ସ୍ତ୍ରୀକୁ ହାଣି ମୁଣ୍ଡ,ଗଣ୍ଡି ଅଲଗା କଲା ଜହ୍ଲାଦ ସ୍ୱାମୀ
ଗଜପତି : କ୍ଷଣିକ କ୍ରୋଧରେ ଜହ୍ଲାଦ ପାଲଟିଗଲା ସ୍ୱାମୀ I ବିଲ ମଝିରେ ସ୍ତ୍ରୀକୁ ହାଣି ମୁଣ୍ଡ ଗଣ୍ଡି କଲା ଅଲଗା I ଏହାପରେ ଘଟଣାସ୍ଥଳରେ ଗଣ୍ଡିକୁ ଛାଡ଼ିଦେଇ କଟା ମୁଣ୍ଡକୁ ସାଙ୍ଗରେ ଧରି ଘରକୁ ଆସିଥିଲା I ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ଖାଣ୍ଡବା ପଞ୍ଚାୟତ ସାରା ଗ୍ରାମରେ I ଘଟନାନୁସାରେ,ଆଜି ସକାଳେ ୮ଟା ବେଳେ ସ୍ୱାମୀ ଚନ୍ଦ୍ରଶେଖର କାର୍ଯୀ ସ୍ତ୍ରୀ ଉର୍ମିଳା କାର୍ଯୀଙ୍କ ସହିତ ନିଜ […]
ଗଜପତି : କ୍ଷଣିକ କ୍ରୋଧରେ ଜହ୍ଲାଦ ପାଲଟିଗଲା ସ୍ୱାମୀ I ବିଲ ମଝିରେ ସ୍ତ୍ରୀକୁ ହାଣି ମୁଣ୍ଡ ଗଣ୍ଡି କଲା ଅଲଗା I ଏହାପରେ ଘଟଣାସ୍ଥଳରେ ଗଣ୍ଡିକୁ ଛାଡ଼ିଦେଇ କଟା ମୁଣ୍ଡକୁ ସାଙ୍ଗରେ ଧରି ଘରକୁ ଆସିଥିଲା I ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ଖାଣ୍ଡବା ପଞ୍ଚାୟତ ସାରା ଗ୍ରାମରେ I
ଘଟନାନୁସାରେ,ଆଜି ସକାଳେ ୮ଟା ବେଳେ ସ୍ୱାମୀ ଚନ୍ଦ୍ରଶେଖର କାର୍ଯୀ ସ୍ତ୍ରୀ ଉର୍ମିଳା କାର୍ଯୀଙ୍କ ସହିତ ନିଜ ଚାଷ ଜମିକୁ ଯାଇଥିଲେ I ସେଠାରେ ଜମିବାଡ଼ି କାମକୁ ନେଇ ସ୍ୱାମୀ,ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା I ଏଥିରେ ଉତ୍କ୍ଷିପ୍ତ ହୋଇ ସ୍ୱାମୀ ଚନ୍ଦ୍ରଶେଖର ଟାଙ୍ଗିଆରେ ହାଣି ସ୍ତ୍ରୀ ଉର୍ମିଳାଙ୍କର ଗଣ୍ଡି ଓ ମୁଣ୍ଡ ଅଲଗା କରି ଦେଇଥିଲା । ଏହାପରେ କଟା ମୁଣ୍ଡକୁ ଧରି ଘରକୁ ଫେରି ଆସିଥିଲା I ଖବର ପାଇ କାଶୀନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ତେବେ ପାରିବାରିକ କଳହକୁ ନେଇ ଏହି ଘଟଣା ଘଟିଥାଇ ପାରେ ବୋଲି ସନ୍ଦେହ କରାଯାଉଛି I ଉଭୟଙ୍କ ବିବାହ ୪ବର୍ଷ ହୋଇଥିବା ବେଳେ ତାଙ୍କର ଦୁଇ ବର୍ଷର ପିଲାଟିଏ ରହିଛି I ଉର୍ମିଳା ହେଉଛନ୍ତି ଅଭିଯୁକ୍ତଙ୍କର ୨ୟ ପତ୍ନୀ ହୋଇଥିବା ସୂଚନା ମିଳିଛି I




