ସ୍ତ୍ରୀକୁ ହତ୍ୟା କରି ଶବ ସହ ୩ ଦିନ ବିତାଇଲା ସ୍ୱାମୀ

ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ I ସ୍ତ୍ରୀକୁ ହତ୍ୟା କରି ଶବ ସହ ୩ ଦିନ ବିତାଇଲା ସ୍ୱାମୀ I ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱରର ମୈତ୍ରୀ ବିହାର ତାରିଣୀ ବସ୍ତିରେ । ମଦ ନିଶା ରେ ସ୍ବାମୀ ଗୋଲକ ବିହାରୀ ଜେନା ସ୍ତ୍ରୀ ସ୍ବପ୍ନା ଜେନାଙ୍କୁ କାଠ ଫାଳିଆରେ ପିଟି ହତ୍ୟା କରିଥିବା ସ୍ୱୀକାର କରିଛି I ହତ୍ୟା ପରେ ଘର ଭିତରେ ମୃତ ଦେହକୁ ଚାବି ପକେଇ ରଖିଥିଲା । ତେବେ […]

Samaya Live Picture
Published On

ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ I ସ୍ତ୍ରୀକୁ ହତ୍ୟା କରି ଶବ ସହ ୩ ଦିନ ବିତାଇଲା ସ୍ୱାମୀ I ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱରର ମୈତ୍ରୀ ବିହାର ତାରିଣୀ ବସ୍ତିରେ । ମଦ ନିଶା ରେ ସ୍ବାମୀ ଗୋଲକ ବିହାରୀ ଜେନା ସ୍ତ୍ରୀ ସ୍ବପ୍ନା ଜେନାଙ୍କୁ କାଠ ଫାଳିଆରେ ପିଟି ହତ୍ୟା କରିଥିବା ସ୍ୱୀକାର କରିଛି I ହତ୍ୟା ପରେ ଘର ଭିତରେ ମୃତ ଦେହକୁ ଚାବି ପକେଇ ରଖିଥିଲା । ତେବେ ୩ ଦିନ ପରେ ଘରୁ ଦୁର୍ଗନ୍ଧ ଆସିବାରୁ ପଡୋଶୀ ଲୋକେ ସ୍ଥାନୀୟ ପୋଲିସ କୁ ଖବର ଦେଇଥିଲେ I ପୁଲିସ ପହଞ୍ଚି ଶବ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ।

Tags: