ନିହତ ମାଓବାଦୀଙ୍କ ମିଳିଲା ପରିଚୟ ,ନିଆଳିରୁ ଜଣେ

କଟକ : ନିଆଳିରେ ମାଓବାଦୀ ଲିଙ୍କ । ଗତ ୩ ଦିନ ପୂର୍ବରୁ ନୂଆପଡ଼ା ଜିଲା ଓ ଛତିଶଗଡ଼ ଗରିଆବନ୍ଦ ସୀମା କୁଲାରିଘାଟ ଜଙ୍ଗଲରେ ସୁରକ୍ଷାବାହିନୀ-ମାଓବାଦୀ ଗୁଳି ବିନିମୟ ହୋଇଥିଲା ।ଏଥିରେ ୧୭ ରୁ ଅଧିକ ମାଓବାଦୀ ନିହତ ହୋଇଥିବା ବେଳେ ୧୨ ଜଣଙ୍କ ପରିଚୟ ମିଳିଛି। ମୃତକ ୧୨ ଜଣ ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ଓଡ଼ିଶାର ବୋଲି ଜଣାପଡ଼ିଛି। ତେବେ ବଡ଼ କଥା ହେଉଛି କଟକ ଯାଏ ଲମ୍ବିଲାଣି ମାଓ ଚେର। ଏନ୍‌କାଉଣ୍ଟରରେ ନିହତ ମାଓବାଦୀଙ୍କ ମଧ୍ୟରୁ […]

Samaya Live Picture
Published On

କଟକ : ନିଆଳିରେ ମାଓବାଦୀ ଲିଙ୍କ । ଗତ ୩ ଦିନ ପୂର୍ବରୁ ନୂଆପଡ଼ା ଜିଲା ଓ ଛତିଶଗଡ଼ ଗରିଆବନ୍ଦ ସୀମା କୁଲାରିଘାଟ ଜଙ୍ଗଲରେ ସୁରକ୍ଷାବାହିନୀ-ମାଓବାଦୀ ଗୁଳି ବିନିମୟ ହୋଇଥିଲା ।ଏଥିରେ ୧୭ ରୁ ଅଧିକ ମାଓବାଦୀ ନିହତ ହୋଇଥିବା ବେଳେ ୧୨ ଜଣଙ୍କ ପରିଚୟ ମିଳିଛି। ମୃତକ ୧୨ ଜଣ ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ଓଡ଼ିଶାର ବୋଲି ଜଣାପଡ଼ିଛି। ତେବେ ବଡ଼ କଥା ହେଉଛି କଟକ ଯାଏ ଲମ୍ବିଲାଣି ମାଓ ଚେର। ଏନ୍‌କାଉଣ୍ଟରରେ ନିହତ ମାଓବାଦୀଙ୍କ ମଧ୍ୟରୁ ଜଣେ ଓଡ଼ିଆ ଚିହ୍ନଟ । ମୃତ ଓଡ଼ିଆ ମାଓବାଦୀ କଟକ ନିଆଳି କୁଲାଶ୍ରୀ ଗାଁର ଆଲୋକ ଓରଫ୍ ମୁନ୍ନା । ମୁନ୍ନା ନାଁରେ ୧୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ଥିଲା ।

ସୂଚନାଯୋଗ୍ୟ, ନୂଆପଡା ଜିଲା ଓ ଛତିଶଗଡ଼ ଗରିଆବନ୍ଦ ସୀମା କୁଲାରିଘାଟ ଜଙ୍ଗଲରେ ଜାନୁଆରୀ ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ ସୁରକ୍ଷାବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଦୁର୍ଦ୍ଦାନ୍ତ ମାଓବାଦୀ ଚଳପତି ସମେତ ୧୬ ମାଓବାଦୀ ନିହତ ହୋଇଥିଲେ। ଏଥିମଧ୍ୟରୁ ୧୨ଜଣଙ୍କ ପରିଚୟ ମିଳିଛି । ୫୦ ରୁ ଅଧିକ ସୁରକ୍ଷାବାହିନୀ ସର୍ଚ୍ଚ ଅପରେସନରେ ନିୟୋଜିତ ହୋଇଥିଲେ ।

Tags: