ବିବାହର ୨ ସପ୍ତାହ ପରେ ସୁପାରୀ ଦେଇ ସ୍ୱାମୀଙ୍କୁ ହତ୍ୟା

ଉତ୍ତରପ୍ରଦେଶ : ମିରଟ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ପରେ ପରେ ଉତ୍ତରପ୍ରଦେଶରେ ଘଟିଛି ସେହିଭଳି ଆଉ ଏକ ହତ୍ୟା କାଣ୍ଡ । ବିବାହର ମାତ୍ର ୧୫ ଦିନ ପରେ ପ୍ରେମିକ ସହ ମିଶି ସୁପାରୀ ଦେଇ ସ୍ୱାମୀକୁ ହତ୍ୟା କରିଛି ନବ ବିବାହିତା ପତ୍ନୀ । ଘଟଣା ଘଟିଛି ଉତ୍ତରପ୍ରଦେଶ ଔରୈୟା ଜିଲ୍ଲାରେ । ଏହି ଘଟଣାରେ ଉତ୍ତରପ୍ରଦେଶ ପୋଲିସ ନବ ବିବାହିତା ପତ୍ନୀ ,ତାଙ୍କ ପ୍ରେମିକଙ୍କ ସହ ସମ୍ପୃକ୍ତ ସୁପାରୀ କିଲରକୁ ମଧ୍ୟ ଗିରଫ କରିଛି । ୨ […]

Samaya Live Picture
Published On

ଉତ୍ତରପ୍ରଦେଶ : ମିରଟ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ପରେ ପରେ ଉତ୍ତରପ୍ରଦେଶରେ ଘଟିଛି ସେହିଭଳି ଆଉ ଏକ ହତ୍ୟା କାଣ୍ଡ । ବିବାହର ମାତ୍ର ୧୫ ଦିନ ପରେ ପ୍ରେମିକ ସହ ମିଶି ସୁପାରୀ ଦେଇ ସ୍ୱାମୀକୁ ହତ୍ୟା କରିଛି ନବ ବିବାହିତା ପତ୍ନୀ । ଘଟଣା ଘଟିଛି ଉତ୍ତରପ୍ରଦେଶ ଔରୈୟା ଜିଲ୍ଲାରେ । ଏହି ଘଟଣାରେ ଉତ୍ତରପ୍ରଦେଶ ପୋଲିସ ନବ ବିବାହିତା ପତ୍ନୀ ,ତାଙ୍କ ପ୍ରେମିକଙ୍କ ସହ ସମ୍ପୃକ୍ତ ସୁପାରୀ କିଲରକୁ ମଧ୍ୟ ଗିରଫ କରିଛି । ୨ ଲକ୍ଷ ଟଙ୍କା ଦେଇ ସୁପାରୀ କିଲର ଦ୍ୱାରା ସ୍ୱାମୀକୁ ହତ୍ୟା କରିଥିଲା ପତ୍ନୀ । ମୃତକ ସ୍ୱାମୀ ହେଲେ ଔରୈୟା ଜିଲ୍ଲାର ଦିଲ୍ଲୀପ ଯାଦବ (୨୫) । ହତ୍ୟାକାରୀ ପତ୍ନୀ ହେଲେ ପ୍ରଗତି ଯାଦବ, ପ୍ରେମିକ ଅନୁରାଗ ଏବଂ ସୁପାରୀ କିଲର ରାମଜୀ ଚୁଡ଼ାଧାରୀ ।

ଘଟନାନୁସାରେ,ମାର୍ଚ୍ଚ ୧୯ ତାରିଖରେ ଏକ କ୍ଷେତରେ ଦିଲ୍ଲୀପ ଯାଦବ ଗୁରୁତର ଆହତ ଅବସ୍ଥାରେ ପଡିଥିବାର ସୂଚନା ପାଇଥିଲେ ସ୍ଥାନୀୟ ପୋଲିସ ଏସଏଚଓ ପଙ୍କଜ ମିଶ୍ର । ସେଠାରୁ ତାଙ୍କୁ ଉଦ୍ଧାର କରି ବିଧୁନା ଡାକ୍ତରଖାନାରେ ଭର୍ତି କରି ପରିବାର ସଦସ୍ୟଙ୍କୁ ଖବର ଦେଇଥିଲେ ପୋଲିସ । ଅବସ୍ଥା ଗୁରୁତର ହେବାରୁ ସେଠାରୁ ତାଙ୍କୁ ମଧ୍ୟପ୍ରଦେଶର ଗ୍ବାଲିୟର ଏବଂ ପରେ ଆଗ୍ରାକୁ ନିଆଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ମାର୍ଚ୍ଚ ୨୧ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହି ଘଟଣାରେ ପୋଲିସ ହତ୍ୟା ମାମଲାରେ ସିସିଟିଭି ଫୁଟେଜ ଯାଞ୍ଚ କରୁଥିବା ସମୟରେ ସୁପାରି ଦେଇ ହତ୍ୟାକାଣ୍ଡର ସୂଚନା ପାଇଥିଲା ଏବଂ ଶନିବାର ହରପୁରା ନିକଟରେ ଚଢାଉ କରିଥିଲା। ସିସିଟିଭି କ୍ୟାମେରା ଫୁଟେଜ୍ ଆଧାରରେ ଅଭିଯୁକ୍ତ ୨୨ ବର୍ଷୀୟ ପ୍ରଗତି ଯାଦବ, ତାଙ୍କ ପ୍ରେମିକ ଅନୁରାଗ ଓରଫ ମନୋଜ ଏବଂ ସୁପାରୀ କିଲର ରାମଜୀ ଚୁଡ଼ାଧାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କଠାରୁ ପିସ୍ତଲ, ବାଇକ୍ ଏବଂ ଅନ୍ୟାନ୍ୟ ଜିନିଷପତ୍ର ଜବତ କରାଯାଇଛି।

ପଚରାଉଚରା ସମୟରେ ପ୍ରଗତି କହିଥିଲେ ଯେ ପ୍ରେମ ସମ୍ପର୍କ ବିଷୟରେ ଜାଣିବା ପରେ, ତାଙ୍କ ପରିବାର ତାଙ୍କ ବଡ଼ ଭଉଣୀଙ୍କ ଦିଅର ଦିଲୀପଙ୍କ ସହିତ ମାର୍ଚ୍ଚ ୫ ତାରିଖରେ ତାଙ୍କର ବିବାହ କରାଇ ଦେଇଥିଲେ। ଦିଲ୍ଲୀପ ଜଣେ ହାଇୱା ଡ୍ରାଇଭର ଭାବରେ କାମ କରୁଥିଲେ । କିନ୍ତୁ ଏହି ବିବାହରେ ଖୁସି ନଥିଲେ ପ୍ରଗତି । ଏହାପରେ ପ୍ରେମିକ ଅନୁରାଗ ସହ ମିଶି ପ୍ରଗତି ସୁପାରୀ କିଲର ସହ ହ୍ୱାଟ୍ସଆପ୍ କଲରେ କଥାବାର୍ତ୍ତା ହୋଇଥିଲେ। ଦିଲୀପ କାମ କରୁଥିବା ଲୋକେସନ ପଚାରି ତାଙ୍କ ପ୍ରେମିକଙ୍କୁ କହିଥିଲେ। ଏହା ପରେ ପ୍ରେମିକ ଅନୁରାଗ ଏବଂ ସୁପାରୀ କିଲର ରାମଜୀ ସେଠାରେ ପହଞ୍ଚିଥିଲେ  ଦିଲୀପଙ୍କୁ ଗୁଳି କରିଥିଲେ। ଦିଲୀପ ଗୁରୁତର ହୋଇସେଠାରେ ଚେତାଶୂନ୍ୟ ହୋଇପଡ଼ିଯାଇଥିଲୋ। ଦିଲୀପର ମୃତ୍ୟୁ ହୋଇଗଲା ଭାବି ସେମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କୁ ଗିରଫ କରାଯାଇ ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି ଏ ସମ୍ପର୍କରେ ତଦନ୍ତ ଜାରି ରଖିଛି ଉତ୍ତରପ୍ରଦେଶ ପୋଲିସ ।

 

Tags: