୟାଳିଶ ମୌଜା କ୍ରାଇମବ୍ରାଞ୍ଚ STF ଏହି କାରଖାନା ଉପରେ ଚଢ଼ାଉ କରିଥିଲା । ବୟାଳିଶ ମୌଜା ଧୂଳେଶ୍ଵର ଗାଁରେ ଚାଲିଥିଲା ଏହି ବେଆଇନ ବନ୍ଧୁକ ତିଆରି କାରଖାନା ।

ସୂଚନାନୁସାରେ, ଶରତ ଚନ୍ଦ୍ର ଯାଦବ ନାମକ ବ୍ୟକ୍ତିଙ୍କ ଘରେ ଦୀର୍ଘ ଦିନ ଚାଲିଥିଲା ଏହି କାରଖାନା। କାରଖାନାରେ ରହିଛି ବନ୍ଧୁକ ତିଆରି ମେସିନ ସହିତ ଅନେକ ଯନ୍ତ୍ରପାତି। ବନ୍ଧୁକ ତିଆରି ପାଇଁ ବିହାରରୁ ଆସୁଥିଲା କଞ୍ଚାମାଲ। ବନ୍ଧୁକ ତିଆରିରେ ଲାଗିଥିଲେ ବିହାରର ଲୋକ। ୩ଜଣ ବିହାରୀ କାରିଗରଙ୍କ ସହ ୩୦ରୁ ଅଧିକ ବନ୍ଧୁକ ସହିତ ଅନେକ ମେସିନ ଜବତ କରିଛି ଏସଟିଏଫ୍। ଏହି ବନ୍ଧୁକ ତିଆରି କାରଖାନରେ ୨୦୦ ବନ୍ଧୁକ ରପ୍ତାନି ପାଇଁ ଅର୍ଡର ଆସିଥିଲା ବୋଲି ସୂଚନା ମିଳିଛି । ତେବେ ବନ୍ଧୁକ ସପ୍ଲାଇର ଚେର କେଉଁ ଯାଏଁ ଲମ୍ବିଛି ? ବନ୍ଧୁକ ତିଆରି ପରେ ଗ୍ରାହକଙ୍କ ପାଖରେ ପହଞ୍ଚାଇବା ପାଇଁ କେଉଁ ନେଟୱର୍କ ବ୍ୟବହାର ହେଉଥିଲା। ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନଥିବାବେଳେ ବର୍ତ୍ତମାନ ସୁଦ୍ଧା ଚଢାଉ ଜାରି ରହିଥିବା ଜଣାପଡ଼ିଛି ।

Tags: