ମୁଁ ନିଜକୁ ଅସୁରକ୍ଷିତ ମଣୁଛି, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରଦୀପ ପାଣିଗ୍ରାହୀ

ବ୍ରହ୍ମପୁର: ନିଜ ସୁରକ୍ଷା ପାଇଁ ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି ‘ମୁଁ ନିଜକୁ ଅସୁରକ୍ଷିତ ମଣୁଛି, ମୋତେ ସୁରକ୍ଷା ଯୋଗାଇ ଦିଅନ୍ତୁ। ଗଞ୍ଜାମରେ ନିର୍ବାଚନ ସମୟରେ ହିଂସା ଦିନକୁ ଦିନ ବଢିବାରେ ଲାଗିଛି॥ ଏଭଳି ସମୟରେ ପ୍ରଦୀପ ନିଜକୁ ଅସୁରକ୍ଷିତ ମଣୁଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ସୂଚନାନୁସାରେ,ସୋମବାର ଦିନ ବ୍ରହ୍ମପୁରରେ ପ୍ରଥମ ପର୍ଯ୍ୟାୟ […]

Samaya Live Picture
Published On

ବ୍ରହ୍ମପୁର: ନିଜ ସୁରକ୍ଷା ପାଇଁ ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି ‘ମୁଁ ନିଜକୁ ଅସୁରକ୍ଷିତ ମଣୁଛି, ମୋତେ ସୁରକ୍ଷା ଯୋଗାଇ ଦିଅନ୍ତୁ। ଗଞ୍ଜାମରେ ନିର୍ବାଚନ ସମୟରେ ହିଂସା ଦିନକୁ ଦିନ ବଢିବାରେ ଲାଗିଛି॥ ଏଭଳି ସମୟରେ ପ୍ରଦୀପ ନିଜକୁ ଅସୁରକ୍ଷିତ ମଣୁଥିବା ଚିଠିରେ ଉଲ୍ଲେଖ କରିଛନ୍ତି।

ସୂଚନାନୁସାରେ,ସୋମବାର ଦିନ ବ୍ରହ୍ମପୁରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଥିଲା I ଏହି ଦିନ ସନ୍ଧ୍ୟାରେ ଗୋଷାଣୀ ନୂଆଗାଁ ଉତ୍କଳମଣି ୟୁପି ସ୍କୁଲ ବୁଥ୍‌ ଆଗରେ ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଏବଂ ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସଙ୍କ ମଧ୍ୟରେ ହାତାହାତି ହୋଇଥିଲା । ଏଥିରେ ପ୍ରଦୀପ ପାଣିଗ୍ରାହୀ ଆହତ ହୋଇ ପ୍ରଥମେ ବ୍ରହ୍ମପୁର ଏମକେସିଜି ଏବଂ ପରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଛନ୍ତି । ପ୍ରଦୀପଙ୍କ ବେକ ଓ ଛାତିରେ ଆଘାତ ଲାଗିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ନେଇ ଶିବଶଙ୍କର ଦାସଙ୍କ ନାଁରେ ମାମଲା ରୁଜୁ ହେବା ପରେ ତାଙ୍କୁ ଗିରଫ କରାଯାଇଛି।ବ୍ରହ୍ମପୁରର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ ଗିରଫ ହୋଇଛନ୍ତି ।

Tags: