ମୋବାଇଲ ପାଇଁ ସ୍ୱାମୀକୁ ହାଣିଦେଲା ସ୍ତ୍ରୀ

ପୁଇଁତଳା : ମୋବାଇଲ ପାଇଁ ପରିବାରରେ ଘଟିଗଲା ଅଘଟଣ I ସ୍ତ୍ରୀଙ୍କୁ ମୋବାଇଲ ଦେଖିବାକୁ ନ ଦେବାରୁ ସ୍ୱାମୀଙ୍କୁ ହାଣିଦେଲା ସ୍ତ୍ରୀ I ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ କେସେରକେଲା ଗାଁରେ I ଗୁରୁତର ଅବସ୍ଥାରେ ଗଣେଶ୍ୱର ସୁନାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ୍‌ କଲେଜ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେପଟେ ଝିଅକୁ ଧରି ଫେରାର ହୋଇଯାଇଛନ୍ତି ଈଶ୍ୱରୀ କୁମାରୀ। ସୂଚନା ଅନୁଯାୟୀ, ଗତ ୬ ବର୍ଷ ପୂର୍ବେ କେସେରକେଲା […]

Samaya Live Picture
Published On

ପୁଇଁତଳା : ମୋବାଇଲ ପାଇଁ ପରିବାରରେ ଘଟିଗଲା ଅଘଟଣ I ସ୍ତ୍ରୀଙ୍କୁ ମୋବାଇଲ ଦେଖିବାକୁ ନ ଦେବାରୁ ସ୍ୱାମୀଙ୍କୁ ହାଣିଦେଲା ସ୍ତ୍ରୀ I ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ କେସେରକେଲା ଗାଁରେ I ଗୁରୁତର ଅବସ୍ଥାରେ ଗଣେଶ୍ୱର ସୁନାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ୍‌ କଲେଜ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେପଟେ ଝିଅକୁ ଧରି ଫେରାର ହୋଇଯାଇଛନ୍ତି ଈଶ୍ୱରୀ କୁମାରୀ।

ସୂଚନା ଅନୁଯାୟୀ, ଗତ ୬ ବର୍ଷ ପୂର୍ବେ କେସେରକେଲା ଗାଁର ଗଣେଶ୍ୱର ସୁନା ଛତିଶଗଡ ବିଳାସପୁରର ଈଶ୍ୱରୀ କୁମାରୀଙ୍କୁ ବାହା ହୋଇଥିଲେ। ସେମାନଙ୍କର ଚାରି ବର୍ଷର ଝିଅ ଟିଏ ମଧ୍ୟ ଅଛି। ଗତକାଲି ଈଶ୍ୱରୀ ଗଣେଶ୍ୱରଙ୍କୁ ମୋବାଇଲ ଦେଖିବାକୁ ମାଗିଥିଲେ। କିନ୍ତୁ ଡାଟା ଶେଷ ହୋଇଯିବ କହି ସ୍ତ୍ରୀଙ୍କୁକୁ ମୋବାଇଲ ଗଣେଶ୍ୱର ଦେଇନଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଗଣେଶ୍ୱର ଶୋଇଥିବା ଅବସ୍ଥାରେ ଈଶ୍ୱରୀ ପନିକି ଆଣି ଗଣେଶ୍ୱରଙ୍କ ମୁଣ୍ଡ ଓ ହାତକୁ ଚୋଟ ପକାଇଥିଲେ। ଫଳରେ ଗଣେଶ୍ୱର ଗୁରୁତର ହୋଇ ପଡ଼ିଥିଲେ I ସ୍ଥାନୀୟ ଲୋକେ ଗଣେଶ୍ୱରଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲ୍‌ କଲେଜ ହସ୍ପିଟାଲ୍‌ରେ ଭର୍ତ୍ତି କରିଛନ୍ତି। ସ୍ୱାମୀଙ୍କର ଅନ୍ୟ କେଉଁ ମହିଳାଙ୍କ ସହିତ ସମ୍ପର୍କ ଥିବା ନେଇ ସନ୍ଦେହ କରୁଥିଲେ ସ୍ତ୍ରୀ ଈଶ୍ୱରୀ I ସେହି କାରଣରୁ ଘରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିବା ସୂଚନା ମିଳିଛି I

Tags: