କଲେଜ କ୍ୟାମ୍ପସରେ IIT ଛାତ୍ରୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର : ୫ମ ମହଲାରୁ ଡେଇଁ IIT ଛାତ୍ରୀଙ୍କ ଆତ୍ମହତ୍ୟା । ମୃତ ଛାତ୍ରୀ ହେଉଛନ୍ତି କୃତ୍ତିକା ରାଜ । ତାଙ୍କ ଘର ନୂଆ ଦିଲ୍ଲୀରେ ହୋଇଥିବା ସୂଚନା ମିଳିଛି । କୃତ୍ତିକା ଅରୁଗୁଳ ଆଇଆଇଟିରେ ବି.ଟେକ ଦ୍ଵିତୀୟ ବର୍ଷ ଛାତ୍ରୀ ଥିବାବେଳେ ସେ କ୍ୟାମ୍ପସରେ ଥିବା ହଷ୍ଟେଲରେ ରହୁଥିଲେ । ଗତକାଲି ରାତିରେ ସେ ହଷ୍ଟେଲର ୫ମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ତେବେ ତାଙ୍କ ଆତ୍ମହତ୍ୟାର କାରଣ ଜଣାପଡି ନାହିଁ । ଗତକାଲି […]

Samaya Live Picture
Published On

ଭୁବନେଶ୍ୱର : ୫ମ ମହଲାରୁ ଡେଇଁ IIT ଛାତ୍ରୀଙ୍କ ଆତ୍ମହତ୍ୟା । ମୃତ ଛାତ୍ରୀ ହେଉଛନ୍ତି କୃତ୍ତିକା ରାଜ । ତାଙ୍କ ଘର ନୂଆ ଦିଲ୍ଲୀରେ ହୋଇଥିବା ସୂଚନା ମିଳିଛି । କୃତ୍ତିକା ଅରୁଗୁଳ ଆଇଆଇଟିରେ ବି.ଟେକ ଦ୍ଵିତୀୟ ବର୍ଷ ଛାତ୍ରୀ ଥିବାବେଳେ ସେ କ୍ୟାମ୍ପସରେ ଥିବା ହଷ୍ଟେଲରେ ରହୁଥିଲେ । ଗତକାଲି ରାତିରେ ସେ ହଷ୍ଟେଲର ୫ମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ତେବେ ତାଙ୍କ ଆତ୍ମହତ୍ୟାର କାରଣ ଜଣାପଡି ନାହିଁ । ଗତକାଲି ରାତିରେ ଏହି ଘଟଣାର ସୂଚନା ପାଇବା ପରେ ଜଟଣୀ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ କଲେଜ କର୍ତୃପକ୍ଷ ତାଙ୍କ ପରିବାର ଲୋକଙ୍କୁ ଅବଗତ କରାଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଆଇଆଇଟି କ୍ୟାମ୍ପସ ଭିତରେ ଜୋରରେ ଶବ୍ଦ ହୋଇଥିଲା। ସିକ୍ୟୁରିଟି ଗାର୍ଡ ସହ ଅନ୍ୟ ଅଧିକାରୀ ଶବ୍ଧ ଶୁଣି ଧାଇଁବା ସହ ଦେଖିଥିଲେ କି ଛାତ୍ରୀ ଜଣଙ୍କ ରକ୍ତ ଜୁବୁଡୁ ଅବସ୍ଥାରେ ତଳେ ପଡ଼ିଛନ୍ତି। କଲେଜ କର୍ତୃପକ୍ଷ ତାଙ୍କୁ ସେଠାରୁ ତୁରନ୍ତ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ଛାତ୍ରୀଙ୍କୁ ମୃତ ଘୋଷଣା କରିଥିଲେ ।

Tags: