ଭିଜିଲାନ୍ସ ଜାଲରେ ଇଡ଼କୋ ଜୁନିଅର ଇଂଜିନିୟର

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଇଡକୋ ଜୁନିୟର ମ୍ୟାନେଜର । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଇଡକୋ ଜୁନିୟର୍ ମ୍ୟାନେଜର ବିଜୟ ଉଦୟସିଂଙ୍କ ଘର ସମେତ ଏକକାଳୀନ ୬ ଟି ସ୍ଥାନରେ ଚଢ଼ାଉ କରାଯାଉଛି । ଉଦୟସିଂଙ୍କ ନାମରେ ଦୁର୍ନୀତି ଅଭିଯୋଗ ହେବା ପରେ ଭୁବନେଶ୍ୱର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ନିର୍ଦ୍ଦେଶ କ୍ରମେ ଆଜି ଚଢ଼ଉ କରାଯାଇଛି । ଆଜି ଭୋର ୪ଟାରୁ ଉଦୟସିଂ ଙ୍କ ଘରେ ଚଢ଼ାଉ ଆରମ୍ଭ ହୋଇଛି। ଭୁବନେଶ୍ୱର ଆର୍ଯ୍ୟ ବିହାରରେ ଥିବା […]

Samaya Live Picture
Published On

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଇଡକୋ ଜୁନିୟର ମ୍ୟାନେଜର । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଇଡକୋ ଜୁନିୟର୍ ମ୍ୟାନେଜର ବିଜୟ ଉଦୟସିଂଙ୍କ ଘର ସମେତ ଏକକାଳୀନ ୬ ଟି ସ୍ଥାନରେ ଚଢ଼ାଉ କରାଯାଉଛି । ଉଦୟସିଂଙ୍କ ନାମରେ ଦୁର୍ନୀତି ଅଭିଯୋଗ ହେବା ପରେ ଭୁବନେଶ୍ୱର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ନିର୍ଦ୍ଦେଶ କ୍ରମେ ଆଜି ଚଢ଼ଉ କରାଯାଇଛି ।

ଆଜି ଭୋର ୪ଟାରୁ ଉଦୟସିଂ ଙ୍କ ଘରେ ଚଢ଼ାଉ ଆରମ୍ଭ ହୋଇଛି। ଭୁବନେଶ୍ୱର ଆର୍ଯ୍ୟ ବିହାରରେ ଥିବା ବାସଭବନ, ଇଡକୋ କାର୍ଯ୍ୟାଳୟ, ସାମନ୍ତରାପୁରରେ ଥିବା ସମ୍ପର୍କୀୟଙ୍କ ଘର, ପୁରୀ ବାଲୁଖଣ୍ଡ ମଉଜାରେ ଥିବା ଏକ ଫ୍ଲାଟ୍, ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ମୁଣ୍ଡାମ୍ବା ଗାଁରେ ଥିବା ପୈତୃକ ଘର ଏବଂ ଏକ କ୍ରସରରେ ଖୋଳତାଡ଼ କରାଯାଉଛି । ଚଢ଼ାଉରେ ୮ଜଣ ଡିଏସପି ୮ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ ଭିଜିଲାନ୍ସ କର୍ମଚାରୀ ସାମିଲ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଥିବାବେଳେ ସମସ୍ତ ସମ୍ପତ୍ତିର ଆକଳନ କରାଯାଇ ନାହିଁ ।

Tags: