ସ୍ତ୍ରୀ ର ଗଳା କାଟି ହତ୍ୟା କଲା ସ୍ୱାମୀ
ବରଗଡ଼ : ବରଗଡ଼ ଜିଲ୍ଲାରେ ଚାଞ୍ଚଲ୍ୟ । ପାରିବାରିକ କଳହରୁ ସ୍ତ୍ରୀର ଗଳା କାଟି ହତ୍ୟା କଲା ସ୍ୱାମୀ । ରକ୍ତାକ୍ତ ଅବସ୍ଥାରେ ବନ୍ଦ ଘରୁ ଉଦ୍ଧାର ହୋଇଛି ସ୍ତ୍ରୀର ମୃତଦେହ । ବରଗଡ଼ ଜିଲ୍ଲା ଗାଇସିଲେଟ୍ ଥାନା ଅନ୍ତର୍ଗତ ଜେନକେଡା ଗାଁରେ ଘଟିଛି ଏଭଳି ବୀଭତ୍ସ ହତ୍ୟାକାଣ୍ଡ । ମୃତକ ହେଉଛନ୍ତି ଚନ୍ଦ୍ରକାନ୍ତି ସାହୁ ଏବଂ ଅଭିଯୁକ୍ତ ସ୍ୱାମୀ ହେଉଛି ରାମଚନ୍ଦ୍ର ସାହୁ । ହତ୍ୟାକାଣ୍ଡ ପରେ ସ୍ୱାମୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ସୂଚନାଯୋଗ୍ୟ […]
ବରଗଡ଼ : ବରଗଡ଼ ଜିଲ୍ଲାରେ ଚାଞ୍ଚଲ୍ୟ । ପାରିବାରିକ କଳହରୁ ସ୍ତ୍ରୀର ଗଳା କାଟି ହତ୍ୟା କଲା ସ୍ୱାମୀ । ରକ୍ତାକ୍ତ ଅବସ୍ଥାରେ ବନ୍ଦ ଘରୁ ଉଦ୍ଧାର ହୋଇଛି ସ୍ତ୍ରୀର ମୃତଦେହ । ବରଗଡ଼ ଜିଲ୍ଲା ଗାଇସିଲେଟ୍ ଥାନା ଅନ୍ତର୍ଗତ ଜେନକେଡା ଗାଁରେ ଘଟିଛି ଏଭଳି ବୀଭତ୍ସ ହତ୍ୟାକାଣ୍ଡ । ମୃତକ ହେଉଛନ୍ତି ଚନ୍ଦ୍ରକାନ୍ତି ସାହୁ ଏବଂ ଅଭିଯୁକ୍ତ ସ୍ୱାମୀ ହେଉଛି ରାମଚନ୍ଦ୍ର ସାହୁ । ହତ୍ୟାକାଣ୍ଡ ପରେ ସ୍ୱାମୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।
ସୂଚନାଯୋଗ୍ୟ ଯେ, ବରଗଡ଼ ଜିଲ୍ଲା ଗାଇସିଲେଟ୍ ଥାନା ଜେନକେଡା ଗାଁର କଲୋନୀପଡାରେ ସ୍ତ୍ରୀର ଗଳାକାଟି ହତ୍ୟା କରିଛି ସ୍ବାମୀ । ସ୍ତ୍ରୀ ଚନ୍ଦ୍ରକାନ୍ତି ସାହୁ ଶୋଇଥିବା ବେଳେ ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା କଲେ ସ୍ବାମୀ ରାମ ସାହୁ । ତେବେ ଦୁଇ ଦିନ ପୂର୍ବରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ହତ୍ୟା ପରେ ଘରେ ତାଲା ଦେଇ କେଉଁଆଡ଼େ ଚାଲିଯାଇଛି ସ୍ୱାମୀ । ପଡ଼ୋଶୀଙ୍କ ଠାରୁ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି । ଘରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଯାଞ୍ଚ ଆରମ୍ଭ କରିଛି ।




