ପୂଜାରେ ଘର ବନ୍ଦ କରି ବୁଲିବାକୁ ଗଲେ,ପୋଲିସକୁ ଜଣାନ୍ତୁ – କମିଶନରେଟ ପୋଲିସ

ଭୁବନେଶ୍ୱର : ପାର୍ବଣରେ ଆପଣ ବାହାରକୁ ବୁଲିବାକୁ ଯାଉଛନ୍ତି କି ?? ପୋଲିସକୁ ଜଣାଇ ନିଶ୍ଚିନ୍ତରେ ଯାଆନ୍ତୁ I ଏପରିକି ଯଦି ଆପଣ ପରିବାର ସହିତ ପୂଜା ପେଣ୍ଡାଲ ବୁଲିବାକୁ ବି ଯାଉଛନ୍ତି,ତା’ହେଲେ ମଧ୍ୟ ଆପଣଙ୍କ ଘର ଉପରେ ନିଘା ରଖିବ ପୋଲିସ I ପାର୍ବଣ ଋତୁରେ ରାଜଧାନୀରେ ବଢିଚାଲିଛି ଚୋରି,ଛିନତାଇ I ଚୋରମାନେ ଏବେ ଏକୁଟିଆ ଘର ସମେତ ଆପାର୍ଟମେଣ୍ଟ ଭିତରେ ପଶି ଲୁଟପାଟ କଲେଣି । ନିକଟରେ ଚନ୍ଦ୍ରଶେଖରପୁର ସ୍ଥିତ ରାଜବାଟିକା ଆପାର୍ଟମେଣ୍ଟରୁ ଏକା […]

Samaya Live Picture
Published On

ଭୁବନେଶ୍ୱର : ପାର୍ବଣରେ ଆପଣ ବାହାରକୁ ବୁଲିବାକୁ ଯାଉଛନ୍ତି କି ?? ପୋଲିସକୁ ଜଣାଇ ନିଶ୍ଚିନ୍ତରେ ଯାଆନ୍ତୁ I ଏପରିକି ଯଦି ଆପଣ ପରିବାର ସହିତ ପୂଜା ପେଣ୍ଡାଲ ବୁଲିବାକୁ ବି ଯାଉଛନ୍ତି,ତା’ହେଲେ ମଧ୍ୟ ଆପଣଙ୍କ ଘର ଉପରେ ନିଘା ରଖିବ ପୋଲିସ I

ପାର୍ବଣ ଋତୁରେ ରାଜଧାନୀରେ ବଢିଚାଲିଛି ଚୋରି,ଛିନତାଇ I ଚୋରମାନେ ଏବେ ଏକୁଟିଆ ଘର ସମେତ ଆପାର୍ଟମେଣ୍ଟ ଭିତରେ ପଶି ଲୁଟପାଟ କଲେଣି । ନିକଟରେ ଚନ୍ଦ୍ରଶେଖରପୁର ସ୍ଥିତ ରାଜବାଟିକା ଆପାର୍ଟମେଣ୍ଟରୁ ଏକା ରାତିରେ ୪ ଜଣଙ୍କ ଘରୁ ଚୋରି ପରେ,ସତର୍କ ହୋଇଛି କମିଶନରେଟ ପୋଲିସ । ଏଣିକି ଆପଣଙ୍କ ଘର ଜଗିବ ପୋଲିସ । କୌଣସି ଅଞ୍ଚଳରୁ ଚୋରି ହୋଇଥିବା ଜଣା ପଡିଲେ ସେହି ଅଞ୍ଚଳରେ ନାଇଟ୍ ପାଟ୍ରୋଲିଂ, ବ୍ଲକିଂ, ଚେକିଂ, ବ୍ୟାରିକେଡିଂ ସହ ସହରକୁ ସିଲ୍ କରି ନାକାବନ୍ଦି କରାଯିବ । ଭୁବନେଶ୍ୱର ୨ ନମ୍ବର ଜୋନ୍ ଏସିପି ଗିରିଜା ଚକ୍ରବର୍ତ୍ତୀ କହିଛନ୍ତି, ପୂଜା ବୁଲିବାକୁ ଯାଉଥିଲେ ଘର ଭଲ ଭାବେ ତାଲା ପକାନ୍ତୁ । ପାଖ ପଡ଼ୋଶୀଙ୍କୁ ମଧ୍ୟ ଟିକେ କହିଦେଇ ଯାଆନ୍ତୁ । ଲୋକାଲ ଥାନା ପୋଲିସକୁ ଟିକେ ଜଣାଇ ଦିଅନ୍ତୁ । ଏହାଦ୍ୱାରା ଆମେ ସଂପୃକ୍ତ ଅଞ୍ଚଳରେ ପିସିଆର ଅଧିକ ବୁଲାଇବୁ ବୋଲି ସେ କହିଛନ୍ତି ।

Tags: