ଶିଷ୍ଟାଚାର ଭୁଲିଗଲେ ପୌରଧ୍ୟକ୍ଷା,ପୌର ନିର୍ବାହୀ ଅଧିକାରୀଙ୍କ ଉପରକୁ ଫୋପାଡିଲେ ଫାଇଲ୍
ଯାଜପୁର : ଶିଷ୍ଟାଚାର ଭୁଲିଗଲେ ପୌରାଧ୍ୟକ୍ଷା । ନିଜ ଚାମ୍ବର କୁ ଡକାଇ ପୌର ନିର୍ବାହୀ ଅଧିକାରୀଙ୍କୁ ଗାଳିଗୁଲଜ କରିବା ସହ ତାଙ୍କ ଉପରକୁ ଫାଇଲ୍ ଫୋପାଡିଥିଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବ୍ୟାସନଗର ପୌରପରିଷଦ କାର୍ଯ୍ୟାଳୟରେ। ସୂଚନା ମୁତାବକ ୮ ନଂ ଓ୍ବାର୍ଡରେଏକ ମୋବାଇଲ ଟାୱାର ବସାଇବା ପାଇଁ ନିର୍ବାହୀ ଅଧିକାରୀ NOC ଦେବାପରେ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ଓ ପୌର ନିର୍ବାହୀ ଅଧିକାରୀ ଅଶୋକ ରାଉତ ଙ୍କ ମଧ୍ୟରେ ତିକ୍ତତା […]
ଯାଜପୁର : ଶିଷ୍ଟାଚାର ଭୁଲିଗଲେ ପୌରାଧ୍ୟକ୍ଷା । ନିଜ ଚାମ୍ବର କୁ ଡକାଇ ପୌର ନିର୍ବାହୀ ଅଧିକାରୀଙ୍କୁ ଗାଳିଗୁଲଜ କରିବା ସହ ତାଙ୍କ ଉପରକୁ ଫାଇଲ୍ ଫୋପାଡିଥିଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବ୍ୟାସନଗର ପୌରପରିଷଦ କାର୍ଯ୍ୟାଳୟରେ।
ସୂଚନା ମୁତାବକ ୮ ନଂ ଓ୍ବାର୍ଡରେଏକ ମୋବାଇଲ ଟାୱାର ବସାଇବା ପାଇଁ ନିର୍ବାହୀ ଅଧିକାରୀ NOC ଦେବାପରେ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ଓ ପୌର ନିର୍ବାହୀ ଅଧିକାରୀ ଅଶୋକ ରାଉତ ଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା। ଗତକାଲି ପୌରାଧ୍ୟକ୍ଷା ନିର୍ବାହୀ ଅଧିକାରୀଙ୍କୁ ନିଜ ଚାମ୍ବରକୁ ଡକାଇ ,ଅନ୍ୟ କାଉନ୍ସିଲରଙ୍କ ସମ୍ମୁଖରେ ଗାଳିଗୁଲଜ କରିବା ସହ ଏକ ଫାଇଲ୍ ନିର୍ବାହୀ ଅଧିକାରୀଙ୍କ ଉପରକୁ ଫୋପାଡି ଥିଲେ। ପରେ ସର୍ବସମ୍ମୁଖରେ ଅପଦସ୍ତ ହୋଇ ନିର୍ବାହୀ ଅଧିକାରୀ ସେଠାରୁ ଚାଲି ଯାଇଥିଲେ।
ପୂର୍ବରୁ ମଧ୍ୟ ପୌରାଧ୍ୟକ୍ଷା ଏହି ନିର୍ବାହୀ ଅଧିକାରୀଙ୍କୁ ଅନେକଥର ଦୁର୍ବ୍ୟବହାର କରିଥିବା କଥା ସାମ୍ନାକୁ ଆସିଥିଲା। ତେବେ ଗତକାଲିର ଏହି ଘଟଣା ସବୁ ସୀମା ଟପି ଯାଇଛି। ଜଣେ ସରକାରୀ ଅଧିକାରୀଙ୍କୁ ଜଣେ ଜନପ୍ରତିନିଧି ଙ୍କ ଏପରି ଦୁର୍ବ୍ୟବହାରକୁ ସବୁ ମହଲରେ ନିନ୍ଦା କରାଯାଉଛି। ଗତ କିଛିଦିନ ତଳେ ପୌର ପରିଷଦ କାର୍ଯ୍ୟାଳୟରେ ବାୟୋମେଟ୍ରିକ୍ ମେସିନ ଲଗାଇବାକୁ ନେଇ ମଧ୍ୟ ନିର୍ବାହୀ ଅଧିକାରୀଙ୍କୁ ଗାଳିଗୁଲଜ କରିଥିଲେ ପୌରାଧ୍ୟକ୍ଷା। ସେପଟେ ଦିନରେ ଏହି ଘଟଣା ଘଟିଥିବା ବେଳେ ସନ୍ଧ୍ୟାରେ ନିର୍ବାହୀ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ଜଣାପଡ଼ିଛି। ପୌରାଧ୍ୟକ୍ଷାଙ୍କ ଏପରି ଆଚରଣକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ନିର୍ବାହୀ ଅଧିକାରୀ।




