IICଙ୍କ ଘରୁ ୩୭ ଲକ୍ଷ ଜବତ,ଭିଜିଲାନ୍ସ ଟେରା
ବୈପାରୀଗୁଡା/କଟକ: ଭିଜିଲାନ୍ସ ହାତରେ ବୈପାରୀଗୁଡ଼ା ଥାନା ଆଇଆଇସି ସୁଶାନ୍ତ ଶତପଥୀ I ଭିଜିଲାନ୍ସ ଚଢ଼ାଉ ବେଳେ ତାଙ୍କ ଘରୁ ଟଙ୍କା ବିଡ଼ା ଦେଖି ଭିଜିଲାନ୍ସ ଟେରା । ଜବତ ହୋଇଛି ଲକ୍ଷ ଲକ୍ଷ ଟଙ୍କାର ବଣ୍ଡଲ ବଣ୍ଡଲ ନୋଟ୍ । ମେସିନ ଦ୍ୱାରା ଟଙ୍କା ଗଣୁଛନ୍ତି ଭିଜିଲାନ୍ସ ଅଧିକାରୀ। ଗତକାଲି ଭିଜିଲାନ୍ସ ୭ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଥିଲା ବେଳେ ଆଜି ସକାଳେ ଆଇଆଇସିଙ୍କ କଟକ ବକ୍ସିବଜାର ସ୍ଥିତ କ୍ୱାର୍ଟର୍ସରେ ଚଢ଼ାଉ କରି ୨୯ […]
ବୈପାରୀଗୁଡା/କଟକ: ଭିଜିଲାନ୍ସ ହାତରେ ବୈପାରୀଗୁଡ଼ା ଥାନା ଆଇଆଇସି ସୁଶାନ୍ତ ଶତପଥୀ I ଭିଜିଲାନ୍ସ ଚଢ଼ାଉ ବେଳେ ତାଙ୍କ ଘରୁ ଟଙ୍କା ବିଡ଼ା ଦେଖି ଭିଜିଲାନ୍ସ ଟେରା । ଜବତ ହୋଇଛି ଲକ୍ଷ ଲକ୍ଷ ଟଙ୍କାର ବଣ୍ଡଲ ବଣ୍ଡଲ ନୋଟ୍ । ମେସିନ ଦ୍ୱାରା ଟଙ୍କା ଗଣୁଛନ୍ତି ଭିଜିଲାନ୍ସ ଅଧିକାରୀ। ଗତକାଲି ଭିଜିଲାନ୍ସ ୭ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଥିଲା ବେଳେ ଆଜି ସକାଳେ ଆଇଆଇସିଙ୍କ କଟକ ବକ୍ସିବଜାର ସ୍ଥିତ କ୍ୱାର୍ଟର୍ସରେ ଚଢ଼ାଉ କରି ୨୯ ଲକ୍ଷ ୭୭ ହଜାର ଜବତ କରିଛି। ଏଯାବତ୍ ଆଇଆଇସିଙ୍କଠାରୁ ୩୭ ଲକ୍ଷ ଟଙ୍କା ଜବତ କରି ସାରିଲାଣି ଭିଜିଲାନ୍ସ Iବଣ୍ଡଲ ବଣ୍ଡଲ ୫୦୦ ଟଙ୍କିଆ, ୨୦୦ ଓ ଶହେ ଟଙ୍କିଆ ନୋଟ୍ ମିଳିଛି । ଯେତେ ଖୋଳିଲେ ସେତେ ବାହାରୁଛି । ଗତକାଲି ୨ ଲକ୍ଷ ୫୦ ହଜାର ଟଙ୍କା ଧରି ଓଏସଆରଟିସି ବସରେ ବୈପାରୀଗୁଡ଼ାରୁ କଟକ ଆସୁଥିବା ବେଳେ ଜୟପୁର ସ୍ଥିତ ଟାଙ୍କୁଆ ନିକଟରେ ସୁଶାନ୍ତଙ୍କୁ ଧରିଥିଲା ଭିଜିଲାନ୍ସ। ଏତେ ପଇସା କୁଆଡୁ ଆଣିଲେ ସେନେଇ ସୁଶାନ୍ତଙ୍କୁ ପଚରାଉଚରା କରିଥିଲା ଭିଜିଲାନ୍ସ। ହେଲେ କୌଣସି ସ୍ପଷ୍ଟ ଉତ୍ତର ଦେଇପାରି ନଥିଲେ I ଏନେଇ ଅଧିକ ଖୋଳତାଡ ଜାରି ରହିଛି ।
ସୁଚନାନୁସାରେ,ବୈପାରୀଗୁଡ଼ା ଥାନା ଆଇଆଇସି ସୁଶାନ୍ତ ଶତପଥୀ ୧୯୯୮ ମସିହାରେ କନଷ୍ଟେବଳ ଭାବେ ଚାକିରି ଆରମ୍ଭ କରିଥିଲେ। ଏହାପରେ ସେ ୨୦୦୮ରେ ସେ ସବ୍ ଇନ୍ସପେକ୍ଟର ପାଇଁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବିଭିନ୍ନ ଥାନାରେ ୨୦୨୩ ପର୍ଯ୍ୟନ୍ତ କାମ କରିଥିଲେ। ସେ ଗତ ୪ ମାସ ହେବ ସୁଶାନ୍ତ ବୈପାରୀଗୁଡ଼ା ଥାନାକୁ ଆଇଆଇସି ହୋଇ ଯାଇଥିଲେ। ତେବେ ପୂର୍ବରୁ ମଧ୍ୟ ତାଙ୍କ ନାଁରେ ବହୁ ଦୁର୍ନୀତି ଅଭିଯୋଗ ହେଇ ଆସୁଥିଲା I




